ଏଇ ଭାରତରେ

ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାର ଶିକ୍ଷକ ଅଜୟ ସାହୁ ଏକ ଗ୍ରାମୀଣ ସ୍କୁଲ୍‌ର ପରିବେଶକୁ ବଦଳାଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷରେ ଅଜୟ ସିରାଥୁ ତହସିଲର ସୋରାଇ ବୁଜୁର୍ଗ ଗାଁର ପ୍ରାଥମିକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସ୍କୁଲ୍‌ର ବିକାଶ ପାଇର୍ଁ ସେ ନିଜ ଦରମାର ୧୦ ପ୍ରତିଶତ ଓ ସେନାରେ କାର୍ଯ୍ୟରତ ତାଙ୍କ ତିନିଭାଇଙ୍କ ୧୦ ଲକ୍ଷ ଟଙ୍କାର ଅନୁଦାନ ଖଚ୍ଚର୍ର୍କରି ସ୍କୁଲ୍‌ର ଛବି ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଅଜୟଙ୍କ ତିନି ଭାଇ ଅନିଲ,ଅରୁଣ ଓ ଅକ୍ଷୟ ଏହି ସ୍କୁଲ୍‌ରେ ଶିକ୍ଷା ଲାଭ କରିଥିଲେ। ଅଜୟଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସ୍କୁଲ୍‌ର ଆଉ ତିନିଜଣ ସହକାରୀ ଶିକ୍ଷକ ସେମାନଙ୍କ ଦରମାରୁ ୫ ପ୍ରତିଶତ ସ୍କୁଲ୍‌ର ବିକାଶ ପାଇଁ ବ୍ୟୟ କରୁଛନ୍ତି। ଏବେ ସ୍କୁଲ୍‌ରେ ପିଲା ବସିବା ପାଇଁ ଚେୟାର ଟେବୁଲ,ସ୍ବଚ୍ଛ ପାନୀୟ ଜଳ,ଟଏଲେଟ,ଖେଳନା,ବାଦ୍ୟଯନ୍ତ୍ର, ସାଉଣ୍ଡ ସିଷ୍ଟମ୍‌,ପଢିବା ଲାଗି ପ୍ରୋଜେକ୍ଟର, କମ୍ପ୍ୟୁଟର ଓ ଲାପ୍‌ଟପ୍‌ ଉପଲବ୍ଧ ହେଉଛି। ସପ୍ତାହରେ କେବଳ ୪ଦିନ ପିଲାଙ୍କୁ ବହି ପଢ଼ାଯାଉଛି ଓ ତା’ପରେ ଅନ୍ୟଦିନ ସେହି ବିଷୟକୁ ପ୍ରୋଜେକ୍ଟର ମାଧ୍ୟମରେ ସେମାନଙ୍କୁ ଦେଖାଇ ବୁଝାଯାଉଛି। ଆସନ୍ତା ଦିନ ସ୍କୁଲ୍‌ରେ କେଉଁ ବିଷୟ ପଢ଼ାହେବ ସେ ବିଷୟରେ ପିଲାମାନଙ୍କୁ ଜଣାଇ ଦିଆଯାଏ। ସ୍କୁଲ୍‌ର ନିଜସ୍ବ ଲାଇବ୍ରେରି ମଧ୍ୟ ରହିଛି। ସ୍କୁଲ୍‌ ପରିବେଶ ବଦଳିବା ପରେ ପିଲାଙ୍କ ସଂଖ୍ୟା ଏବେ ୪୬୭ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri