Posted inଫୁରସତ

ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି

ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହଁା ହୋଇଛନ୍ତି। ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ ମିଳେ ନାହିଁ। ସେଥିପାଇଁ ତ ଆଜିର ବ୍ୟସ୍ତବହୁଳ ଜୀବନରେ ଟିକେ ସମୟ ମିଳିଲେ ଲୋକେ ଗଁାକୁ ଯାଇଥାନ୍ତି। କିଛି ମୁହୂର୍ତ୍ତ ଗାଁରେ ବିତାଇ କ୍ଳାନ୍ତଭରା ମନକୁ ଟିକେ ହାଲୁକା କରିବାକୁ ଚାହିଁଥାନ୍ତି। କିନ୍ତୁ ଏମିତି ଗାଁ ରହିଛି, ଯେଉଁଠି କୌଣସି ଲୋକ ବସବାସ କରୁନାହାନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏପରି ଗାଁ ରହିଛି ଇଂଲଣ୍ଡରେ। ଏଠାରେ ଥିବା କୋପହିଲ୍‌ ଡାଉନ୍‌ ନାମକ ଗାଁଟି ଦେଖିବାକୁ ଖୁବ୍‌ ସୁନ୍ଦର। ଏଠାକାର ପରିବେଶ ବେଶ୍‌ ଆକର୍ଷଣୀୟ। କିନ୍ତୁ ଜଣେ ହେଲେ ଲୋକ ଦେଖିବାକୁ ମିଳନ୍ତି ନାହିଁ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଏହି ଗାଁକୁ ବ୍ରିଟିଶ ଆର୍ମି ଗଢ଼ିଥିଲେ। ଶୀତଳ ଯୁଦ୍ଧ ସମୟରେ ବ୍ରିଟିଶ ସୈନିକମାନେ ମକ୍‌ଡ୍ରିଲ୍‌ ଏବଂ ଅଭ୍ୟାସ ପାଇଁ ଗାଁଟିକୁ ତିଆରି କରିଥିଲେ। ଏହାକୁ ଫିବୁଆ (Fibua) ନାଁ ଦିଆଯାଇଛି।( Fighting in Built up Areas)। ଏହି ଗାଁ ଏଥିପାଇଁ ହୋଇଥିଲା ଯେ, ଇରାକ୍‌ ଏବଂ ଆଫଗାନିସ୍ତାନର ସୈନିକମାନଙ୍କ ସହ ତାଲିମ ନେବାର ସୁଯୋଗ ମିଳିବ। ତେଣୁ ଏହି ଗାଁକୁ ଅନ୍ୟ କେହି ପ୍ରବେଶ କରିବା ପାଇଁ ପ୍ରତିବନ୍ଧକ ରହିଛି। ଏଠାରେ କେତେବେଳେ କେମିତି ବ୍ରିଟିଶ ଏୟାରପୋର୍ଟର ଉତ୍ସବ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri