ଏକାମ୍ର କ୍ଷେତ୍ରର ବିକାଶ ମାପଚୁପରେ ଲଟକିଛି

ପୁରୁଣା ଭୁବନେଶ୍ୱର,୩ା୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ର ତଥା ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିରାଟ ପରିକଳ୍ପନାର ରୂପାୟନ ନେଇ ସନ୍ଦେହ ଦେଖାଦେଲାଣି। ଦୀର୍ଘ ୨୦ ଦିନ ହେବ କେବଳ ମାପଚୁପରେ ନିଜକୁ ସୀମିତ ରଖିଛନ୍ତି ମିଳିତ ଟିମ୍‌। ବିଏମ୍‌ସି, ରାଜସ୍ବ ବିଭାଗ, ଦେବୋତ୍ତର ବିଭାଗ କର୍ମଚାରୀ ବିଭିନ୍ନ ଭାଗରେ ବିଭକ୍ତ ହୋଇ ବିନ୍ଦୁସାଗର ନିକଟବର୍ତ୍ତୀ ସାହି ବସ୍ତି ସମେତ ଦୋକାନ ଘର ମାପଚୁପ ଜାରି ରଖିଛନ୍ତି। ରବିବାର ଏହି ମାପଚୁପ ସମୟରେ ଘୋର ବିରୋଧ କରାଯାଇଥିଲା। ଦୀର୍ଘଦିନ ଧରି କୌଣସି ନିର୍ଦ୍ଦିଷ୍ଟ ନକ୍ସା କିମ୍ବା ବିକାଶ ରୂପରେଖ ସାଧାରଣ ଲୋକଙ୍କୁ ବିଧିବଦ୍ଧ ଭାବେ ନ ଜଣାଇବା ଯୋଗୁ ଏପରି ବିରୋଧ ଭାବ ରବିବାର ଦେଖା ଦେଇଥିଲା।
ଭୂମି ଅଧିଗ୍ରହଣର ସମସ୍ତ ନୀତିନିୟମକୁ ଅଣଦେଖା ଅଭିଯୋଗ
ଜମିର ମାପଚୁପକୁ ବିରୋଧ ନେଇ ସାଧାରଣ ଜମି ମାଲିକଙ୍କ ମନରେ ସରକାରୀ କର୍ମଚାରୀ ଭୂମି ଅଧିଗ୍ରହଣର କେଉଁ ନିୟମ ଅନୁଯାୟୀ, ଏହା କରୁଛନ୍ତି, କିଏ ଉତ୍ତରଦାୟୀ ରହିବ, କ୍ଷତିପୂରଣ ଓ ଥଇଥାନ ନେଇ ଆମ୍ଭମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଲିଖିତ ଦସ୍ତାବିଜ ଦେଖାଇବାକୁ ଲୋକେ କହିଥିଲେ। ପୁରୀ ଭଳି ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ଭୂମି ଅଧିଗ୍ରହଣ ନେଇ ସମାନ ଧରଣର ପ୍ରକଳ୍ପରେ ଏହି ନିୟମ କାର୍ଯ୍ୟକାରୀ କରା ନ ଯିବା ଯୋଗୁ ବିରୋଧ କରାଯାଇଥିଲା।
ଓଡ଼ିଶା ରାଇଟ୍‌ ଟୁ ଫେୟାର କମ୍ପାନିସେଶନ ଆଣ୍ଡ ଟ୍ରାନ୍ସପରେନ୍ସି ଇନ୍‌ ଲ୍ୟାଣ୍ଡ ଆକ୍ୱିଜିଶନ ନିୟମ ୨୦୧୬ ଓ ଏହା ଅନ୍ତର୍ଗତ ଥଇଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି। ସେହିଭଳି ସମଗ୍ର ଭାରତ ପାଇଁ ୨୭ ସେପ୍ଟେମ୍ବର ୨୦୧୩ରେ ଜମି ଅଧିଗ୍ରହଣ ନେଇ ସହମତି ଅନୁଯାୟୀ କାର୍ଯ୍ୟ କରିବାକୁ ନିୟମ ପ୍ରଣୟନ ହୋଇଛି।
ଏଥିରେ ଆଲୋଚନା ମାଧ୍ୟମରେ ଗ୍ରାମସଭା, ଭାଗୀଦାରି ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସ୍ବଚ୍ଛତା ଅବଲମ୍ବନ କରାଯିବା ଦରକାର। ଶିଳ୍ପର ବିକାଶ, ସହରୀକରଣ ଓ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତ କରିବା ନେଇ ଜମି ହରାଇଥିବା ଲୋକଙ୍କୁ ସର୍ବନିମ୍ନ କ୍ଷତି ନ ପହଞ୍ଚାଇ ସେମାନଙ୍କୁ ଉପଯୁକ୍ତ ଥଇଥାନ କରି କ୍ଷତିପୂରଣ ଦିଆଯିବ। ଏଥିସହ ପରବର୍ତ୍ତୀ ସମୟରେ ସେମାନେ ସାମାଜିକ ନିରପତ୍ତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ନିୟମ ରହିଛି।
ଏ ନେଇ ସାମାଜିକ କର୍ମୀ ଲିଙ୍ଗରାଜ ହାତୀ କୁହନ୍ତି, ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସୌନ୍ଦଯ୍ୟକରଣ ଓ ବିକାଶ ଯୋଜନାକୁ ଭଣ୍ଡୁର କରିବାକୁ କେତେଜଣ ପ୍ରଭାବଶାଳୀ ସେମାନଙ୍କ ଅନୁଗତଙ୍କୁ ହାତ କରି ଏଭଳି ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଣୁ ସଚିବ ସ୍ତରୀୟ ଅଧିକାରୀ ସମସ୍ତ ଜମି ମାଲିକ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ନେଇ ନିଦ୍ଦିଷ୍ଟ ଭାବେ ଲିଖିତ ଆଶ୍ୱସନା ଦେଲେ ଏସବୁର ସମାଧାନ ହୋଇପାରନ୍ତା। ଜମି ମାଲିକ ପ୍ରହଲ୍ଲାଦ ବିଷୋୟୀ କୁହନ୍ତି, ଅନେକ କ୍ଷେତ୍ରରେ ସରକାରୀ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେବା ପୂର୍ବରୁ ଆଇନ ଅଦାଲତ ଯୋଗୁ ଅଟକି ରହିଯାଏ। ଏଣୁ ଆମମାନଙ୍କୁ ପ୍ରଥମେ କ୍ଷତିପୂରଣ, ଥଇଥାନ କରି ସରକାର ଜମି ଓ ଘର ନେଇ ଯାଆନ୍ତୁ। ପରବର୍ତ୍ତୀ ସମୟରେ ଯାହା ଇଚ୍ଛା ତାହା କରନ୍ତୁ ଆମର କିଛି କହିବାର ନାହିଁ ବୋଲି ସେ କହିଥିଲେ।

ପରିଚୟପତ୍ର, ନୋଟିସ ଓ ମହିଳା କର୍ମଚାରୀ ନ ଥିବାରୁ ବିରୋଧ
ପୁରୁଣା ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବ ତଥା ସମ୍ମୁଖରେ ଡାକରା ବିଭୀଷଣେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପୁନର୍ବାର କେତେଜଣ ଜମି ମାଲିକଙ୍କୁ ଡକା ଯାଇଥିଲା। ଦେବୋତ୍ତର ଜମିରେ ବ୍ୟବସାୟ ପ୍ରତିଷ୍ଠାନ କରିଥିବା କେତେଜଣଙ୍କୁ ଉଚ୍ଛେଦ ହେବାର ମୌଖିକ ଭାବେ ଜଣାଯିବା ଯୋଗୁ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ସେହିଭଳି ହାଟସାହିଠାରୁ ପୁରୁଣା ଆର୍‌ଆଇ ଅଫିସ ପର୍ଯ୍ୟନ୍ତ ଅଞ୍ଚଳ, ହାଟ ସହ ଅନ୍ୟ ଦେବୋତ୍ତର ଜମି ମିଶାଇ ମାପଚୁପ ଆରମ୍ଭ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ମିଳିତ ଟିମ୍‌ ପକ୍ଷରୁ ମାପଚୁପ କରାଯାଉଥିବାବେଳେ ଅଧିକାଂଶ ଦୋକାନୀ ଓ ଗୃହ ମାଲିକ ଆପତ୍ତି ଜଣାଇଥିଲେ। କର୍ମଚାରୀଙ୍କୁ ସେମାନଙ୍କ ପରିଚୟପତ୍ର, ମାପଚୂପ ନେଇ ଅନୁମତି ପତ୍ର ଓ ନିର୍ଦ୍ଦିଷ୍ଟ ଭାବେ କୌଣସି ନୋଟିସ ନ କରି ରବିବାର ଛୁଟିଦିନରେ ମାପଚୁପର ଯଥାର୍ଥତା ନେଇ ଲୋକେ ପ୍ରଶ୍ନ କରିଥିଲେ। ଏହା ଉପରୁ ଆଦେଶ ରହିଛି ଆମେ କିଛି କହିପାରିବୁନି କହି ଅଜବ ଯୁକ୍ତି ମିଳିତ ଟିମ୍‌ର ସଦସ୍ୟମାନେ କରିଥିଲେ। ସେହିଭଳି କେତେଜଣଙ୍କ ଘର ମାପ ବେଳେ କେବଳ ଗୃହିଣୀ ଉପସ୍ଥିତ ଥିବାରୁ କେଉଁ କାରଣରୁ କୌଣସି ମହିଳା କର୍ମଚାରୀ ନ ଆଣି ଏବଂ ଲିଖିତ ଭାବେ ନ ଜଣାଇ ମାପଚୁପ କରିବାକୁ ଆସିଛନ୍ତି କହି ଲୋକେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri