ଏଇ ଭାରତରେ

କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମଦ। ଅଜଣା ମୃତଦେହକୁ ସଂସ୍କାର କରିବା ତାଙ୍କର ନିଶା। ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରନ୍ତି। ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଆୟୁବଙ୍କ ଏହି କାମ ପାଇଁ ଏବେ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି। ପ୍ରଥମେ ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଥିବାବେଳେ ଏବେ କିନ୍ତୁ ଅଜଣା ମୃତଦେହ ଦେଖିଲେ ଖୋଜା ପଡୁଛନ୍ତି ଆୟୁବ। ସେ କୁହନ୍ତି, ଏକ କାର୍‌ କିଣିବାକୁ ଗୁନ୍ଦୁଲପେଟ ଯାଉଥିଲାବେଳେ ବାଟରେ ଗୋଟିଏ ମୃତଦେହ ଦେଖିଥିଲେ। ଏହାପରେ ସେ କାର୍‌ କିଣି ଫେରିବା ପର୍ଯ୍ୟନ୍ତ ସେମିତି ସେହିଠାରେ ମୃତଦେହଟି ପଡି ରହିଥିଲା। କେହି ପୋଲିସକୁ ଖବର ମଧ୍ୟ ଦେଇ ନ ଥିଲେ। ଏହାପରେ କିଛି ଚିନ୍ତା ନ କରି ଆୟୁବ ନିଜ ହାତରେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଠାଇ କାର୍‌ରେ ଲଦି ଅନ୍ତିମ ସଂସ୍କାର କରିଥିଲେ। ଅବଶ୍ୟ ପୋଲିସକୁ ଖବର ଦେଇ ନ ଥିବାରୁ ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡିଥିଲା। ଆଉ ଏ କଥା ଘର ଲୋକଙ୍କୁ କହିବା ପରେ ଏମିତି ବିରୋଧର ସମ୍ମୁଖୀନ ହୋଇଥିଲେ ଯେ ଶେଷରେ ସେ ଘର ଛାଡି ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେଠାରେ ମଧ୍ୟ ସେ ଏହି କାମ ଜାରି ରଖିଲେ। ଦିନେ ସ୍ଥିର କଲେ, ସେ ନିଜ ଗାଁକୁ ଫେରି ମା’ବାପାଙ୍କୁ ଏକଥା ବୁଝାଇବେ। ତାହା ହିଁ ହେଲା। ଆଉ ଏଥିରେ ତାଙ୍କ ମା’ ସହଯୋଗର ହାତ ବଢାଇଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷ ମଧ୍ୟରେ ସେ ପାଖାପାଖି ୧୦ ହଜାର ଅଜଣା ମୃତଦେହ ସଂସ୍କାର କରି ସାରିଛନ୍ତି। ଏବେ ଆୟୁବଙ୍କର ଏହି କାମ ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳୁଛି। ହେଲେ ଏହାକୁ ଦେଖିବାକୁ ତାଙ୍କ ନିକଟରେ ତାଙ୍କ ମା’ ନ ଥିବା ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri