ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ ଭକ୍ତି ସହ କର୍ତ୍ତବ୍ୟବୋଧ ତଥା ସଚେତନତାର ବାର୍ତ୍ତା ଯୋଡାଯାଇଛିି। ସୁରତର ଏକ ମଲ୍‌ରେ ଆୟୋଜିତ ନବରାତ୍ର ସମାରୋହରେ ଭାଗନେଇ ଏକ ଡ୍ୟାନ୍ସ ଗ୍ରୁପ୍‌ ଗରବା ନୃତ୍ୟ ମାଧ୍ୟମରେ ସଡ଼କ ସୁରକ୍ଷା ଉପରେ ସଚେତନତା ଭିତ୍ତିକ ବାର୍ତ୍ତା ଦେଇଛି। ମଲ୍‌ରେ ପ୍ରଦର୍ଶିତ ହୋଇଥିବା ଏହି ସାଂସ୍କୃତିକ ସମାରୋହରେ ଡ୍ୟାନ୍ସ ଗ୍ରୁପର ସଦସ୍ୟମାନେ ହେଲ୍‌ମେଟ ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି। ଜୀବନ ସୁରକ୍ଷିତ ରହିଲେ ସବୁ ପର୍ବର ଆନନ୍ଦ ନେବା ସମ୍ଭବ ଓ ସେଥିପାଇଁ ହେଲ୍‌ମେଟ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ଡ୍ୟାନ୍ସ ଗ୍ରୁପର ଜଣେ ସଦସ୍ୟ ।
ଏହି ସମାରୋହରେ ମହିଳାମାନେ ପରମ୍ପରା ସହ ଟାଟୁକୁ ବି ସ୍ଥାନ ଦେଇଛନ୍ତି। ଟାଟୁଗୁଡିକ ରାଷ୍ଟ୍ରୀୟ ଘଟଣା ଉପରେ ଆଧାରିତ। ଗରବା ନୃତ୍ୟରେ ଭାଗ ନେଇଥିବା ମହିଳାମାନେ ପିଠିରେ ଧାରା ୩୭୦, ଚନ୍ଦ୍ରୟାନ-୨ ସମ୍ବନ୍ଧିତ ଟାଟୁ କରିଥିଲେ। ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାଟୁ ମଧ୍ୟ ଦେଖିବାକୁ ମିଳିଛିି। ପ୍ଲାଷ୍ଟିକ୍‌ରୁ ପୃଥିତ୍ବୀକୁ ରକ୍ଷା କରିବା ପାଇଁ ଟାଟୁ ମାଧ୍ୟମରେ ବି ବାର୍ତ୍ତା ଦିଆଯାଇଛି ଏହି ନୃତ୍ୟରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri