ଏଏସ୍‌ଆଇର ସୁରକ୍ଷିତ ବଳୟରେ ନିର୍ମାଣ କଟକଣା ବଢିଲା: ଫୋକସ୍‌ରେ ରାଜାରାଣୀ, ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୪ା୯ (ଡି.ଏନ.ଏ.): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ର ସରକାରୀ ଉଦାସୀନତା ଓ ଜବରଦଖଲକାରୀଙ୍କ ଦୌରାମ୍ୟରୁ ନିଜକୁ ରକ୍ଷା କରିପାରିନାହିଁ। ଏହିକ୍ରମରେ ଶୁକ୍ରବାର ଶିଶୁପାଳଗଡ଼ ରାମପାଟ୍‌ ହୋଇଯିବ ନିଶ୍ଚିହ୍ନ ଶୀର୍ଷକ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତପତ୍ରତା ପ୍ରକାଶ ପାଇଛି। ବିଶେଷକରି ଏଏସ୍‌ଆଇର କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇଛନ୍ତି। ଐତିହ୍ୟ ସ୍ଥଳଗୁଡିକଠାରୁ ୧୦୦ ମିଟର ସୁରକ୍ଷା ବଳୟ ମଧ୍ୟରେ ବେଆଇନ ନିର୍ମାଣ ଏବଂ ଖନନ ହୋଇଥିବାବେଳେ ବିଭିନ୍ନ ମନ୍ଦିର ପରିସର ଖନନ ଏବଂ ମନ୍ଦିରଠାରୁ ମାତ୍ର ୫୦ରୁ ୮୦ ମିଟର ଦୂର ନିଷିଦ୍ଧାଞ୍ଚଳ ଥିବା ବେଳେ ଏହାର ଓଲଟା ଦେଖିବାକୁ ମିଳୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ମେଘନାଦ ପାଚେରିକୁ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଲକ୍ଷାଧିକ ଟଙ୍କାର ଶେଡ ନିର୍ମାଣ କରାଯିବା ଉପରେ ଏଏସ୍‌ଆଇ ପକ୍ଷରୁ ରୋକ ଲଗାଯାଇଥିଲା। ହେଲେ ସେଠାରେ ନିରବଚ୍ଛିନ୍ନ ଭାବେ କାମ ଚାଲୁଥିବାରୁ ଏହା ବୁଦ୍ଧିଜୀବୀଙ୍କ ସମେତ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କୁ ବ୍ୟଥିତ କରିଛି। ବୈତାଳ ମନ୍ଦିର, ସୂକ୍ଷ୍ମେଶ୍ୱର ମନ୍ଦିର, ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ବେଆଇନ ନିର୍ମାଣ କାମ ଚାଲୁଅଛି। ଏବେ ରାଜାରାଣୀ ମନ୍ଦିରର ୧୦୦ ମିଟର ପରିସରରେ ନିର୍ମାଣ ପାଇଁ କଟକଣା ସତ୍ତ୍ୱେ ସେଠାରେ କାମ ଚାଲିଥିବା ନେଇ ବିଡିଏ ଏବଂ ବିଏମ୍‌ସିରେ ଅଭିଯୋଗ କରାଯାଇଛି। ଏ ସମସ୍ତ ଘଟଣାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ବେଆଇନ ନିର୍ମାଣକୁ ବିରୋଧ କରିବାକୁ ଯାଇ ରାଜାରାଣୀ ମନ୍ଦିର ସମେତ ଅନ୍ୟ ମନ୍ଦିରରେ ସମ୍ପୃକ୍ତ ନିର୍ମାଣକାରୀଙ୍କୁ ନୋଟିସ ଦିଆଯିବା ପାଇଁ ସ୍ଥିର ହୋଇଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନାଥାଉକି ସାଧାରଣ ଲୋକଙ୍କ ଗୃହ ନିର୍ମାଣ ନିମନ୍ତେ କାଗଜପତ୍ରରେ ବିଭିନ୍ନ କଟକଣା ରହିଥିଲେ ହେଁ ମନ୍ଦିର ମଧ୍ୟରେ ହେଉଥିବା ନିର୍ମାଣ ନିମନ୍ତେ କୌଣସି ନୀତିନିୟମକୁ ନ ଦେଖି ବିଭାଗୀୟ ଅଧିକାରୀମାନେ ଜନପ୍ରତିନିଧି ପାଣ୍ଠି ଖର୍ଚ୍ଚ ଆଳରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍‌ କରି ନାହାନ୍ତି ୩ ପ୍ରାର୍ଥୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri