ଏଟିଏମ୍‌ରେ ଟଙ୍କା ନ ଥିଲେ ବ୍ୟାଙ୍କକୁ ଜରିମାନା : ୩ଘଣ୍ଟାରୁ ଅଧିକ ସମୟ ଖାଲିଥିଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧୫-୬: ଆଗାମୀ ଦିନରେ ଖାଲି ଏଟିଏମ୍‌ ଆଉ ଦେଖିବାକୁ ମିଳିବନି। ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଏଟିଏମ୍‌ରେ ଟଙ୍କା ନ ଥିଲେ ସମ୍ପୃକ୍ତ ବ୍ୟାଙ୍କକୁ ଏଥିପାଇଁ ଭାରି ଜରିମାନା ଗଣିବାକୁ ପଡ଼ିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା ନେଇ ଏକ ସର୍କୁଲାର ଜାରି କରିଛି। ବହୁ ସମୟରେ ଦେଖାଯାଇଛି ଯେ, ସହର ହେଉ କି ଗଁା ଅଥବା ଅର୍ଦ୍ଧ ସହରାଞ୍ଚଳରେ ପ୍ରାୟ ସ୍ଥାନରେ ଦୀର୍ଘ ସମୟ ଧରି ଏଟିଏମ୍‌ ଖାଲି ଥିବା ଦେଖାଯାଉଛି। ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ନିରାଶ ହୋଇ ଫେରୁଛି। ଆର୍‌ବିଆଇ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, କେଉଁ ଅଞ୍ଚଳରେ କେଉଁ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରରେ କେତେ ଘଣ୍ଟାରୁ କେତେଦିନ ପର୍ଯ୍ୟନ୍ତ ଟଙ୍କା ନ ଥିବା ଜଣାପଡିବ, ତାହାକୁ ହିସାବକୁ ନେଇ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଜରିମାନା ସ୍ଥିର କରାଯିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏଟିଏମ୍‌ରେ ଲାଗିଥିବା ସେନ୍ସର ମାଧ୍ୟମରେ ରିୟଲ ଟାଇମ ବେସିସ୍‌ରେ ଟଙ୍କା ଥିବା ସମ୍ପର୍କରେ ବ୍ୟାଙ୍କ ଜାଣିପାରିଥାଏ। ଏଟିଏମ୍‌ରେ ଲାଗିଥିବା କ୍ୟାଶ୍‌ ଟ୍ରେରେ କେତେ ମାତ୍ରାରେ ଟଙ୍କା ରହିଛି, ତାହା ମଧ୍ୟ ବ୍ୟାଙ୍କ ଜାଣିପାରେ। ଟଙ୍କା ଉଠାଇବାର ହାରାହାରି ସମୟକୁ ହିସାବକୁ ନେଇ ରିଫିଲିଙ୍ଗର ଆବଶ୍ୟକତା କେତେବେଳେ ରହିଛି, ତାହା ମଧ୍ୟ ବ୍ୟାଙ୍କ ଆକଳନ କରିପାରିବ। ତେବେ ବ୍ୟାଙ୍କଗୁଡ଼ିକ ଖାମ୍‌ଖିଆଲି ମନୋଭାବ ପ୍ରଦର୍ଶନ କରୁଛନ୍ତି। ସେହି କାରଣରୁ ସେମାନେ ଦିନ ଦିନ ଧରି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁନାହାନ୍ତି। ଫଳସ୍ବରୂପ ଗ୍ରାହକ ଟଙ୍କା ଉଠାଇବା ଲାଗି ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ବ୍ୟାଙ୍କର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ ଯେ, ଏଟିଏମ୍‌ ଚାର୍ଜକୁ ନେଇ ଆର୍‌ବିଆଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିିଟି ଗଠନ କରାଯାଇଛି। ଏଟିଏମ୍‌ ବ୍ୟବହାର ପାଇଁ କେତେ ଚାର୍ଜ ଆଦାୟ କରାଯିବା ଆବଶ୍ୟକ ଅଥବା ଚାର୍ଜ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ କି ନା ସେସମ୍ପର୍କରେ ଏହି କମିଟି ତାଙ୍କର ସୁପାରିସ୍‌ କରିବେ। ଅନ୍ୟପକ୍ଷରେ ଖର୍ଚ୍ଚ ବଢ଼ିବା କାରଣରୁ ଏଟିଏମ୍‌ ଚାର୍ଜ ବୃଦ୍ଧି କରିବା ଲାଗି ଏଟିଏମ୍‌ ପରିଚାଳନା ସଂଘ ପକ୍ଷରୁ ଦାବି କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri