‘ଏଚ୍‌ସିକ୍ୟୁ ଅସୁରକ୍ଷିତ’ ଦାବିରୁୁ ଓହରିଲେ ଅଧ୍ୟୟନକାରୀ

ଓ୍ବାଶିଂଟନ,୬ା୬: କରୋନା ରୋଗୀଙ୍କୁ ଦିଆଯାଉଥିବା ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର କରାଯାଇଥିବା ମନେହେଉଛି। କାରଣ ଏହି ଔଷଧ କରୋନା ରୋଗୀଙ୍କ ପାଇଁ ନିରାପଦ ନୁହେଁ ବୋଲି ମେଡିକାଲ ଜର୍ନାଲ ‘ଦ ଲାନ୍‌ସେଟ୍‌’ ପକ୍ଷରୁ ଏକ ଅଧ୍ୟୟନ ପ୍ରକାଶ ପାଇଥିଲ। ହେଲେ ଉକ୍ତ ଅଧ୍ୟୟନରେ ସାମିଲ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ଗୁରୁବାର ସେମାନଙ୍କ ଦାବିକୁ ପ୍ରତ୍ୟାହାର କରିନେଇଛନ୍ତି। ଏକ ହେଲ୍‌ଥ କେୟାର କମ୍ପାନୀକୁ ସେମାନେ ଦାୟୀ କରିବା ସହ ଅଧ୍ୟୟନ ପାଇଁ କମ୍ପାନୀ ଡାଟା ଯୋଗାଇଥିବା ଦର୍ଶାଇଛନ୍ତି।
କରୋନାର ଉପଚାର ପାଇଁ ଠିକ୍‌ ଔଷଧ ଓ ପ୍ରତିଷେଧକ ଟିକା ସନ୍ଧାନ ଏବେ ବି ଜାରି ରହିଛି। ହେଲେ ରୋଗକୁ ସୀମିତ କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିଶେଷ ଭାବେ ସହାୟକ ହେଉଥିବା ବହୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁଭବ କରୁଛନ୍ତି। ଫଳରେ ଏହି ଔଷଧର ଚାହିଦା ସାରା ବିଶ୍ୱରେ ବୃଦ୍ଧି ପାଇଛି। ବିଶ୍ୱର ୭୦% ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉତ୍ପାଦନ କରୁଥିବା ଭାରତ ଉପରେ ରପ୍ତାନି ପାଇଁ ଗତ ମାର୍ଚ୍ଚରେ ଚାପ ପଡ଼ିଥିଲା। ଏହାସହିତ ଦେଖିବାକୁ ମିଳିଥିଲା ରାଜନୈତିକ ଓ କୂଟନୈତିକ ଘଟଣାମାନ ସାଙ୍ଗକୁ ବାଦବିବାଦ। ପରବର୍ତ୍ତୀ ସମୟରେ ଏହି ଔଷଧକୁ ନେଇ ବିଶ୍ୱ ଦୁଇଭାଗରେ ବିଭକ୍ତ ହେବା ସହ ଦେଶଗୁଡ଼ିକ ଭିନ୍ନ ଭିନ୍ନ ନୀତି ଆପଣାଇଥିବା ଦେଖିବାକୁ ମିଳିଛି। ଅନେକ ଦେଶ ଏହାର ବ୍ୟବହାର ନିଷେଧ କରିଥିବାବେଳେ ଆଉ କେତେକ ଦେଶ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। ସେହିପରି କେତେକ ଦେଶ କ୍ଲିନିକାଲ୍‌ ପରୀକ୍ଷଣରେ ଏହି ଔଷଧ ବ୍ୟବହାରକୁ ସୀମିତ ରଖିଛନ୍ତି। ତେବେ କେତେକ ଦେଶ ଏଚ୍‌ସିକ୍ୟୁ ବିରୋଧ କରିବା ପଛର ବଡ଼ କାରଣ ହେଉଛି ଲାନ୍‌ସେଟ୍‌ରେ ଗତ ମେ ୨୨ରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ। ସେଥିରେ ଉଲ୍ଲେଖ ଥିଲା ଯେ, ଦୁଇଟି ଔଷଧ ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌’ ଓ ‘କ୍ଲୋରୋକୁଇନ୍‌’ କରୋନା ରୋଗୀଙ୍କ କୌଣସି ଉପକାର କରିପାରୁନାହିଁ। ବରଂ ଏହାଦ୍ୱାରା ହୃଦ୍‌ ସମସ୍ୟା ସୃଷ୍ଟି ହୋଇ ରୋଗୀଙ୍କ ମୃତ୍ୟୁ ଆଶଙ୍କା ବଢ଼ାଉଛି। ଏହାପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ବ୍ୟବହାର ସମ୍ପର୍କିତ କ୍ଲିନିକାଲ ପରୀକ୍ଷଣକୁ ସ୍ଥଗିତ କରିଥିଲା। ବହୁ ବିଶେଷଜ୍ଞ ଅଧ୍ୟୟନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇ ରୋଗୀଙ୍କ ଚିକିତ୍ସାରେ ଏଚ୍‌ସିକ୍ୟୁର ଉପାଦେୟତା ଥିବା କହିଥିଲେ। କିନ୍ତୁ ତାହା ଅନେକ ଦେଶ ଉପରେ ପ୍ରଭାବ ପକାଇ ନ ଥିଲା। ଫଳସ୍ବରୂପ ସେହି ଦେଶଗୁଡ଼ିକରେ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯିବା ଏବଂ ତାହାର କ୍ଲିନିକାଲ ପରୀକ୍ଷଣ ବନ୍ଦ ହୋଇଯାଇଥିଲା। ଏବେ ଘଟଣାକ୍ରମ ଭିନ୍ନମୋଡ଼ ନେଇଛି। ୨ ଦିନ ତଳେ ଡବ୍ଲ୍ୟୁଏଚ୍‌ଓ ଏଚ୍‌ସିକ୍ୟୁର ସୁରକ୍ଷା ସମୀକ୍ଷା କରି ତାହାର କ୍ଲିନିକାଲ ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ କହିଥିଲା। ଗୁରୁବାର ୩ ଅଧ୍ୟୟନକାରୀ ମଧ୍ୟ ଏଚ୍‌ସିକ୍ୟୁର ସୁରକ୍ଷାକୁ ନେଇ କରିଥିବା ଆଶଙ୍କାରୁ ଓହରିଯାଇଛନ୍ତି।
ଉକ୍ତ ଅଧ୍ୟୟନର ନେତୃତ୍ୱ ନେଇଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମନଦୀପ ମେହେରାଙ୍କ ସହ ତାଙ୍କ ସହଯୋଗୀ ଜୁରିଚ୍‌ ୟୁନିଭର୍ସିିଟି ହସ୍ପିଟାଲର ଫ୍ରାଙ୍କ୍‌ ରୁଶିଟ୍‌ଜକା ଏବଂ ଆମେରିକାର ଉଟା ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିତ୍‌ ପଟେଲ କହିଛନ୍ତି ଯେ, ସେମାନେ ତୃତୀୟ ପକ୍ଷ ଦ୍ୱାରା ଡାଟାର ସମୀକ୍ଷା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡାଟା ଯୋଗାଇଥିବା ଶିକାଗୋର ହେଲ୍‌ଥ କେୟାର ଆନାଲିଟିକ୍ସ ସଂସ୍ଥା ‘ସୁର୍ଗିସ୍ଫେର’ ସମୀକ୍ଷକମାନଙ୍କୁ ସହଯୋଗ କରିବାକୁ ମନା କରିଦେଇଥିଲା। ଫଳରେ ସେମାନେ ପାଇଥିବା ଡାଟା ଉପରେ ଭରସା କରିବା ଉଚିତ ହେବନାହିଁ। ତେଣୁ ସେମାନେ ଅଧ୍ୟୟନ ରିପୋର୍ଟକୁ ପ୍ରତ୍ୟାହାର କରିନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ଆନ୍ଦୋଳନରୁ ଉଠୁ ଉଠୁ ଅଭିଜିତ୍‌ ଦିପକେଙ୍କୁ ହେଲା ଭୟଙ୍କର ରୋଗ! ସୋସିଆଲ ମିଡିଆରେ ସୂଚନା ଦେଇ କହିଲେ…

ନୂଆଦିଲ୍ଲୀ,୨୬।୭: ବର୍ଷା ଋତୁରେ ଟାଇଫଏଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏଭଳି ଏକ ରୋଗ, ଯାହାକୁ ଲୋକମାନେ ପ୍ରାୟତଃ ସାଧାରଣ ଜ୍ୱର ଭାବି…

CJPର ବଡ଼ ଘୋଷଣା: ଆନ୍ଦୋଳନ ଶେଷ, ଏବେ ଆଇନଗତ ଯୁଦ୍ଧ ଆରମ୍ଭ! ପୁଣି ଚିନ୍ତାରେ ପଡିଲେ ସରକାର

ନୂଆଦିଲ୍ଲୀ,୨୬।୭: ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଯନ୍ତର-ମନ୍ତରରେ ୩୬ ଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହେବା ପରେ କକ୍ରୋଚ ଜନତା ପାର୍ଟି (CJP) ର…

ଜଣେ ଅଧିକାରୀଙ୍କ ବଦଳିରୁ ଆରମ୍ଭ ହୋଇଥିଲା ପରିବର୍ତ୍ତନ, ମନ୍ତ୍ରଣାଳୟରେ ପଡିଯାଇଥିଲା ହାହାକାର!

ନୂଆଦିଲ୍ଲୀ,୨୬।୭: ପେପର ଲିକ୍‌ ପ୍ରସଙ୍ଗରେ ଯନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟରେ ସ୍ଥିତି ସାଧାରଣ ଜଣାପଡୁଥିଲା, କିନ୍ତୁ ମାତ୍ର…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri