Posted inଜାତୀୟ

ଏଣିକି ହେଲମେଟ୍‌ ନ ପିନ୍ଧିବା ଠାରୁ ମହଙ୍ଗା ପଡ଼ିବ ରାସ୍ତା ଉପରେ ଆବର୍ଜନା ଫୋପାଡିବା

ଲକ୍ଷ୍ନୌ,୨୩।୯: ନୂଆ ମୋଟରଯାନ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରଙ୍କର ଯେଉଁ ଚାଲାଣ କଟାଯାଉଛି ତା’ଠାରୁ ମହଙ୍ଗା ହେବ ରାସ୍ତାରେ ଆବର୍ଜନା ଫୋପାଡ଼ିବ। ଏହି ଜରିମାନା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏହା ହେଲମେଟ୍‌ ନ ପିନ୍ଧିବା ଜରିମାନାଠାରୁ ବି ବହୁ ଗୁଣା ଅଧିକ ରହିଛି। ଏଣିକି ଦୋକାନର କି ଘରର ଆବର୍ଜନାକୁ ରାସ୍ତା ଉପରେ ଫୋପାଡିବା ବା ଜଳାଇଲେ ୫୦ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ନଗର ନିଗମ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରେ ଏଭଳି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ଆଉ ଏହି ନିୟମ ଉପରେ ରାଜ୍ୟସରକାରଙ୍କ ମୋହର ମଧ୍ୟ ଲାଗିସାରିଛି। ତେବେ ଏହି ଜରିମାନାକୁ ବୃଦ୍ଧି କି ହ୍ରାସ କରିବା ତାହା ନଗର ନିଗମଙ୍କ ଅଧିକାର ରହିବ ବୋଲି ଜଣାପଡ଼ିଛି। ସେହିପରି ହସ୍ପିଟାଲ, ହୋଟେଲ, ରେଷ୍ଟୁରାଣ୍ଟର ଆବର୍ଜନାକୁ ବାହାରେ ଫୋପାଡ଼ିବା ଏବଂ ନିୟମାନୁସାରେ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା ନ ରଖିଲେ ମଧ୍ୟ ଏହା ଉପରେ ଜରିମାନା ଲାଗିବ ବୋଲି ନଗର ନିଗମ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri