ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ

ମୁମ୍ବାଇ: ଠିକ୍‌ ଆଜିର ଦିନ ଅର୍ଥାତ୍‌ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା ଆରମ୍ଭ କରିଥିଲା। ଏହାର ଅଫିସିଆଲ ଟୁଇଟରରେ ଆଜିର ଦିନକୁ ସ୍ମରଣ କରାଯାଇଛି। ଚ୍ୟାନେଲରୁ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇ ଲେଖାଯାଇଛି, ଏହିଦିନ ‘ସତ୍ୟମ ଶିବମ ସୁନ୍ଦରମ’ର ରଙ୍ଗୀନ ପ୍ରକାଶର ଦିନ।

ଦୂରଦର୍ଶନର ଇତିହାସ:
୧୫ ସେପ୍ଟେମ୍ବର ୧୯୫୯ରେ ଦୂରଦର୍ଶନ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ସପ୍ତାହରେ ତିନି ଦିନ ଅଧ ଘଣ୍ଟା ଲେଖାଏ ପ୍ରସାରିତ ହୋଇଥିଲା। ଯାହା ଟେଲିଭିଜନ ଇଣ୍ଡିଆ ଭାବରେ ଜଣାଶୁଣା। ଏହାର ଦୈନିକ ପ୍ରସାରଣ ୧୯୬୫ ମସିହାରେ ଅଲ୍‌ ଇଣ୍ଡିଆ ରେଡିଓର ଏକ ଅଂଶ ଭାବରେ ଆରମ୍ଭ ହୋଇଥିଲା। ୫ ମିନିଟ୍‌ର ନ୍ୟୁଜ୍‌ ବୁଲେଟିନ ପ୍ରଚାର କରାଯାଇଥିଲା। ଯାହାକୁ ପ୍ରତୀମା ପୁରୀ ପଢ଼ିଥିଲେ। ୧୯୬୭ ମସିହାରେ ସଲମା ସୁଲତାନ ଦୂରଦର୍ଶନର ନୂତନ ଆଙ୍କର୍‌ ହୋଇଥିଲେ।
୧୯୭୨ ରୁ ୧୯୭୫ ପର୍ଯ୍ୟନ୍ତ ଦୂରଦର୍ଶନ ଦେଶର କେବଳ ୭ଟି ସହରରେ ପ୍ରବେଶ କରିଥିଲା। ୧ ଏପ୍ରିଲ ୧୯୭୬ରେ ଟିଭି ସେବା ରେଡିଓରୁ ବିଭାଜିତ ହେଲା। ନୂଆଦିଲ୍ଲୀରେ ବିଭିନ୍ନ ନିର୍ଦ୍ଦେଶକ ଜେନେରାଲ ଅଲ୍‌ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ପରିଚାଳନା ଆରମ୍ଭ କରିଥିଲେ। ୧୯୮୨ରେ ଦୂରଦର୍ଶନ ଏକ ଜାତୀୟ ବ୍ରଡ୍‌କାଷ୍ଟର୍‌ ହୋଇଥିଲା। ୧୯୮୨ରେ ନ୍ୟାଶନାଲ ଟେଲିକାଷ୍ଟ ଅର୍ଥାତ୍‌ ଡିଡି ନ୍ୟାଶନାଲକୁ ପରିବର୍ତ୍ତନ କରାଯାଇଥିଲା। ୧୫ଅଗଷ୍ଟ ୧୯୮୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭାଷଣର ସିଧା ପ୍ରସାରଣ ସହିତ ରଙ୍ଗୀନ ଟେଲିଭିଜନ ଆରମ୍ଭ ହୋଇଥିଲା। ୨୦୧୪ରେ ଦୂରଦର୍ଶନର ମହାନିର୍ଦ୍ଦେଶକ ବିଜୟଲକ୍ଷ୍ମୀ ଛାବ୍ରା ଏହାକୁ ନୂତନ ସ୍ଲୋଗାନ ‘ଦେଶର ନିଜ ଚ୍ୟାନେଲ୍‌’ ବୋଲି କହିଥିଲେ।

ଦୂରଦର୍ଶନ ୩ଟି ପର୍ଯ୍ୟାୟ ସେବା ପ୍ରଦାନ କରେ:
ଦୂରଦର୍ଶନ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ପ୍ରସାରଣ କରେ। ଯଥା ଜାତୀୟ, ଆଞ୍ଚଳିକ ଏବଂ ସ୍ଥାନୀୟ। ଜାତୀୟ ଘଟଣାରେ ସମଗ୍ର ଦେଶର ଘଟଣା ରହିଥାଏ। ସେହିପରି ଦୂରଦର୍ଶନରେ ବିଜ୍ଞାନ, କଳା, ସଂସ୍କୃତି, ପରିବେଶ, ସାମାଜିକ ପ୍ରସଙ୍ଗ, କ୍ରମିକ, ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଫିଚର ବା ଚଳଚ୍ଚିତ୍ର ଉପରେ ସମ୍ବାଦ, ସାମ୍ପ୍ରତିକ କାର୍ଯ୍ୟ, ପତ୍ରିକା କାର୍ଯ୍ୟକ୍ରମ ଏବଂ ଡକ୍ୟୁମେଣ୍ଟାରୀ କାର୍ଯ୍ୟକ୍ରମ ଆଦି ପ୍ରସାରଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri