Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭୁବନେଶ୍ୱର ଭାରତର ଭେନ୍ୟୁ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)- ୨୦୨୦ ଜାନୁୟାରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଏଥିରେ ମୋଟ୍‌ ୧୪୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ସୋମବାର ଭେନ୍ୟୁ ତାଲିକା ପ୍ରକାଶ କରାଯାଇଛି। ତଦନୁସାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଭାରତ ଏହାର ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ। ଅର୍ଥାତ୍‌ ଭାରତ ଖେଳିବାକୁଥିବା ସମସ୍ତ ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ନେଦରଲାଣ୍ଡ୍ସ, ବେଲ୍‌ଜିୟମ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ଭାରତ ଘରୋଇ ଗ୍ରାଉଣ୍ଡରେ ଖେଳିବ। ଜର୍ମାନୀ, ଗ୍ରେଟ୍‌ବ୍ରିଟେନ, ଆର୍ଜେଣ୍ଟିନା ଓ ସ୍ପେନ୍‌ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ବାହାର ପରିବେଶରେ ଖେଳିବାକୁ ଯିବ। ଭାରତ ପ୍ରଥମେ ଜାନୁୟାରୀ ୧୮ ଓ ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ଭେଟିବ। ଏହାପରେ ଫେବୃୟାରୀ ୮ ଓ ୯ରେ ସେହି ପଡ଼ିଆରେ ବିଶ୍ୱ ଚାମ୍ପିୟନ ବେଲଜିୟମ ସହିତ ମୁକାବିଲା କରିବ। ଫେବୃୟାରୀ ୨୧ ଓ ୨୨ରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପରେ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀକୁ ଏହାର ଘରୋଇ ପରିବେଶରେ ଭେଟିବ। ଏହି ମ୍ୟାଚ୍‌ ୨ଟି ବର୍ଲିନରେ ଅନୁଷ୍ଠିତ ହେବ। ପରେ ମେ ୨ ଓ ୩ରେ ଲଣ୍ଡନରେ ଗ୍ରେଟ୍‌ ବ୍ରିଟେନ ସହିତ ଖେଳିବ। ୪ଟି ମ୍ୟାଚ୍‌ ବାହାର ପରିବେଶରେ ଖେଳିବାପରେ ଭାରତ ପୁଣି କଳିଙ୍ଗ ଷ୍ଟାଡିୟମକୁ ପ୍ରତ୍ୟାବର୍ତ୍ତନ କରିବ। ଅର୍ଥାତ୍‌ ଦଳ ମେ ୨୩ ଓ ୨୪ରେ ଏହି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଭାରତ ଏହାର ଶେଷ ୪ଟି ମ୍ୟାଚ ବାହାର ପରିବେଶରେ ଖେଳିବ। ଜୁନ୍‌ ୫ ଓ ୬ରେ ଟୁକୁମାନଠାରେ ଆର୍ଜେଣ୍ଟିନା ଏବଂ ସେହିମାସ ୧୩ ଓ ୧୪ରେ ଭାଲେନ୍ସିଆଠାରେ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଶେଷ କରିବ।
ଏଫ୍‌ଆଇଏଚ୍‌ ପକ୍ଷରୁ ଘୋଷିତ ଭେନ୍ୟୁ ତାଲିକା ଅନୁସାରେ ଅଷ୍ଟ୍ରେଲିଆ ଏହାର ଘରୋଇ ମ୍ୟାଚ୍‌ ପର୍ଥ ଓ ସିଡ୍‌ନୀରେ ଖେଳିବ। ସେହିପରି ଇଂଲଣ୍ଡ ଲଣ୍ଡନରେ ଏହାର ଘରୋଇ ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବ। ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ ୨୦୨୦ ଜାନୁୟାରୀ ୧୧ରେ ନେଦରଲାଣ୍ଡ୍ସ ଓ ଚାଇନା ମଧ୍ୟରେ ଚାଙ୍ଗ୍‌ଝୋଉର ଉଜିନ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ଠାରୁ ଆରମ୍ଭ କରି ହକି ଓ୍ବାଲର୍‌ଡ ଲିଗ୍‌, ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଚାମ୍ପିୟନ୍ସ ଟ୍ରଫି ଏବଂ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ସଫଳତାର ସହ ଆୟୋଜନ ହୋଇଥିବାରୁ ହକି ଇଣ୍ଡିଆ ଏହାକୁ ଘରୋଇ ଭେନ୍ୟୁ କରିବାକୁ ପସନ୍ଦ କରିଛି। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ୩-୨ ଗୋଲରେ ବେଲଜିୟମକୁ ପରାସ୍ତ କରିଥିଲା। ନେଦରଲାଣ୍ଡ୍ସ ୫-୩ ଗୋଲରେ ଗ୍ରେଟ୍‌ବ୍ରିଟେନକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା। ଏହି ସଂସ୍କରଣରେ ଭାରତ ଅଂଶଗ୍ରହଣ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri