Posted inଫୁରସତ

ଏଠାରେ ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସି ରୁହନ୍ତି ଦମ୍ପତି

ଦାମ୍ପତ୍ୟ ଜୀବନରେ ଚୁମ୍ବନର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେବେ ମେକ୍ସିକୋର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦମ୍ପତି ଚୁମ୍ବନ ଦେବା ଲାଗି ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହୋଇ ଥାଆନ୍ତି। ସେଣ୍ଟ୍ରାଲ ମେକ୍ସିକୋର ଗୁଆନଜୁଆତୋ। ଏଠାରେ ଦମ୍ପତି ମାନେ ଗୋଟିଏ ଥର ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସିରେ ରହିଥାଆନ୍ତି ବୋଲି କୁହାଯାଏ। ବିଶେଷ କରି ଫେବୃୟାରୀରେ ଏଠି ଦମ୍ପତିଙ୍କର ଭିଡ ଲାଗିଥାଏ। ଏଠାରେ ଥିବା ଛୋଟିଆ ଗଳିରେ ଦମ୍ପତିମାନେ ଚୁମ୍ବନ ଦେବା ସହ ଏଠାରେ ଏକ ବାର୍ତ୍ତା ଛାଡି ଯାଇଥାଆନ୍ତି। ଏହି ଗଳି ‘କିସ୍‌ ଗଳି’ ବା ଚୁମ୍ବନ ଗଳି ନାମରେ ପରିଚିତ। ଏହା ପଛର ଇତିହାସ କହେ ଏଠାରେ ଜଣେ ଧନୀ ଘରର ଝିଅ ଡୋନା କାର୍ମୀନ ଜଣେ ଗରିବ ଘରର ପୁଅ ଲୁଇସଙ୍କୁ ପ୍ରେମ କରୁଥିଲେ। ହେଲେ ଏଥିରେ ଡୋନାଙ୍କ ପରିବାର ଲୋକେ ଆଦୌ ସହମତି ଦେଇ ନ ଥିଲେ। ଫଳରେ ପରସ୍ପରକୁ ଚୁମ୍ବନ ଦେବା ଲାଗି ଡୋନାଙ୍କ ପାଖଘରକୁ ଭଡା ସୂତ୍ରରେ ନେଇଥିଲେ ଲୁଇସ୍‌। ବିଳମ୍ବିତ ରାତିରେ ଏହି ପ୍ରେମୀ ଯୁଗଳ ବାଲକୋନିରେ ପରସ୍ପରକୁ ଚୁମ୍ବନ ଦେଉଥିଲେ। ହେଲେ ଏକଥା ଡୋନାଙ୍କ ପିତା ଜାଣିବା ପରେ ସେ ଡୋନାଙ୍କୁ ଜୀବନରୁ ମାରି ଦେଇଥିଲେ। ଆଉ ଏତିକିବେଳେ ଡୋନାଙ୍କୁ ବଞ୍ଚାଇବାକୁ ଯାଇ ଲୁଇସ୍‌ ବାଲକୋନିରୁ ଡେଇଁ ପଡିବା ସମୟରେ ତଳେ ପଡି ଯିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତା’ପରଠାରୁ ଏହି ଗଳିକୁ ପ୍ରେମୀ ଯୁଗଳଙ୍କ ଗଳି ବୋଲି କୁହାଯାଏ। ଡୋନା-ଲୁଇସଙ୍କ ସ୍ମୃତିରେ ଲୋକେ ସେବେଠାରୁ ଏହି ଗଳିରେ ଆସି ଚୁମ୍ବନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri