ଏଇ ଭାରତରେ

ସାମ୍ପ୍ରତିକ ସମୟରେ ଡିଜିଟାଲ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ଝାଡଖଣ୍ଡର ଜଣେ ଯୁବକ ଗ୍ରାମାଞ୍ଚଳ ପିଲାମାନଙ୍କୁ ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର କ୍ଲାସ୍‌ ମାଧ୍ୟମରେ ଶିକ୍ଷା ଦେଉଛନ୍ତି। ସାନ୍‌ଓ୍ବିଲ ଶ୍ରୀବାସ୍ତବ ‘ଏଡିମ୍‌ପ୍ୟାକ୍ଟ’ ସଂଗଠନ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଦୁର୍ଗମ ଗ୍ରାମାଞ୍ଚଳର ହଜାର ହଜାର ପିଲାଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛନ୍ତିି। ପିଲାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ଲାଗି ସେ ସେପ୍ଟେମ୍ବର ୨୦୧୮ରେ ପ୍ରଥମେ ରାଞ୍ଚିରେ ‘ପ୍ରୋଜେକ୍ଟ ସୂର୍ଯ୍ୟକିରଣ’ ଯୋଜନା ଆରମ୍ଭ କରିଥିଲେ। ପରେ ଏହା ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ମେଘାଳୟ ଓ କର୍ନାଟକରେ କାର୍ଯ୍ୟ ଆରମ୍ଭ କରିଛି। ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର ଲାବ୍‌ ଦ୍ୱାରା ଏହି ଅଭିଯାନ ଚଳାଇଛନ୍ତି ଶ୍ରୀବାସ୍ତବ। ଓ୍ବାଇଫାଇ ସଂଯୋଗ ସହ ଲାବ୍‌ରେ ୫ଟି କମ୍ପ୍ୟୁଟର ଓ ଗୋଟିଏ ଡେମୋ କମ୍ପ୍ୟୁଟର ରଖାଯାଇଛି। ଲାବ୍‌ରେ ୬ରୁ ୭ ଜଣ ପିଲା ବସିପାରୁଛନ୍ତି। ୧ କେଭିଏ ସୋଲାର୍‌ ଇନଭର୍ଟର ଲାବ୍‌କୁ ବିଦ୍ୟୁତ୍‌ ଯୋଗାଉଛି। ଏଥିରେ ୬ରୁ ୭ ଘଣ୍ଟା ଯାଏ ପାଓ୍ବାର ବ୍ୟାକ୍‌ଅପ୍‌ ସିଷ୍ଟମ୍‌ ରହିଛି। ଏଡିମ୍‌ପ୍ୟାକ୍ଟକୁ ଚଳାଇବା ଲାଗି ଇଞ୍ଜିନିୟରିଂ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଶ୍ରୀବାସ୍ତବ। ଏହି ସଂସ୍ଥା ଦ୍ୱାରା ଏବେ ସୁଦ୍ଧା ବିଭିନ୍ନ ଗାଁ ଓ ସ୍କୁଲରେ ୪ ହଜାରରୁ ଊର୍ଦ୍ଧ୍ୱ ପିଲା ଉପକୃତ ହୋଇସାରିଲେଣି। କମ୍ପ୍ୟୁଟର ଅପରେଟିଂ, ଫାଇଲ ଖୋଲିବା, ଇଣ୍ଟର୍‌ନେଟ, ଇମେଲ ଓ କ୍ୟାସ୍‌ଲେସ ଟ୍ରଞ୍ଜାକସନ ସମ୍ବନ୍ଧରେ ଶିକ୍ଷା ଦିଆଯାଉଛି। ଜିଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ସାମାଜିକ କର୍ମୀ, ଗାଁ ମୁଖିଆଙ୍କ ସହଯୋଗରେ ସମ୍ପୃକ୍ତ ଗାଁ ଓ ସ୍କୁଲଗୁଡିକରେ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭିତ୍ତିଭୂମି ତଥା ବୃତ୍ତିଧାରୀ ଶିକ୍ଷକଙ୍କ ଅଭାବରୁ ଦୁର୍ଗମ ଗ୍ରାମଗୁଡିକରେ ଡିଜିଟାଲ ଶିକ୍ଷା ପାଇବାରୁ ବଞ୍ଚିତ ପିଲାମାନଙ୍କ ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି ବୋଲି କହନ୍ତି ଶ୍ରୀବାସ୍ତବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri