ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ ଟିକସଦାତା ଏଭଳି ରିଟର୍ନ ଫାଇଲ କରିପାରିବେ। ଏକ ନିର୍ଦ୍ଧାରିତ ନମ୍ବରକୁ ଏସ୍‌ଏମ୍‌ଏସ୍‌ ପଠାଇ ଟିକସଦାତା ଏହାକୁ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ଦ୍ୱାରା ନିଶ୍ଚିତ କରାଇବାକୁ ହେବ। ମୋଟ ଟିକସଦାତାଙ୍କ ମଧ୍ୟରୁ ପ୍ରାୟ ୨୩% ଏଭଳି ସୁବିଧା ଦ୍ୱାରା ଲାଭବାନ ହେବେ ବୋଲି ଆକଳନ କରାଯାଇଛି। ଅନୁପାଳନ ପଦ୍ଧତିକୁ ଆହୁରି ବ୍ୟବସ୍ଥିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି। ଏଭଳି ଟିକସଦାତାଙ୍କୁ ଆଉ ଅନ୍‌ଲାଇନରେ ରିଟର୍ନ ଫାଇଲ କରିବାକୁ ପଡିବ ନାହିଁ। ଏପ୍ରିଲରୁ ନୂଆ ରିଟର୍ନ ଫାଇଲିଂ ବ୍ୟବସ୍ଥା ଆରମ୍ଭ ହେଲେ ନିର୍ଦ୍ଧାରିତ ୫ କୋଟିରୁ କମ୍‌ କାରବାର କରୁଥିବା ସଂସ୍ଥାଗୁଡିକ ତ୍ରୈମାସ ଭିତ୍ତିରେ ରିଟର୍ନ ଫାଇଲ କରିବେ। ଏହା ମଧ୍ୟରେ ଜିଏସ୍‌ଟିରେ ପଞ୍ଜୀକରଣ କରିଥିବା ମୋଟ ବାଣିଜି୍ୟକ ସଂସ୍ଥାଙ୍କ ମଧ୍ୟରୁ ପ୍ରାୟ ୭୦% ଆସିଯିବେ ବୋଲି ଜିଏସ୍‌ଟି ନେଟଓ୍ବର୍କର ସିଇଓ ପ୍ରକାଶ କୁମାର କହିଛନ୍ତି।
୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାରବାର କରୁଥିବା ୭% ଟିକସଦାତା ମାସିକ ରିଟର୍ନ ଫାଇଲ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ପରୋକ୍ଷ ଟିକସ ବ୍ୟବସ୍ଥା ଲାଗି ଆଇଟି ଭିତ୍ତିଭୂମି ପ୍ରଦାନ କରୁଥିବା ଜିଏସ୍‌ଟିଏନ୍‌ ନୂଆ ଫର୍ମ ଆଣିବା ଦିଗରେ କାର୍ଯ୍ୟ କରୁଛି। ୫୧%ରୁ ଅଧିକ ଟିକସଦାତା ଏସ୍‌ଏମ୍‌ଏସ୍‌ ଭିତ୍ତିକ ଅନୁପାନଳ ଟୁଲ୍‌ କିମ୍ବା ସହଜ ଟୁଲକୁ ଚୟନ କରିପାରିବେ। ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା ଏବଂ ବିଜନେସ ଟୁ କଷ୍ଟମର ନେଣଦେଣ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ। ୨ ବର୍ଷ ପୂର୍ବରୁ ଜିଏସ୍‌ଟି ଲାଗୁ ହୋଇଥିବା ବେଳେ ଏଥିରେ ରହିଥିବା ବିଭିନ୍ନ ଅସୁବିଧା ଲାଗି ସରକାରଙ୍କୁ ବିଭିନ୍ନ କ୍ଷେତ୍ରରୁ ସମାଲୋଚନା କରାଯାଇଛି। ୩ ଥାକିଆ ଅନୁପାଳନ ବ୍ୟବସ୍ଥା ହେଉ କିମ୍ବା ଅନ୍ୟ କେତେକ କ୍ଷେତ୍ରରେ କ୍ଷୁଦ୍ର ସଂସ୍ଥାଗୁଡିକ ଜିଏସ୍‌ଟିକୁ ନେଇ ବିଭିନ୍ନ ଅସୁବିଧା ସାମ୍ନା କରିଛନ୍ତି। କ୍ଷୁଦ୍ର ସଂସ୍ଥାଗୁଡିକର ସମସ୍ୟା ସମାଧାନ ଲାଗି ସରକାର ନୂଆ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତି କରିଛନ୍ତି। ଟିକସ ମାସିକ ଭିତ୍ତିରେ ପ୍ରଦାନ କରାଯିବାକୁ ଥିବା ବେଳେ ସଂସ୍ଥାଗୁଡିକ ୩ ମାସିଆ ରିଟର୍ନ ଫାଇଲ କରିବାକୁ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri