ଏନଏଚ ୩୫୩ ପାଇଁ ଅର୍ଥନୈତିକ ଅବରୋଧ୮ ଘଣ୍ଟା ପରେ ଓହରିଲା

ନୂଆପଡା ଅଫିସ,୨୭ା୫: ସରକାର ଦିନକୁ ୩୦ କି.ମି. ଜାତୀୟ ରାଜପଥ ନିର୍ମାଣ କରୁଥିବା କହୁଥିବା ବେଳେ ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ଜାତୀୟ ରାଜପଥ ୩୫୩ କାମ (୬୫ କି.ମି.) ଆଜକୁ ୫ ବର୍ଷ ହେବ ଶେଷ ହେବାର ନାଁ ଧରୁନାହିଁ । ବାରମ୍ବାର ପ୍ରତିବାଦ, ଧାରଣା ଦେବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଶେଷରେ ନାଗରିକ ମଞ୍ଚ ତରଫରୁ ସୋମବାର ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ କରାଯାଇଥିଲା । ଦୀର୍ଘ ୫ ଘଣ୍ଟା ଧରି ଅବରୋଧ କରିଥିବାବେଳେ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟାହୃତ ହୋଇଛି। ଅଧିକାରୀମାନେ ଆଗାମୀ ୧୦ ଦିନ ମଧ୍ୟରେ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆପଡା-ଖଡିଆଳ ଉକ୍ତ ରାସ୍ତାକୁ ଆନ୍ଧ୍ରପ୍ରଦେଶର ଏକ ଠିକା କମ୍ପାନୀ ୫ ବର୍ଷ ହେବ ନିର୍ମାଣ କାମ ଆରମ୍ଭ କରିଥିଲେ। ଠିକାଦାର ଏବଂ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଠିକ ସମୟରେ କାମ ସବୁ କରି ନ ଥିବାରୁ ଏହା ବହୁ ଧନଜୀବନ ନଷ୍ଟ କରିସାରିଛି । ବର୍ତ୍ତମାନ ସୁଦ୍ଧା କାମର ଅଶି ପ୍ରତିଶତ କାମ ଶେଷ କରିଥିଲେ ହେଁ ଜିଲାର ବିଶେଷ କରି ବାଞ୍ଜିବାହାଲ, ବଞ୍ଜାରୀ, ଉଦ୍ୟାନବନ୍ଧ, କୋମନା, ପେଣ୍ଡ୍ରାବନ୍ଧ ଭଳି ପ୍ରମୁଖ ଜାଗାରେ କାମ ସବୁ ଅଧାପନ୍ତରିଆ କରି ଖୋଳ ିଛାଡି ଦିଆଯାଇଛି । ଫଳରେ ନିକଟସ୍ଥ ଗ୍ରାମବାସୀ ହଇରାଣ ହେଉଥିବାବେଳେ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ଲୋକେ ବାରମ୍ବାର ଆନ୍ଦୋଳନ କରିଆସିଛନ୍ତି । ହେଲେ ବିଭାଗୀୟ ଅଧିକାରୀ, ଠିକା କମ୍ପାନୀ ମିଛ ପ୍ରତିଶ୍ରୁତି ଦେଇଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷାଦିନ ପାଖେଇ ଆସୁଥିବାରୁ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ୭ ଦିନ ତଳେ ନାଗରିକ ମଞ୍ଚ କୋମନା ତରଫରୁ ଦାବି କରାଯାଇଥିଲା। ତଥାପି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହେବାରୁ ସୋମବାର ସକାଳ ୬ଟାରୁ ବାଞ୍ଜିବାହାଲ ଗାଁ ନିକଟରେ ଜାତୀୟ ରାଜପଥରେ ଧାରଣା ଆରମ୍ଭ କରାଯାଇଥିଲା। ରାସ୍ତାରେ ଶତାଧିକ ଟ୍ରକ, ପିକଅପ୍‌ ଆଦି ମାଲବାହୀଯାନ ସବୁ ଅଟକି ରହିଥିଲା। ମଧ୍ୟାହ୍ନ ୧୨ଟାରେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାମନ୍ତରାୟ ଧାରଣାସ୍ଥଳରେ ପହଞ୍ଚତ୍ଥିଲେ । ଧାରଣାକାରୀଙ୍କ ସହ ଆଲୋଚନା କରି ଆସନ୍ତା ୧୦ ଦିନ ମଧ୍ୟରେ (ବାଞ୍ଜିବାହାଲ) ଏହି କାମକୁ ଶେଷ କରିବା ସହ ଜୁନ ଶେଷ ସୁଦ୍ଧା ଜିଲାର ସମସ୍ତ କାମକୁ ଶେଷ କରାଯିବ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ଓହରିଯାଇଥିଲା ଆନ୍ଦୋଳନରେ ଆବାହକ ଅର୍ଜୁନ ଜଗତ, ତରୁଣ କୁମାର ରଥ, ବିରାଟ ବାଗ, ପରଦେଶୀ ମେହେର ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଯଦୁମଣୀ ପାଣିଗ୍ରାହୀ, ହେମନ୍ତ କୁମାର କର, ଜିତେନ୍ଦ୍ର ସାହୁ, ରଞ୍ଜିତ ଭୋଇ, ସୁବୋଧ ଭୋଇ, ଇନ୍ଦ୍ର ପ୍ରଧାନ, ଗୋକୁଳ ମେହେର, ଚନ୍ଦ୍ର ଶବର, ସୋମନାଥ ଶବର, ବିକ୍ରମ ବିଶ୍ୱାଳ, ଗଙ୍ଗା ମାଝି, ଲାଲସିଂ ଠାକୁର ପ୍ରମୁଖ ସାମିଲ ଥିଲେ । ପୋଲିସ ତରଫରୁ ଏସଡିପିଓ ଅଜୟ କୁମାର ପଟ୍ଟନାୟକ, କୋମନା ଥାନାଧିକାରୀ ନିର୍ମଳ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri