ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନୈରାଶ୍ୟ ଭରିରହିଥିବାବେଳେ ୧୭ରୁ ୧୬ ଲୋକ ସଭା ଆସନ ଦଖଲ ଲକ୍ଷ୍ୟରେ ରହିଛି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌। ତେବେ ଭାଜପା ଓ କଂଗ୍ରେସ ଏଥର ଭିନ୍ନ ରଣନୀତି ଆପଣାଇଥିବାରୁ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହିଦିନ ସର୍ବନୂତନ ରାଜ୍ୟ ତେଲେଙ୍ଗାନାର ଆଦିଲାବାଦ, ପେଡ୍ଡାପଲ୍ଲୀ, କରିମନଗର, ନିଜାମାବାଦ, ଜାହିରାବାଦ, ମେଡକ୍‌, ମାଲକାଜଗିରି, ସିକନ୍ଦରାବାଦ, ହାଇଦ୍ରାବାଦ, ଚେଭେଲ୍ଲା, ମେହବୁବ୍‌ନଗର, ନଗରକୁର୍ନୁଲ, ନାଲଗୋଣ୍ଡା, ଭୋଙ୍ଗିର, ଓ୍ବାରଙ୍ଗଲ, ମେହବୁବାବାଦ ଓ ଖମ୍ମାମରେ ଭୋଟଗ୍ରହଣ କରାଯିବ।

ଟିଆର୍‌ଏସ୍‌ ମିଶନ ୧୬ ପାଇଁ ଅଣ୍ଟା ଭିଡ଼ିଥିବାବେଳେ ଏହାର ସହଯୋଗୀ ତଥା ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ହାଇଦ୍ରାବାଦ ଆସନ ବଞ୍ଚାଇବା ଲାଗି ଉଦ୍ୟମ କରୁଛି। ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପ୍ରୟାସରତ କେସିଆର୍‌ ଏବଂ ତାଙ୍କ ପୁଅ ତଥା ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ କେ.ଟି. ରାମାରାଓ (କେଟିଆର୍‌) ଦଳୀୟ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। କେନ୍ଦ୍ରରେ ଅଣଭାଜପା ଏବଂ ଅଣକଂଗ୍ରେସ ସରକାର ଗଠନ ପାଇଁ ଟିଆର୍‌ଏସ୍‌ ତଥା ଏହାର ସହଯୋଗୀ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ କେସିଆର୍‌ ଅନୁରୋଧ କରିଛନ୍ତି। କେଟିଆର୍‌ କହିଛନ୍ତି, ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୪୭% ଭୋଟ ପାଇ ୭୫% ଆସନ ଦଖଲ କରିଥିଲା। ଚଳିତ ନିର୍ବାଚନରେ ଲୋକେ କଂଗ୍ରେସ ଓ ଭାଜପାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁ ଏଥର ମଧ୍ୟ ଆମେ ଜିତିବୁ। ପ୍ରକାଶ ଯେ, ୧୧୯ ସଦସ୍ୟତା ବିଶିଷ୍ଟ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୮୮ ଆସନରେ ସଫଳତା ପାଇଥିଲା। କଂଗ୍ରେସ ୧୯, ଏଆଇଏମ୍‌ଆଇଏମ୍‌ ୭, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ୨ ଆସନ ଜିତିଥିବାବେଳେ ଭାଜପା ଏବଂ ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍‌ କେବଳ ଖାତା ଖୋଲି ପାରିଥିଲେ। ୨ ସ୍ବାଧୀନ ଏବଂ ଜଣେ ଟିଡିପି ବିଧାୟକ ଟିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି। ନିକଟରେ ୯ କଂଗ୍ରେସ ବିଧାୟକ ଟିଆର୍‌ଏସ୍‌ରେ ଯୋଗଦେବା ପରେ ଶାସକ ଦଳର ବିଧାୟକ ସଂଖ୍ୟା ୧୦୦ ଛୁଇଁଛି। ୨୦୧୪ ଲୋକ ସଭା ନିର୍ବାଚନରେ ଟିଆର୍‌ଏସ୍‌ ୧୧ ଓ କଂଗ୍ରେସ ୨ ଆସନ ଦଖଲ କରିଥିଲେ। ସେହିପରି ଟିଡିପି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଭାଜପା ଏବଂ ଏଆଇଏମ୍‌ଆଇଏମ୍‌କୁ ଗୋଟିଏ ଲେଖାଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସରେ କୌଣସି ଆକର୍ଷଣୀୟ ନେତୃତ୍ୱ ନ ଥିବା ସତ୍ତ୍ୱେ ଦଳ ୫ ଆସନରେ ଟିଆର୍‌ଏସ୍‌କୁ କଡ଼ା ଟକ୍କର ଦେବ। ସେହିପରି ସିକନ୍ଦରାବାଦ, ନିଜାମାବାଦ, ମେହବୁବନଗର ଓ କରିମନଗରରେ ଭାଜପା ସ୍ଥିତି ଭଲ ଥିବାରୁ ଏହି ଆସନଗୁଡ଼ିକରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି। ଟିଆର୍‌ଏସ୍‌ ସିକନ୍ଦରାବାଦ ଓ ଖମ୍ମାମ ସମେତ ୪ ଆସନର ବିଦାୟୀ ଏମ୍‌ପିଙ୍କ ଟିକେଟ କାଟି ନୂଆମୁହଁଙ୍କୁ ସୁଯୋଗ ଦେଇଛି। ଅନ୍ୟପକ୍ଷରେ ତେଲେଙ୍ଗାନାର ଜଣେ ମାତ୍ର ଭାଜପା ଏମ୍‌ପି ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଗୈରିକ ଦଳ ଏଥର ଟିକେଟ ଦେଇନାହିଁ। ତାଙ୍କ ସ୍ଥାନରେ ସିକନ୍ଦରାବାଦରୁ ଜି. କ୍ରିଷନ୍‌ଙ୍କୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳିଛି। ଏହି ଆସନରେ କଂଗ୍ରେସ ପୂର୍ବତନ ଏମ୍‌ପି ଅଞ୍ଜନ କୁମାର ଯାଦବଙ୍କୁ ପ୍ରାର୍ଥୀ କରିଥିବାବେଳେ କେସିଆର୍‌ କ୍ୟାବିନେଟର ମନ୍ତ୍ରୀ ଟି. ଶ୍ରୀନିବାସ ଯାଦବଙ୍କ ପୁଅ ସାଇ କିରନ ଯାଦବଙ୍କୁ ଟିଆର୍‌ଏସ୍‌ ଟିକେଟ ଦେଇଛି। ବିରୋଧୀ ସିପିଆଇ ଏବଂ ତେଲେଙ୍ଗାନା ଜନ ସମିତି (ଟିଜେଏସ୍‌) ଦୁଇଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଆନ୍ଧ୍ରରେ କ୍ଷମତାସୀନ ଟିଡିପି ୧୯୮୨ରେ ଗଠନ ହେବା ପରଠାରୁ ପ୍ରଥମଥର ପାଇଁ  ତେଲେଙ୍ଗାନା ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ଦେଇନାହିଁ। ଏଠାରେ କଂଗ୍ରେସକୁ ଟିଡିପି ସମର୍ଥନ କରିବ ବୋଲି ଘୋଷଣା କରିଛି, ଯାହାକି ବିଶେଷ ଫଳପ୍ରଦ ହେବନାହିଁ ବୋଲି ରାଜନୈତିକ ବିଶ୍ଳେଷକ ତେଲାକାପଲ୍ଲୀ ରବି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ କାହାକୁ ଡରେନାହିଁ’: ଟ୍ରମ୍ପଙ୍କ ଟାରିଫ୍ ପରେ ଆମେରିକାକୁ ଏପରି କହିଥିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୪ା୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri