ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%: ପନିପରିବା ଦର ଆକାଶଛୁଆଁ

ନୂଆଦିଲ୍ଲୀ,୧୫-୫: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%କୁ ଖସିଆସିଛି, ଯାହା କି ମାର୍ଚ୍ଚରେ ୩.୧୮% ଥିଲା। ଗତବର୍ଷ ଏପ୍ରିଲରେ ଏହା ୩.୬୨% ରହିଥିଲା। ତେବେ ଗତ ମାସରେ ପେଟ୍ରୋଲ, ଡିଜେଲ ଏବଂ ପ୍ରସ୍ତୁତ ସାମଗ୍ରୀ ଦର ହ୍ରାସ ପାଇବା କାରଣରୁ ମୁଦ୍ରାସ୍ଫୀତି କମିଥିଲା। କିନ୍ତୁ ପନିପରିବା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ପନିପରିବା ଦର ୪୦.୬୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ମାର୍ଚ୍ଚରେ ଏହା ୨୮.୧୩% ବଢ଼ିଥିଲା। ସିଏସ୍‌ଓ ସୂତ୍ର  ଅନୁଯାୟୀ, ଏପ୍ରିଲରେ ସିପିଆଇ ୨.୯୨ ପ୍ରତିଶତ ରହିଥିଲା, ଯାହା କି  ମାର୍ଚ୍ଚରେ ୨.୮୬% ମୁକାବିଲାରେ ୦.୦୬% ଅଧିକ ଥିଲା। ତେବେ ଆର୍‌ବିଆଇର ଆନୁମାନିକ ଲକ୍ଷ୍ୟଠାରୁ ଏହା କମ୍‌ ରହିଛି। ଏଥିଯୋଗୁ ଆସନ୍ତା ମୁଦ୍ରାନୀତିରେ ରେପୋ ରେଟ କମିବାର ଆଶା ସଞ୍ଚାର କରିଛି। ତେବେ ଏପ୍ରିଲରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ହାର ୩ ଗୁଣା ବୃଦ୍ଧି ପାଇ ମାର୍ଚ୍ଚର ୦.୩%ରୁ ୧.୧ ପ୍ରତିଶତରେ ପହଞ୍ଚତ୍ୟାଇଛି। ପନିପରିବା ମୁଦ୍ରାସ୍ଫୀତି ହାର ମଧ୍ୟ ୨.୮୭% ବୃଦ୍ଧି ପାଇଥିବା ବେଳେ ଫଳ ଦର ହ୍ରାସ ପାଇଛି। ଇନ୍ଧନ ଓ ବିଜୁଳି ମୁଦ୍ରାସ୍ଫୀତି ହାର ମଧ୍ୟ ୨.୫୬%ରେ ପହଞ୍ଚତ୍ୟାଇଛି, ଯାହା କି ମାର୍ଚ୍ଚରେ ୨.୪୨% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri