Posted inଫୁରସତ

ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି

ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍‌ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ ବନସ୍ପତି ( ଘାସ ଓ ବୁଦା ଜାତୀୟ ଗଛ)ବଢିବା ସହ ଏହାର ପରିସୀମା ବୃଦ୍ଧିପାଉଛି ବୋଲି ଇଂଲଣ୍ଡର ଗବେଷକମାନେ କହିଛନ୍ତି। ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଜର୍ନାଲ ଗ୍ଲୋବାଲ ଚେଞ୍ଜ ବାୟୋଲୋଜିରେ ପ୍ରକାଶ ପାଇଛି। ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ଏକ୍ସେଟର୍‌ର ଗବେଷକ ଟିମ୍‌ ନାସାର ଲ୍ୟାଣ୍ଡସାଟ୍‌ ସାଟେଲାଇଟ୍‌ ତଥ୍ୟ ଉପଯୋଗ କରିବା ପରେ ଟ୍ରି ଲାଇନ ଓ ସ୍ନୋ ଲାଇନ ମଧ୍ୟରେ ରହିଥିବା ସ୍ଥାନରେ ବନସ୍ପତି ବଢୁଥିବା ଲକ୍ଷ୍ୟ କରିଛନ୍ତି। ୧୯୯୩ ରୁ ୨୦୧୮ ମଧ୍ୟରେ ସାଟେଲାଇଟ୍‌ରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁ ସ୍ଥାନରେ ଏହି ଗଛ ବଢୁଛି ସେଠାରେ ପହଞ୍ଚିବା କଷ୍ଟକର। ହିମାଳୟକୁ ଉଚ୍ଚତା ଅନୁସାରେ ୪ଟି ବର୍ଗରେ ଭାଗ କରି ପ୍ରତ୍ୟେକ ଉପରେ ଅନୁଧ୍ୟାନ କରାଯିବା ପରେ ସବୁଠାରେ ବନସ୍ପତି ବଢୁଥିବା କୁହାଯାଇଛି। ଏହା ହିମାଳୟର ଯେ କୌଣସି ଏକ ସ୍ଥାୟୀ ହିମ ଉପତ୍ୟକାର ଆୟତନ ଠାରୁ ୫ରୁ ୧୫ ଗୁଣ ଅଞ୍ଚଳ ବିସ୍ତାର କରି ରହିଥିବା ଦେଖାଯାଇଛିି। ଗବେଷକମାନେ ଏହି ତଥ୍ୟକୁ ଆଧାରକରି ସମୁଦ୍ର ପତ୍ତନଠାରୁ ହିମାଳୟର ୪,୧୫୦ରୁ୬,୦୦୦ ମିଟର ଉଚ୍ଚରେ ବନସ୍ପତି ଅଧିକ ବଢିଥିବା ଲକ୍ଷ୍ୟ କରିଛନ୍ତିି। ୫,୦୦୦ରୁ ୫,୫୦୦ ମିଟର ଉଚ୍ଚତା ମଧ୍ୟରେ ସବୁଠୁ ବେଶି ଗଛ ରହିଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri