ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ ଟୋଙ୍କ ଜିଲାର ପିପ୍‌ଲୁସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ସହ-ପ୍ରାଧ୍ୟାପିକା ଅଛନ୍ତି। ଏହି କଲେଜରେ ଛାତ୍ରୀମାନଙ୍କୁ ସେ ଉର୍ଦ୍ଦୁ ପଢାଉଛନ୍ତି। ଏମିତିକି ଏମାନଙ୍କ ମଧ୍ୟରେ ୧୫ ଜଣ ହିନ୍ଦୁ ଛାତ୍ରୀ ବି ଉର୍ଦ୍ଦୁ ପଢୁଛନ୍ତି। ଏହି ଛାତ୍ରୀମାନେ ସମସ୍ତେ ମୁସଲମାନ ବହୁଳ ଜିଲା ଟୋଙ୍କରେ ରୁହନ୍ତି। ଜଣେ ହିନ୍ଦୁ ହୋଇ ପିଲାମାନଙ୍କୁ ଉର୍ଦ୍ଦୁ ପଢାଇବା ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବୋଲି କୁହନ୍ତି ଛୋଟୁ। ଏଠାରେ ଛାତ୍ରମାନେ ଉର୍ଦ୍ଦୁକୁ ହିନ୍ଦୁସ୍ଥାନୀ ଭାଷା ବୋଲି ବିଚାର କରି ତାହାକୁ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଛୋଟୁ ମୀନା ନୁହନ୍ତି ଟୋଙ୍କର ସରକାରୀ ମହାବିଦ୍ୟାଳୟରେ କୃଷ୍ଣକୁମାର ମୀନା ବି ଉର୍ଦ୍ଦୁ ପଢାଉଛନ୍ତି। ଏହି ମହାବିଦ୍ୟାଳୟରେ ଉର୍ଦ୍ଦୁ ପଢୁଥିବା ସବୁ ଛାତ୍ରଙ୍କ ମଧ୍ୟରେ ୪୦ ପ୍ରତିଶତ ହିନ୍ଦୁ ଛାତ୍ର ରହିଛନ୍ତି। ସେହିଭଳି କୋଟା ଜିଲାର ସଙ୍ଗୁଡ ସହରରେ ଥିବା ସରକାରୀ ମହାବିଦ୍ୟାଳୟର ୩୮ବର୍ଷୀୟା ଅଧ୍ୟାପିକା ସୁନୀତା ଚାଓ୍ବାଲା ମଧ୍ୟ ଉର୍ଦ୍ଦୁ ପଢାଉଛନ୍ତି। ଭାରତ ‘ବସୁଧୈବ କୁଟୁମ୍ବକମ୍‌ ’ (ସାରା ବିଶ୍ୱ ଏକ ପରିବାର) ଉପରେ ବିଶ୍ୱାସ କରେ ଓ ଆମେ ଯଦି ସମ୍ପ୍ରଦାୟର ପ୍ରିଜମ୍‌ ମାଧ୍ୟମରେ ଭାଷାକୁ ଦେଖିବା ତେବେ ଏହା ଆମର ସଂକୀର୍ଣ୍ଣ ଭାବକୁ ପ୍ରକାଶ କରିବ ବୋଲି ମତ ଦିଅନ୍ତି ସୁନୀତା। ସେହିପରି ରାଜସ୍ଥାନ ବିଶ୍ୱବିଦ୍ୟାଳୟର ୩୨ ବର୍ଷ ବୟସ୍କ ମୁକେଶ କୁମାର ଉର୍ଦ୍ଦୁର ସହ-ପ୍ରାଧ୍ୟାପକ ଅଛନ୍ତି। ଉର୍ଦ୍ଦୁ ସମେତ ଅନ୍ୟ ଭାଷା ହେଉଛି ଲିଟରେଚର। ଏହାକୁ ପଢାଇବା ବା ପଢିବା ସଭିଙ୍କର ଅଧିକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri