Posted inଫୁରସତ

ଏମିତି ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ

ପ୍ରଥମ ବିଶ୍ୱଯୁଦ୍ଧ ଇତିହାସ ସମ୍ପର୍କରେ ଅନେକ ବହିରେ ପଢ଼ିଥିବେ ନିଶ୍ଚିତ । ଏହି ଯୁଦ୍ଧ ୧୯୧୪ରୁ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ମହାଯୁଦ୍ଧ ଏସିଆ, ୟୁରୋପ, ଆଫ୍ରିକା ମହାଦେଶ ମଧ୍ୟରେ ଜଳ, ସ୍ଥଳ ଏବଂ ଆକାଶ ପଥରେ ହୋଇଥିଲା। କିନ୍ତୁ ଏହାକୁ ୟୁରୋପର ମହାଯୁଦ୍ଧ କୁହାଯାଏ। ତେବେ କାହିଁକି ଏହି ଯୁଦ୍ଧକୁ ‘ବିଶ୍ୱଯୁଦ୍ଧ’କୁହାଯାଏ ଏବଂ କେମିତି ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା ଜାଣନ୍ତୁ ଏ ସମ୍ପର୍କରେ…


ପ୍ରକୃତରେ ଏହି ଯୁଦ୍ଧରେ ଭାଗ ନେଇଥିବା ଦେଶର ସଂଖ୍ୟା, ଏହାର ପରିଧି ବା କ୍ଷେତ୍ରଫଳ ଏବଂ ଏଥିରେ ହୋଇଥିବା ଅଦ୍ଭୁତପୂର୍ବ କ୍ଷତି ଯୋଗୁ ଏହାକୁ ବିଶ୍ୱଯୁଦ୍ଧ କୁହାଯାଏ। ଏହା ମଧ୍ୟ କୁହାଯାଏ କି, ପ୍ରଥମ ବିଶ୍ୱଯୁଦ୍ଧ କାରଣରୁ ଅଧିକାଂଶ ଦେଶରେ ହିଂସା ପରିଲକ୍ଷିତ ହୋଇଥିଲା। ଏଥିରେ ପ୍ରାୟ ୧ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ କୋଟିରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ବ୍ୟତୀତ ରୋଗ ଏବଂ କୁପୋଷଣରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଯୁଦ୍ଧ ଶେଷ ହେବା ପରେ ବିଶ୍ୱରେ ୪ ବଡ଼ ରାଷ୍ଟ୍ର ଯଥା ଋଷ୍‌, ଜର୍ମାନୀ, ଅଷ୍ଟ୍ରିଆ-ହଙ୍ଗେରୀ’ ଏବଂ ତୁର୍କୀ ସାମ୍ରାଜ୍ୟର ବିନାଶ ହୋଇଥିଲା।
ଏହା ପରେ ୟୁରୋପ ସୀମାରେ ପୁଣି ଯୁଦ୍ଧ ପାଇଁ ସ୍ଥିର ହେଲା ଏବଂ ଏଥିରେ ଆମେରିକା ମଧ୍ୟ ସୁପର ପାଓ୍ବାର ବା ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିଲା। ତେବେ ଏହି ଯୁଦ୍ଧର ପ୍ରକୃତ କାରଣ ହେଉଛି, ୟୁରୋପର ବୃହତ୍ତମ ଅଷ୍ଟ୍ରିଆ-ହଙ୍ଗେରୀ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋସ୍‌ନିଆରେ ଆର୍ଚଡ୍ୟୁକ୍‌ ଫର୍ଡିନାଣ୍ଡ ଏବଂ ତାଙ୍କ ସ୍ତ୍ରୀଙ୍କ ହତ୍ୟା ବୋଲି କୁହାଯାଏ। ଯାହାର ଦୋଷ ସର୍ବିଆ ଉପରେ ଲଦା ଯାଇଥିଲା। ତାଙ୍କୁ ୨୮ ଜୁନ୍‌ ୧୯୧୪ରେ ହତ୍ୟା କରାଯାଇଥିଲା। ଏହି ଘଟଣାର ଏକ ମାସ ପରେ, ୨୮ ଜୁଲାଇ ୧୯୧୪ରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କଲା। ଏହା ପରେ ବିଭିନ୍ନ ଦେଶ ଏହି ଯୁଦ୍ଧରେ ଭାଗ ନେଇଥିଲେ। ଯାହା ପରବର୍ତ୍ତୀ ସମୟରେ ବିଶ୍ୱଯୁଦ୍ଧର ରୂପ ନେଇଥିଲା।
ତେବେ ୧୧ ନଭେମ୍ବର ୧୯୧୮ରେ ଜର୍ମାନୀ ଆତ୍ମସମର୍ପଣ କରିବା ପରେ ଯୁଦ୍ଧର ପରିସମାପ୍ତି ଘଟିଥିଲା ବୋଲି ଇତିହାସ କୁହେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri