Posted inଖେଳ

ଏଜିଏମ୍‌ରେ ଭାଗ ନେଇପାରିବେ ନାହିଁ ଟିଏନ୍‌ସିଏ, ହରିୟାଣା, ମହାରାଷ୍ଟ୍ର

ପୁଣେ,୧୦।୧୦(ପି.ଟି.)- ମୁମ୍ବାଇରେ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଅଂଶଗ୍ରହଣ କରିବାକୁ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ), ହରିୟାଣା କ୍ରିକେଟ ଆସୋସିଏଶନ (ଏଚ୍‌ସିଏ) ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏମ୍‌ସିଏ)କୁ ବାରଣ କରାଯାଇଛି। ପ୍ରଶାସକ କମିଟି (ସିଓଏ) ଏହି ରାଜ୍ୟ ବୈଠକରେ ଭାଗ ନେବାରୁ ଏହି ରାଜ୍ୟ ଆସୋସିଏଶନଗୁଡିକୁ ବାରଣ କରିଛି। ସମ୍ବିଧାନରେ ସଂଶୋଧନ କରି ନ ଥିବାରୁ ଏହି ଆସୋସିଏଶନଗୁଡିକ ବିପକ୍ଷରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସିଓଏ ତରଫରୁ କୁହାଯାଇଛି। ସମ୍ବିଧାନ ସଂଶୋଧନ ନେଇ ଏହି ଆସୋସିଏଶନ ଗୁଡିକ ଆଦେଶ ପାଳନ ନ କରିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଯଦି ଏଜିଏମ୍‌ରେ ନିର୍ବାଚନ ହୁଏ ତାହେଲେ ଏହି ଆସୋସିଏଶନଗୁଡିକୁ ମତଦାନ ଅଧିକାର ମିଳିବ ନାହିଁ। ୨୦୧୮ ଅଗଷ୍ଟ ୯ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଅନୁସାରେ ଏଗୁଡିକ ସମ୍ବିଧାନ ସଂଶୋଧନ କରିନାହାନ୍ତି ବୋଲି ସିଓଏ ତରଫରୁ କୁହାଯାଇଛି। ଆମେରିକା ଗସ୍ତରେ ଯାଇଥିବାରୁ ସିଓଏ ମୁଖ୍ୟ ବିନୋଦ ରାୟ ଏ ନେଇ କୌଣସି ମତ ଦେଇନାହାନ୍ତି।
ଟିଏନ୍‌ସିଏ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ୍‌. ଶ୍ରୀନିବାସନଙ୍କ ନିୟନ୍ତ୍ରଣରେ ରହିଛି ଓ ଆସୋସିଏଶନ ତରଫରୁ ସଚିବ ଏସ୍‌.ଏସ୍‌. ରାମାସ୍ବାମୀ ପ୍ରତିନିଧିତ୍ୱ କରିବେ। ସେହିପରି ବିସିସିଆଇ କୋଷାଧ୍ୟକ୍ଷ ପଦ ଛାଡିବାକୁ ଯାଉଥିବା ଅନିରୁଦ୍ଧ ଚୌଧୁରୀଙ୍କ ନିୟନ୍ତ୍ରଣରେ ଥିବା ହରିୟାଣା କ୍ରିକେଟ ଆସୋସିଏଶନ ତରଫରୁ ମୃଣାଳ ଓଝା ପ୍ରତିନିଧିତ୍ୱ କରିବେ। ସେହିପିର ପୂର୍ବତନ ବୋର୍ଡ ସମ୍ପାଦକ ଅଜୟ ଶିରକେଙ୍କ ନିୟନ୍ତ୍ରଣରେ ଥିବା ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ତରଫରୁ ରିୟାଜ ବାଗବନ ପ୍ରତିନିଧିତ୍ୱ କରିବେ।
କିଛି ଦିନ ତଳେ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଟିଏନ୍‌ସିଏ ଅଧ୍ୟକ୍ଷ ରୁପେ ନିର୍ବାଚିତ ହୋଇଥିଲେ। ଏହି କ୍ରମରେ ମଧ୍ୟ ସମ୍ବିଧାନର ଆବଶ୍ୟକୀୟ ସଂଶୋଧନ ହୋଇ ନ ଥିଲା। ସିଓଏର ଏହି ନିଷ୍ପତ୍ତି ବିସିସିଆଇରେ ଫାଟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବାନ ରହିଛି। ଯଦି ସର୍ବ ସମ୍ମତିକ୍ରମେ ଅଧ୍ୟକ୍ଷ, ଉପ- ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ ହୁଅନ୍ତି ତାହେଲେ ଏହି ବାରଣ ଉଠାଇବାର ମଧ୍ୟ କିଛି ମୂଲ୍ୟ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri