ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋର ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ ସାଜିଛି ଏକ ହିନ୍ଦୁ ପରିବାର। ଏଠାରେ ଥିବା ଏକ ଦରଘାର ସବୁ ଦାୟିତ୍ୱ ଏହି ପରିବାର ବୁଝି ଆସୁଛନ୍ତି। ନନ୍ଦଲାଲପୁରା ଛକ ନିକଟ ହଜରତ ଦୁଲ୍ଲା ସୟଦ ସରକାରଙ୍କ ଦର୍‌ଘାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ୧୫x୨୫ ବର୍ଗଫୁଟ ଜମିରେ ଶୋଭା ପାଉଥିବା ଏହି ଦରଘାର ଦେଖାରଖା କରୁଛନ୍ତି ଏକ ହିନ୍ଦୁ ରାଜପୁତ ପରିବାର। ପ୍ରାୟ ୭ ଶହ ବର୍ଷ ହେବ ସେମାନେ ଦରଘାର ସବୁ ଦାୟିତ୍ୱ ସମ୍ଭାଳୁଛନ୍ତି। ଏହି ପରିବାରର ୧୨ତମ ପିଢିର ସେବକ ସଞ୍ଜୟ ବଡଗୁଜର କୁହନ୍ତି,ତାଙ୍କ ବାପା ସକାଳ ୩ଟାରୁ ଉଠି ଦରଘାର ଚାଦର ବଦଳାଇବା ପରେ ଦରଘା ପରିବେଶକୁ ଭଲ ଭାବେ ସଫା କରି ଅନ୍ୟ କାର୍ଯ୍ୟରେ ଲାଗିଯାନ୍ତି। ତାଙ୍କ ପରିବାର ମଧ୍ୟ ତାଜିଆ ଶୋଭାଯାତ୍ରା ଆୟୋଜନ କରିଥାନ୍ତି। ଏମିତିକି ଗାଟିଏ ସମୟରେ ତାଙ୍କ ପରିବାର ପକ୍ଷରୁ ସବୁଠାରୁ ବଡ଼ ତାଜିଆ ବାହାର କରାଯାଉଥିଲା। ଏଥିଲାଗି ବି ତାଙ୍କ ପରିବାରକୁ ହୋଲ୍‌କର ରାଜବଂଶ କାଳରେ ସମ୍ମାନିତ କରାଯାଇଥିଲା। ଏହି ଦରଘାରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ଉର୍ସରେ ସବୁ ଧର୍ମର ଲୋକ ସାମିଲ ହୁଅନ୍ତି। ଏଠାରେ ହିନ୍ଦୁରାଜାଙ୍କ ମନସ୍କାମନା ପୂରଣ କରିବା ପାଇଁ ଆୟୋଜିତ ତାଜିଆ ମୁସଲମାନମାନେ କରିଥାନ୍ତି। ମହରମରେ ବି ସବୁ ଧର୍ମର ଲୋକମାନେ ଭାଗ ନେଇଥାନ୍ତି। କେବଳ ଏତିକି ନୁହେଁ ଏହି ସହରରେ ରହୁଥିବା ବିହାର ଓ ଉତ୍ତରପ୍ରଦେଶର ଲୋକମାନଙ୍କ ପାଇଁ ଛଟ୍‌ ପର୍ବରେ ଛଟ୍‌ ଘାଟକୁ ମୁସଲମାନମାନେ ସଫା କରି ଭାଇଚାରାର ପରିଚୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଇସ୍ରାଏଲର ମୂଳ ବାସିନ୍ଦା ମିଚେଲ ହାରିସନ ୧୯୮୪ରେ କୋଲକାତାକୁ ଆସିବା ପରେ ଜଣେ ଅସହାୟ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କର ଜଣେ ଜନ୍ମିତ...

ଦାର୍ଶନିକ ଭାଷଣ

ହରେକୃଷ୍ଣ ଦାସ   ପରମ ଜ୍ଞାନୀ ରାଜା ଭର୍ତ୍ତୃହରି ମାନବ ଜୀବନ ତଥା ସଂସାରର ଅଳୀକତା ବିଷୟରେ ଯଥେଷ୍ଟ ସଚେତନ ଥିଲେ ମଧ୍ୟ ସନ୍ନ୍ୟାସୀ ଗୋରେଖନାଥଙ୍କ...

ଶାସ୍ତ୍ର ଦୃଷ୍ଟିରେ ନେତା ଓ ଜନତା

ଡ. ଭାରତ ଭୂଷଣ ରଥ   ଆସିଛି ନିର୍ବାଚନ। ଆମେ ଯେମିତି ନେତା ଚୟନ କରିବା, ସେମିତି ଆମର ଶାସନ ବ୍ୟବସ୍ଥା ପରିଚାଳିତ ହେବ। କେହିକେହି...

ଶିକ୍ଷା ନାହିଁ ଇସ୍ତାହାରରେ

ଆର୍ଥିକ, ସାମାଜିକ, ବୌଦ୍ଧିକ ତଥା ବିଜ୍ଞାନ ଆଧାରିତ ଏକ ସଶକ୍ତ ସମାଜ ଗଠନରେ ଶିକ୍ଷାର ଭୂମିକା ମହତ୍ତ୍ୱପୂର୍ଣ୍ଣ। ଏହାକୁ ଲକ୍ଷ୍ୟକରି ଛାତ୍ରୀଛାତ୍ରମାନଙ୍କ ଶିକ୍ଷାର ମୂଳଦୁଆ ସ୍କୁଲରୁ...

ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ସବୁକିଛି ତ୍ୟାଗ କରିବାକୁ ପଛାନ୍ତି ନାହିଁ ମାତାପିତା, କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ପିଲାମାନଙ୍କୁ ଏକ ଯନ୍ତ୍ରଣାମୟ ଜୀବନ ବଞ୍ଚିବା...

ଭେଦଭାବ ବିକାଶରେ ଅନ୍ତରାୟ

ରାଜୀବ କୁମାର ନାୟକ ଓଡ଼ିଶାରେ ମୋଟ୍‌ ୬୨ଟି ଜନଜାତି ଏବଂ ୯୩ଟି ଜାତିର ଲୋକ ବସବାସ କରୁଥିବାବେଳେ ଏମାନଙ୍କ ଜନସଂଖ୍ୟା ଯଥାକ୍ରମେ ମୋଟ୍‌ ୪.୫ କୋଟି...

ଭୋଟ ଦେବା କାହାକୁ

ଅକ୍ଷୟ କୁମାର ମିଶ୍ର ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ। ଆମ ଦେଶର ସାବାଳକମାନେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍‌ ଦେଇ ଜନପ୍ରତିନିଧି ବାଛନ୍ତି। ଏହି...

ଗୁରୁତ୍ୱବିହୀନ ଭୋଟର

ଏଥର ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ମାନ୍ଦା। ଖରା ଓ ତାତିରେ ପ୍ରାର୍ଥୀମାନେ ଘାଇଲା ହୋଇପଡ଼ିଥିବାବେଳେ ରାଜନୈତିକ କର୍ମୀ ଅସ୍ତବ୍ୟସ୍ତ। କର୍ମୀଙ୍କ ଅନୁଯାୟୀ ଜନସାଧାରଣଙ୍କ ପ୍ରତିକ୍ରିୟା ଜାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri