Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ: ଝାଡ଼ଖଣ୍ଡରେ ଝୁଲା ବିଧାନସଭା

ନୂଆଦିଲ୍ଲୀ/ରାଞ୍ଚତ୍,୨୧ା୧୨ : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପୁନଃ କ୍ଷମତାସୀନ ହେବା ଆଶା ଧୂଳିସାତ୍‌ ହୋଇଛି। କାରଣ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ସନ୍ଧ୍ୟାରେ ଝୁଲା ବିଧାନସଭାର ଭବିଷ୍ୟବାଣୀ କରିଛନ୍ତି ଅଧିକାଂଶ ଜନମତ ସର୍ବେକ୍ଷଣ ସଂସ୍ଥା। ବୁଥ୍‌ ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟାନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ ନ କଲେ ବି ୩୮ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବ। ଏହି ମେଣ୍ଟ ୪ରୁ ୭ ସ୍ବାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ ଦିଗରେ ଅଗ୍ରସର ହେବ। ଭାଜପା କ୍ଷମତାଚ୍ୟୁତ ହେବା ସହ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ। ଶାସକ ଭାଜପା ୨୨ରୁ ୩୨ ଆସନରେ ସୀମିତ ରହିବ ଏବଂ ଏହାର ପୂର୍ବତନ ସହଯୋଗୀ ତଥା ସୁଦେଶ ମହାତୋଙ୍କ ନେତୃତ୍ୱାଧୀନ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୩ରୁ ୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌) ୨ରୁ ୪ ଆସନରେ ବିଜୟୀ ହୋଇପାରେ। ତେଣୁ ଜେଭିଏମ୍‌ ଅଧ୍ୟକ୍ଷ ବାବୁଲାଲ ମାର୍ଣ୍ଡି କିଙ୍ଗ୍‌ ମେକର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ ପୂର୍ବାନୁମାନ କରିଛନ୍ତି।
୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ୬୫ ଆସନରେ ନଭେମ୍ବର ୩୦ରୁ ଡିସେମ୍ବର ୧୬ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଅବଶିଷ୍ଟ ୧୬ ଆସନରେ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ହୋଇଛି। ଆଇଏଏନ୍‌ଏସ୍‌-ସିଭୋଟର-ଏବିପି ଏକ୍‌ଜିଟ୍‌ ପୋଲ ଅନୁସାରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି (ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ) ମେଣ୍ଟକୁ ସରକାର ଗଠନ ସକାଶେ କୁହୁକ ସଂଖ୍ୟା ୪୧ ହାସଲ ଲାଗି ବେଶି କସରତ କରିବାକୁ ପଡ଼ିବ ନାହିଁ। ଏହି ମେଣ୍ଟକୁ ୩୫ ଆସନ ମିଳିବାକୁ ଥିବାବେଳେ ଭାଜପାକୁ ୩୨, ଏଜେଏସ୍‌ୟୁକୁ ୫ ଓ ଅନ୍ୟଙ୍କୁ ୯ ଆସନରେ ସଫଳତା ମିଳିବ। ତେଣୁ ଭାଜପା ପାଇଁ କ୍ଷମତାକୁ ଫେରିବା କଷ୍ଟକର ହେବ। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଅନୁସାରେ ଭାଜପା ୩୪% ଭୋଟ ପାଇବାକୁ ଥିବାବେଳେ କଂଗ୍ରେସ-ଜେଏମ୍‌ଏମ୍‌ ୩୭%, ଏଜେଏସ୍‌ୟୁ ୯%, ଜେଭିଏମ୍‌ ୬% ଓ ଅନ୍ୟ ୧୪% ଭୋଟ ପାଇବେ। ଏହି ଭୋଟ ହାର ଅନୁସାରେ ଭାଜପା ୨୨ରୁ ୩୨ ଆସନ ଦଖଲ କରିବ। କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ୩୮-୫୦, ଏଜେଏସ୍‌ୟୁ ୩-୫ ଏବଂ ଅନ୍ୟମାନେ ୬ରୁ ୧୧ ଆସନରେ ବିଜୟୀ ହେବେ। ସେହିପରି କସିସ୍‌ ନ୍ୟୁଜ୍‌ର ଆକଳନ ହେଉଛି ଭାଜପା ୨୫ରୁ ୩୦ ଆସନ ଦଖଲ କରିବ। ବିରୋଧୀ ମେଣ୍ଟକୁ ୩୭ରୁ ୪୯ ଆସନରେ ସଫଳତା ମିଳିବ। ଏଜେଏସ୍‌ୟୁ ଏବଂ ଅନ୍ୟ ୨ରୁ ୪ ଲେଖାଏ ଆସନରେ ସନ୍ତୁଷ୍ଟ ହେବେ। ଏନ୍‌ଡିଟିଭିର ଆକଳନ ଅନୁସାରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟକୁ ୪୦ ଆସନରେ ସଫଳତା ମିଳିପାରେ। ଭାଜପାକୁ ୨୯ ଏବଂ ଅନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୧୨ ଆସନରେ ବିଜୟୀ ହେବେ। ତେବେ ଏହି ଏକ୍‌ଜିଟ୍‌ ପୋଲଗୁଡ଼ିକର ଭବିଷ୍ୟବାଣୀ କେତେ ସତ ତାହା ଆସନ୍ତା ସୋମବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୩୭ ଆସନରେ ସଫଳତା ମିଳିଥିଲା। ଏଜେଏସ୍‌ୟୁର ୫ ବିଧାୟକଙ୍କ ସମର୍ଥନରେ ଡିସେମ୍ବର ୨୮ରେ ରଘୁବର ଦାସ ଝାଡ଼ଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଜେଏମ୍‌ଏମ୍‌ ୧୯ ଓ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲେ। ୨୦୧୫ ଫେବୃୟାରୀ ୧୧ରେ ଜେଭିଏମ୍‌ (ପ୍ରଜାତାନ୍ତ୍ରିକ)ର ସମସ୍ତ ୬ ବିଧାୟକ ଭାଜପାରେ ସାମିଲ ହେବା ପରେ ରଘୁବର ଦାସ ସରକାରଙ୍କ ଶକ୍ତି ବୃଦ୍ଧି ହୋଇଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଭାଗବଣ୍ଟା ନ ଛିଣ୍ଡିବାରୁ ଏଜେଏସ୍‌ୟୁ ଅଲଗା ଲଢ଼ିଥିଲା।

ଶେଷ ପର୍ଯ୍ୟାୟରେ ୭୧% ମତଦାନ

ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୬ ଆସନରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରାୟ ୭୧% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ସୁଦ୍ଧା ୪୦.୦୫ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୦.୮୩% ମତଦାନ କରିଛନ୍ତି। ମାଓବାଦୀ ପ୍ରଭାବିତ ଆସନଗୁଡ଼ିକରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ୨୯ ମହିଳାଙ୍କ ସମେତ ୨୩୭ ପ୍ରାର୍ଥୀ ମଇଦାନରେ ଥିଲେ। ଭାଜପା ପ୍ରାର୍ଥୀ ତଥା ରାଜ୍ୟର କୃଷିମନ୍ତ୍ରୀ ରଣଧୀର ସିଂ ସରଥ ଆସନରୁ ନିର୍ବାଚନ ଲଢ଼ିଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲୁଇସ୍‌ ମାର୍ଣ୍ଡି ଡୁମୁକା ଆସନରେ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଲୁଇସ୍‌ ୨୦୧୪ରେ ଏହି ଆସନରେ ହେମନ୍ତଙ୍କୁ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri