Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ପୋଲାଣ୍ଡକୁ ହରାଇଲା ରୁଷିଆ

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ରୁଷିଆ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚରୁ ୬ ପଏଣ୍ଟ ସହିତ ରୁଷିଆ ପୁଲ୍‌‘ଏ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଗ୍ରୁପରେ ଭାରତ ୨ ମ୍ୟାଚରୁ ୬ ପଏଣ୍ଟ ପାଇଥିବାରୁ ଶୀର୍ଷସ୍ଥାନ ବଜାୟ ରଖିଛି। ସୋମବାର ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ୪୩ତମ ର଼୍ୟାଙ୍କ୍‌ପ୍ରାପ୍ତ ଉଜ୍‌ବେକିସ୍ତାନକୁ ଭେଟିବ। ଏହି ମ୍ୟାଚରେ ଉଜ୍‌ବେକିସ୍ତାନ ଯଦି ସେମିତି ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ନ କରେ ତେବେ ଭାରତ ସେମିଫାଇନାଲରେ ପ୍ରବେଶ କରିବ। ଏ କ୍ଷେତ୍ରରେ ରୁଷିଆ ଓ ପୋଲାଣ୍ଡ କ୍ରସ୍‌ ଓଭର ମ୍ୟାଚ ଖେଳିବେ। ପରିସଂଖ୍ୟାନ ଦୃଷ୍ଟିରୁ ଭାରତର ସେମିଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଛି। କାରଣ ୬ ପଏଣ୍ଟ ପାଇଥିବା ଭାରତର ଗୋଲ ବ୍ୟବଧାନ +୧୨ ରହିଛି। ଅନ୍ୟପକ୍ଷରେ ରୁଷିଆର ଗୋଲ ବ୍ୟବଧାନ +୨ ରହିଛି। ତେଣୁ ଶେଷ ଲିଗ୍‌ ମ୍ୟାଚରେ ଉଜ୍‌ବେକିସ୍ତାନଠାରୁ କମ୍‌ ଗୋଲ ବ୍ୟବଧାନରେ ହାରିଲେ ମଧ୍ୟ ଭାରତ ସେମିଫାଇନାଲରେ ପ୍ରବେଶ କରିବାରେ କୌଣସି ଅସୁବିଧା ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri