ଏଇ ଭାରତରେ

ନିଜେ ଦୁଃଖକଷ୍ଟ ସହି ଜନସେବା କରିବାର ଦୃଷ୍ଟାନ୍ତ ଏବେ ବି ସମାଜରେ ଦେଖିବାକୁ ମିଳେ। ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି ଛତିଶଗଡ଼ର ଚିତ୍ରାଂଶ ତିଓ୍ବାରୀ। ସେ ଘରଠାରୁ ଦୂରରେ ରହି ନିଜ ଜୀବିକାର୍ଜନର ରାସ୍ତା ଖୋଜିବା ଭିତରୁ ସମୟ ବାହାର କରି ନିଶା ସେବନ, ଚୋରି ତଥା ମାଡପିଟ୍‌ରେ ଲିପ୍ତ ପିଲାମାନଙ୍କୁ ଭଲ ବାଟକୁ ଆଣିବା ଚେଷ୍ଟାରେ ଲାଗିଛନ୍ତି। ପକେଟମାର କରୁଥିବା ପିଲାମାନଙ୍କୁ ସେ ବୁଝାଶୁଝା କରି ସ୍କୁଲ ପଠାଉଛନ୍ତି। ଏଭଳି ଉଦ୍ୟମ କରି ଏବେ ସେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଇ ପାରିଛନ୍ତି। ଇଞ୍ଜିନିୟରିଂ କୋଚିଂ ଦେଇ ସେଥିରୁ ଯତ୍‌କିଞ୍ଚିତ୍‌ ଆୟ କରୁଥିବା ଅର୍ଥରେ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଚିତ୍ରାଂଶୁ ଦୁର୍ଗର ସ୍ମୃତି ନଗରସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଏହି ପିଲାମାନଙ୍କୁ ଭର୍ତ୍ତି କରିଛନ୍ତି। ଏହା ବ୍ୟତୀତ ତାଙ୍କ ଘର ପାଖାପାଖି କେତେକ ବସ୍ତିକୁ ଯାଇ ବର୍ଷକ ଭିତରେ ନିଶାସେବନ ଓ ଅପରାଧରେ ଜଡିତ ୧୦ରୁ ୧୮ ବର୍ଷ ବୟସର ପ୍ରାୟ ୩୦୦ ପିଲାଙ୍କୁ ସେ ଠାବ କରିିଛନ୍ତି। ଭଲ ଖାଇବାକୁ ନ ମିଳିବା, କୁସଙ୍ଗ ଓ ସ୍କୁଲ ଯାଉ ନ ଥିବାରୁ ସେମାନେ ଅପରାଧ କରୁଛନ୍ତି ବୋଲି ଜାଣିବା ପରେ ତାଙ୍କ ମନ ବଦଳିଯାଇଥିଲା। ଏହାପରେ ସେ ସପ୍ତାହର କୌଣସି ଏକ ଦିନରେ ଭଲ ଖାଦ୍ୟର ବ୍ୟବସ୍ଥା କରିବା ସହ ଉକ୍ତ ପିଲାମାନଙ୍କୁ ଭଲ ବାଟରେ ଯିବା ପାଇଁ ପରାମର୍ଶ ଦେବାକୁ ଆରମ୍ଭ କରିଦେଇଛନ୍ତି। ସେଠାରେ ସବୁ ପିଲାଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଦେଉଛନ୍ତି। ସେମାନଙ୍କୁ ଖେଳ ଓ ମନୋରଞ୍ଜନ ମାଧ୍ୟମରେ ମୁଖ୍ୟ ଧାରାରେ ଯୋଡିବାରେ ଲାଗି ପଡ଼ିଛନ୍ତି। ଚିତ୍ରାଂଶୁଙ୍କର ଏହି କାର୍ଯ୍ୟକୁ ସବୁ ସ୍ତରରେ ପ୍ରଶଂସା କରାଯିବା ସହ ଜନସମର୍ଥନ ମଧ୍ୟ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri