Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶନିବାର ଶେଷ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ବରୁଣ କୁମାର ଓ ହରମନପ୍ରୀତ ସିଂ ୨ଟି ଲେଖାଏ ଏବଂ ବିବେକ ସାଗର ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ ପାଉଜ୍‌ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହି ଟୁର୍ନାମେଣ୍ଟରୁ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ଆଗାମୀ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। ହରମନପ୍ରୀତ ସିଂ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବେଷ୍ଟ ଟିମ୍‌ ସେଲିବ୍ରେଶନ ପୁରସ୍କାର ମେକ୍ସିକୋ ପାଇଥିବାବେଳେ ଫ୍ୟାନ୍ସ ଚଏସ ଭାରତର ଆକାଶଦୀପ ସିଂ, ଫେୟାର ପ୍ଲେ ଏବଂ ସର୍ବାଧିକ ଗୋଲ ସ୍କୋର ପୁରସ୍କାର ଭାରତୀୟ ଦଳକୁ ମିଳିଥିଲା। ଶ୍ରେଷ୍ଠ ଜୁନିୟର ଖେଳାଳି ଭାରତର ବିବେକ ପ୍ରସାଦ ବିବେଚିତ ହୋଇଥିବାବେଳେ ଶ୍ରେଷ୍ଠ ଗୋଲକିପର ପୁରସ୍କାର ପାଇଥିଲ ଆମେରିକାର ଜୋନାଥନ କ୍ଲାଗେସ। ୩ ଖେଳାଳିଙ୍କୁ ଟପ୍‌ ଗୋଲ ସ୍କୋରର ପୁରସ୍କାର ମିଳିଥିଲା। ସେମାନେ ହେଲେ ଭାରତର ହରମନପ୍ରୀତ ସିଂ, ବରୁଣ କୁମାର ଏବଂ ରୁଷିଆର ସେମେନ ମାଟ୍‌କୋଭସ୍କି। ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। କୋଚ୍‌ ଗ୍ରାହାମ ରିଡ୍‌ଙ୍କ ରଣନୀତି ଅନୁସାରେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। ଫଳରେ ପ୍ରଥମ ମିନିଟରେ ହିଁ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ନିକଟରେ ଖେଳାଳିମାନେ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମ ଉଦ୍ୟମରେ ମନପ୍ରୀତ ସିଂଙ୍କ ଦଳ ସଫଳ ହୋଇ ନ ଥିଲେ ହେଁ ୨ୟ ମିନିଟରେ ପେନାଲ୍ଟି କର୍ନର ସୁଯୋଗ ହାସଲ କରିବାରେ ସଫଳ ହୋଇଥିଲା। ୨୨ ନମ୍ବର ଜର୍ସି ପରିହିତ ବରୁଣ କୁମାର ଏହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୁରା କ୍ବାର୍ଟରେ ଭାରତ ପ୍ରତିପକ୍ଷ ଦଳ ଉପରେ ଭାରି ପଡ଼ିଥିଲା। ୧୧ତମ ମିନିଟରେ ମିଳିଥିବା ଆଉ ଏକ ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ୧୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ଭଲ ମୁଭ୍‌ ନେଇଥିଲେ ହେଁ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରି ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀକୁ ୨-୦ରେ ବଳବତ୍ତର ରଖିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଉନ୍ନତ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା। ଫଳରେ ଭାରତୀୟ ଖେଳାଳିମାନେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ସଫଳତାର ସହ ଦକ୍ଷିଣ ଆଫ୍ରିକା ଡିଫେଣ୍ଡରମାନେ ପ୍ରତିହତ କରିଥିଲେ। ମାତ୍ର ୨୫ତମ ମିନିଟରେ ଭାରତର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୋଲ ଦେବାକୁ ଯାଉଥିବାବେଳେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପୋଷ୍ଟ ନିକଟରେ ଷ୍ଟିକ୍‌ଚେକ୍‌ କରିଥିଲେ। ଫଳରେ ରେଫରି ଜାଭିୟର ଫେନାର୍ଟ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦେଇଥିଲେ। ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଫଳରେ ପ୍ରଥମାର୍ଦ୍ଧ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନ ୩-୧ରେ ପହଞ୍ଚତ୍ ଯାଇଥିଲା।ଦ୍ୱିତୀୟାର୍ଦ୍ଧରେ ପଟ ପରିବର୍ତ୍ତନନ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକା ଭାଗ୍ୟ ପରିବର୍ତ୍ତନ ହୋଇ ନ ଥିଲା। ଦଳର ଡିପେଣ୍ଡରମାନେ ଭାରତୀୟ ଫରୱାର୍ଡଙ୍କୁ କିଛି ପରିମାଣରେ ରୋକିବାରେ ସକ୍ଷମ ହୋଇଥିଲେ ସତ, ମାତ୍ର ଭାରତୀୟ ଗୋଲପୋଷ୍ଟ ଉପରେ ଆକ୍ରମଣ କରିବାରେ ଅସଫଳ ରହିଥିଲେ। ତୃତୀୟ କ୍ବାର୍ଟର ଆରମ୍ଭର ୫ମ ମିନିଟ ସମୟରେ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ନିକଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ଆକାଶଦୀପ ସିଂଙ୍କଠାରୁ ପାସ୍‌ ପାଇଥିଲେ ସିମରନଜିତ ସିଂ। ସେ ଚତୁରତାର ସହ ବଲ୍‌କୁ ବିବେକ ପ୍ରସାଦଙ୍କ ନିକଟକୁ ପଠାଇ ଦେଇଥିଲେ। ବିବେକ ଏହାକୁ ଗୋଲରେ ପରିଣତ କରି ଭାରତର ଅଗ୍ରଣୀକୁ ୪-୦ରେ ପହଞ୍ଚାଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ୪୧ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ନର ସୁଯୋଗ ପାଇଥିବାବେଳେ ଅମିତ ରୋହିଦାସଙ୍କ ଶଟ୍‌କୁ ଆଫ୍ରିକା ଡିଫେଣ୍ଡରମାନେ ଅଟକାଇବାରେ ସକ୍ଷମ ହୋଇଥିଲେ। ୪୯ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିବାବେଳେ ବରୁଣ କୁମାର ଏହାକୁ ଗୋଲରେ ପରିଣତ କରିଥିଲେ। ୫୩ତମ ମିନିଟରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ପ୍ରଥମ ଉଦ୍ୟମରେ ଏହା ବିଫଳ ହୋଇଥିଲେ ହେଁ କ୍ରମାଗତ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆଫ୍ରିକାର ରିଚାର୍ଡ ପାଉଜ୍‌। ଏହା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାଇଁ ସାନ୍ତ୍ୱନା ସଦୃଶ ଥିଲା। ଭାରତ ୫୬ ଓ ଦକ୍ଷିଣ ଆଫ୍ରିକା ୫୭ତମ ମିନିଟରେ ପେନାଲ୍ଟି କର୍ନର ପାଇଥିଲେ ହେଁ ସେଥିରୁ ଗୋଲ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ନୂଆଦିଲ୍ଲୀ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲାରେ ସାମ୍ନାସାମ୍ନି ହେବ।  ଅପରିବର୍ତ୍ତିତ ଏକାଦଶ ସହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

ଇରାନ ଉପରେ ଏହି ଦିନ ଆକ୍ରମଣ କରିବ ଆମେରିକା, ପୂର୍ବତନ CIA ଅଧିକାରୀ କହିଲେ…

ତେହରାନ,୨୨ା୨: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଟ୍ରମ୍ପଙ୍କ ଧମକ ପରେ ଇରାନ ଏହାର ଜାତିସଂଘ ମିଶନ ମାଧ୍ୟମରେ ଏକ ଚେତାବନୀ ଜାରି କରିଛି,…

Video: ରାଜସ୍ଥାନରେ ଘୋଡ଼ା ଉପରେ ବ୍ଲିଙ୍କିଟ ଡେଲିଭରି! ବୃଦ୍ଧ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ, ଲୋକେ କହିଲେ ଏଠି ଯୁବକଙ୍କୁ ମିଳୁନି…

ଜୟପୁର,୨୨।୨: ରାଜସ୍ଥାନରେ, ଯେଉଁଠାରେ ଘୋଡ଼ା ଏବଂ ଓଟଙ୍କୁ ପରମ୍ପରା, ଗର୍ବ ଏବଂ ବୀରତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ, ସେଠାରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

‘କଂଗ୍ରେସ ପ୍ରଥମରୁ ଉଲଗ୍ନ,’ କାହିଁକି କଂଗ୍ରେସ ନେତାଙ୍କୁ ଏମିତି ସମାଲୋଚନା କଲେ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନକୁ ନେଇ କଂଗ୍ରେସ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri