ଏଇ ଭାରତରେ

ଲିଙ୍ଗ ଅସମାନତା ମାନସିକତାରୁ ସମାଜରେ କନ୍ୟାଭ୍ରୂଣ ଓ ଶିଶୁ ହତ୍ୟା ବଳବତ୍ତର ରହିଛି। ଏଥିପାଇଁ କଡ଼ା ଆଇନ ପ୍ରଣୟନ କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କିନ୍ତୁ ଲିିଙ୍ଗ ଅସମାନତା ଦୂର କରିବା ପାଇଁ ରାଜସ୍ଥାନର ଏକ ଗାଁ ଆପଣାଇଛି ଏକ ନିଆରା ପରମ୍ପରା। ଗଁାର ନାଁ ପିପଲାନ୍ତ୍ରୀ। ଏହି ଗାଁରେ କନ୍ୟା ସନ୍ତାନ ଜନ୍ମ ନେଲେ ଉତ୍ସବ ପାଳନ କରାଯାଉଛି। ସ୍ଥାନୀୟ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ୟାମ ସୁନ୍ଦର ପାଲିଓ୍ବାଲ ଏଭଳି ଉତ୍ସବ ମନାଇବା ପାଇଁ ପଞ୍ଚାୟତ ପକ୍ଷରୁ ନିୟମ ପ୍ରଣୟନ କରିଛନ୍ତି। କନ୍ୟାସନ୍ତାନ ଜନ୍ମ ନେଲେ ପରିବାର ପକ୍ଷରୁ ଗାଁରେ ୧୧୧ଟି ଗଛ ଲଗାଇ ତା’ ଜନ୍ମଦିନ ପାଳନ କରାଯାଉଛି। ସେମାନେ ୧୮ ବର୍ଷ ଯାଏ ଗଛର ଯନତ୍ ମଧ୍ୟ ନେଉଛନ୍ତି। ଏଭଳି ଉତ୍ସବ ପାଳନ କରାଯିବାର ଏକ କାରଣ ରହିଛି। ଝିଅକୁ ୧୮ ବର୍ଷ ହେବା ବେଳକୁ ଗଛ ବି ବଡ଼ ହୋଇଯାଇଥିବ ଓ ଏହି ଗଛକୁ ବିକ୍ରି କରି ତା’ର ବିବାହ କରାଯାଇପାରିବ। ପରିବାରକୁ ଏହି ସାହସ ମିଳିବା ଦ୍ୱାରା ସେମାନେ କନ୍ୟା ସନ୍ତାନକୁ ଆଦରରେ ପାଳନ କରୁଛନ୍ତି। ଏହାବାଦ ୧୮ ବର୍ଷ ଭିତରେ ଗଛଗୁଡିକ ମୃତ୍ତିକା ସଂରକ୍ଷଣ କରିବା ସହ ପରିବେଶକୁ ଅମ୍ଳଜାନ ମଧ୍ୟ ପ୍ରଦାନ କରିପାରିବ ବୋଲି କୁହନ୍ତି ସରପଞ୍ଚ। ବୃକ୍ଷଗୁଡିକର ଯନତ୍ ନେବାରେ ବି ପଞ୍ଚାୟତ ସାହାଯ୍ୟ କରୁଛି। ଏହି କାମରେ କେବଳ ମହିଳାମାନଙ୍କୁ ଲଗାଯାଏ। ମହିଳା ସ୍ବୟଂ ସହୟିକା ଗୋଷ୍ଠୀ, ବୟସ୍କା ମହିଳା, କିମ୍ବା ଝିଅର ସମ୍ପର୍କୀୟ ବୁଢୀମା’, ଖୁଡୀ କିମ୍ବା ବଡମା’ ଗଛର ଯନତ୍ ନେବା ପାଇଁ ସହଯୋଗ କରିଥାନ୍ତି। କେବଳ ଏତିକି ନୁହେଁ ଗଛ ଲଗାଇବା ସହ ଝିଅଙ୍କ ନାଁରେ ସ୍ଥାୟୀ ଜମା ବ୍ୟବସ୍ଥା ଝିଅର ମା’ବାପା କରିଥାନ୍ତି। ସରକାରୀ ଯୋଜନାରେ ମିଳୁଥିବା ଅର୍ଥ କିମ୍ବା କେହିି ଯଦି ଦାନ କରନ୍ତି ତାହାକୁ ବି ସ୍ଥାୟୀ ଜମା ଭାବେ ରଖାଯାଉଛି। ଏହା ଝିଅର ପଢାଖର୍ଚ୍ଚ ସହ ଭବିିଷ୍ୟତରେ କାମରେ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri