ଏଇ ଭାରତରେ

କାଠ ନୁହେଁ, ବିଭିନ୍ନ ଉଦ୍ଭିଦ ଅବଶେଷ ତଥା ଶିଳ୍ପ ବର୍ଜ୍ୟବସ୍ତୁରୁ କାଗଜ ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ରର କାବ୍ୟା ମାଡାପ୍ପା। କୋର୍ଗରେ କାବ୍ୟାଙ୍କ ଜନ୍ମ। ବେଙ୍ଗାଲୁରୁର ସେଣ୍ଟ୍‌ ଜୋଶେଫ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏକ ବ୍ୟାଙ୍କରେ କାମ କରୁଥିଲେ। ପରେ କୋର୍ଗ ଫେରିଆସି ପରିବେଶ ସୁରକ୍ଷା ପ୍ରତି ମନ ବଳାଇ ୨୦୧୮ରେ ‘ବ୍ଲୁକ୍ୟାଟ୍‌ ପେପର’ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ବିକଶିତ ଜ୍ଞାନ କୌଶଳକୁ ଆଧାର କରି ଓ ଗବେଷକମାନଙ୍କ ପରାମର୍ଶ ନେଇ ସେ କାଗଜ ତିଆରି କରୁଛନ୍ତି। କାଗଜ ପ୍ରସ୍ତୁତ ଲାଗି ତାଙ୍କୁ ଗୋଟିଏ ହେଲେ ବି ଗଛ କାଟିବାକୁ ପଡୁନି। କୃଷି ଓ ଶିଳ୍ପ ବର୍ଜ୍ୟବସ୍ତୁରୁ ଏହି କାଗଜ ତିଆରି କରୁଛନ୍ତି କାବ୍ୟା। କପା ଓ ରାଶିଗଛର ଅବଶେଷ, ଲେମନ୍‌ଗ୍ରାସ୍‌, ମୁଲ୍‌ବେରୀ, ନଡ଼ା, କଫି ଚୋପା, କଦଳୀ ଗଛ ଗଣ୍ଡି, ନଡ଼ିଆ କତା ଏପରି କି ହାତୀ ମଳ ବ୍ୟବହାର କରାଯାଉଛି। ଏହା ଯୋଗୁ ମାସକୁ ୩୦ ଟନ୍‌ କାଠ ଓ ଦିନକୁ ଅତି କମ୍‌ରେ ୫୫,୦୦୦ ଲିଟର ପାଣି ବଞ୍ଚାଯାଇପାରୁଛିି। ‘ବ୍ଲୁକ୍ୟାଟ୍‌ ପେପର’ ପ୍ରତି ମାସରେ ୧୦୦ ଜଣ କୃଷକ ଓ ୫ଟି ଶିଳ୍ପସଂସ୍ଥାରୁ ପ୍ରାୟ ୨୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି। ବେଙ୍ଗାଲୁରୁର ପିନାୟେରେ ୨୦ ହଜାର ବର୍ଗଫୁଟ୍‌ ଜାଗାରେ ଏହି ଫ୍ୟାକ୍ଟ୍ରି ଚାଲିଛି। ଚାଷୀମାନଙ୍କ ଠାରୁ ବର୍ଜ୍ୟବସ୍ତୁ କିଣିବା ଦ୍ୱାରା ସେମାନେ ମଧ୍ୟ ଲାଭ ପାଉଛନ୍ତି। କାଠରୁ କାଗଜ ପ୍ରସ୍ତୁତ କରିବା ଲାଗି ପ୍ରତିବର୍ଷ ୩.୩ ମିଲିୟନ ହେକ୍ଟର ଜଙ୍ଗଲ ଧ୍ୱଂସ କରାଯାଏ। ଏହା ବନ୍ୟଜୀବ, ବନବାସୀଙ୍କ ଜୀବନ ଓ ପରିବେଶକୁ ପ୍ରଭାବିତ କରେ। ଏଣୁ ଏହି ଉପାୟରେ କାଗଜ ପ୍ରସ୍ତୁତ କରି ସାରା ଦେଶରେ ଜଙ୍ଗଲ ଧ୍ୱଂସ ରୋକିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ୪୧ ବର୍ଷୀୟା କାବ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri