ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର କେତେକ ଅଞ୍ଚଳରେ ଦଶହରାରର ପୂଜା ବିଧି ଓ ରାବଣ ପୋଡିକୁ ନେଇ ଅଜବ ପରମ୍ପରା ପ୍ରଚଳିତ ରହିଛି। ମୁଖ୍ୟତଃ ବସ୍ତର ଦଶହରା ୭୫ ଦିନ ଧରି ପାଳନ କରାଯାଏ। ଏହି ପର୍ବରେ ରାବଣ କି ରାମଙ୍କର କିଛି ବି ସମ୍ବନ୍ଧ ନ ଥାଏ। ବସ୍ତର ଦଶହରାରେ କେବଳ ମା’ ଦନ୍ତେଶ୍ୱରୀଙ୍କୁ ପୂଜା କରାଯାଏ ଓ ରଥଯାତ୍ରା ଅନୁଷ୍ଠିତ ହୁଏ। ପୂରା ଦଶହରାରେ ୨୧ଟି ବିଧି ପାଳନ କରାଯାଏ। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ରଥଯାତ୍ରା ଭଳି ରଥଯାତ୍ରାର ଆୟୋଜନ କରାଯାଏ। ୬୦୦ ବର୍ଷ ପୂର୍ବେ ବସ୍ତରର ରାଜା ପୁରୀରେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରି ଫେରିବା ପରେ ଏହି ରଥଯାତ୍ରାର ଆୟୋଜନ କରିଥିଲେ, ଯାହା ଏବେ ପାଳନ କରାଯାଉଛି। ରଥଯାତ୍ରାରେ ବହୁ ଦେବଦେବୀଙ୍କୁ ରଥାରୂଢ଼ କରାଯାଏ। ସେହିଭଳି ଛତିଶଗଡ଼ର ବାଲୋଦ ଜିଲା ଗୁରୁର୍‌ ଗ୍ରାମରେ ଶାର୍ଟ, ପ୍ୟାଣ୍ଟ ଓ ଟାଇ ପିନ୍ଧିଥିବା ୧୦୦ ବର୍ଷର ପୁରୁଣା ରାବଣ ମୂର୍ତ୍ତିକୁ ପଣ୍ଡିତ, ସଙ୍ଗୀତପ୍ରେମୀ ଓ ଚିକିତ୍ସକ ଭାବେ ଗ୍ରହଣ କରି ଲୋକମାନେ ତାହାକୁ ଦହନ ନ କରି ପୂଜା କରୁଛନ୍ତି। ଏହାବାଦ୍‌ ଧମତରୀ ଜିଲାର ସୋନାମଗର ଗାଁରେ ଲୋକମାନେ କଞ୍ଚାମାଟିରେ ରାବଣର ଅର୍ଦ୍ଧନଗ୍ନ ପ୍ରତିମୂର୍ତ୍ତି ତିଆରି କରନ୍ତି। ମା’ ଶୀତଳା ମନ୍ଦିରରୁ ଖଣ୍ଡା ଅଣ ିସେହି ପ୍ରତିମୂର୍ତ୍ତିକୁ ଖଣ୍ଡ ଖଣ୍ଡ କରନ୍ତି। ଲୋକମାନେ ରାବଣ ଉପରେ ମଧ୍ୟ ଆକ୍ରମଣ କରି ମାଟିକୁ ଘରକୁ ନେଇଯିବା ପରେ ଦଶହରା ଶେଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri