Posted inଫୁରସତ

ଏଠାରେ ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସି ରୁହନ୍ତି ଦମ୍ପତି

ଦାମ୍ପତ୍ୟ ଜୀବନରେ ଚୁମ୍ବନର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେବେ ମେକ୍ସିକୋର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦମ୍ପତି ଚୁମ୍ବନ ଦେବା ଲାଗି ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହୋଇ ଥାଆନ୍ତି। ସେଣ୍ଟ୍ରାଲ ମେକ୍ସିକୋର ଗୁଆନଜୁଆତୋ। ଏଠାରେ ଦମ୍ପତି ମାନେ ଗୋଟିଏ ଥର ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସିରେ ରହିଥାଆନ୍ତି ବୋଲି କୁହାଯାଏ। ବିଶେଷ କରି ଫେବୃୟାରୀରେ ଏଠି ଦମ୍ପତିଙ୍କର ଭିଡ ଲାଗିଥାଏ। ଏଠାରେ ଥିବା ଛୋଟିଆ ଗଳିରେ ଦମ୍ପତିମାନେ ଚୁମ୍ବନ ଦେବା ସହ ଏଠାରେ ଏକ ବାର୍ତ୍ତା ଛାଡି ଯାଇଥାଆନ୍ତି। ଏହି ଗଳି ‘କିସ୍‌ ଗଳି’ ବା ଚୁମ୍ବନ ଗଳି ନାମରେ ପରିଚିତ। ଏହା ପଛର ଇତିହାସ କହେ ଏଠାରେ ଜଣେ ଧନୀ ଘରର ଝିଅ ଡୋନା କାର୍ମୀନ ଜଣେ ଗରିବ ଘରର ପୁଅ ଲୁଇସଙ୍କୁ ପ୍ରେମ କରୁଥିଲେ। ହେଲେ ଏଥିରେ ଡୋନାଙ୍କ ପରିବାର ଲୋକେ ଆଦୌ ସହମତି ଦେଇ ନ ଥିଲେ। ଫଳରେ ପରସ୍ପରକୁ ଚୁମ୍ବନ ଦେବା ଲାଗି ଡୋନାଙ୍କ ପାଖଘରକୁ ଭଡା ସୂତ୍ରରେ ନେଇଥିଲେ ଲୁଇସ୍‌। ବିଳମ୍ବିତ ରାତିରେ ଏହି ପ୍ରେମୀ ଯୁଗଳ ବାଲକୋନିରେ ପରସ୍ପରକୁ ଚୁମ୍ବନ ଦେଉଥିଲେ। ହେଲେ ଏକଥା ଡୋନାଙ୍କ ପିତା ଜାଣିବା ପରେ ସେ ଡୋନାଙ୍କୁ ଜୀବନରୁ ମାରି ଦେଇଥିଲେ। ଆଉ ଏତିକିବେଳେ ଡୋନାଙ୍କୁ ବଞ୍ଚାଇବାକୁ ଯାଇ ଲୁଇସ୍‌ ବାଲକୋନିରୁ ଡେଇଁ ପଡିବା ସମୟରେ ତଳେ ପଡି ଯିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତା’ପରଠାରୁ ଏହି ଗଳିକୁ ପ୍ରେମୀ ଯୁଗଳଙ୍କ ଗଳି ବୋଲି କୁହାଯାଏ। ଡୋନା-ଲୁଇସଙ୍କ ସ୍ମୃତିରେ ଲୋକେ ସେବେଠାରୁ ଏହି ଗଳିରେ ଆସି ଚୁମ୍ବନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri