Posted inଫୁରସତ

ଏଇ ବ୍ୟାକ୍‌ପ୍ୟାକ୍‌ରେ ରହିଯିବେ ମଣିଷ

ସ୍କୁଲ, କଲେଜ ହେଉକି ଅଫିସ୍‌ କି ଆଉଟିଂ ଏବେ ସବୁବେଳେ ଆବଶ୍ୟକ ପଡୁଛି ବ୍ୟାକ୍‌ପ୍ୟାକ୍‌। ନେବାକୁ ସୁବିଧା ହେଉଥିବାରୁ ଏହା ସମସ୍ତଙ୍କର ପ୍ରିୟ। ତେବେ ଜାପାନର ଡିଜାଇନ୍‌ ଷ୍ଟୁଡିଓ ସିଡବ୍ଲ୍ୟୁଏଫ୍‌ ତିଆରି କରିଛି ଏମିତି ଏକ ବ୍ୟାକ୍‌ପ୍ୟାକ୍‌ ଯାହାକୁ କ୍ୟାରି କରିବା ସହଜ ହେବନି। କାରଣ ଏହା ହେଉଛି ଖୁବ୍‌ ବଡ଼। ବିଶ୍ୱାସ ନ ହେଲେବି ବ୍ୟାକ୍‌ପ୍ୟାକ୍‌ଟି ଏତେ ବଡ଼ ଯେ, ସେଥିରେ ଜଣେ ବ୍ୟକ୍ତି ଆରାମରେ ରହିଯିବେ। ଏହାର ଲମ୍ବ ୧୦୦ ସେ.ମି. ହୋଇଥିବାବେଳେ ଓସାର ୬୮ ସେ.ମି.। ଏହା ମଧ୍ୟରେ ଆପଣଙ୍କ ଆଲମାରୀର ସବୁ ପୋଷାକ ରହିଯିବ। ଏତେ ବଡ଼ ହେଲେ ବି ଏହାକୁ ଟେକି ଟେକି ନେବାବେଳେ କାନ୍ଧ ଓ ପିଠି ଏତେଟା କାଟି ନ ଥାଏ। କାରଣ ଏଥିରେ ଏକ ଅତିରିକ୍ତ ମିଡିଲ୍‌ ଷ୍ଟ୍ରାପ୍‌ ରହିଛି, ଯାହା ବ୍ୟକ୍ତିଙ୍କ ଉପରେ ବ୍ୟାଗ୍‌ର ଚାପକୁ କମାଇଥାଏ। ଏଥିରେ ଅଧିକ ଜିନିଷ ଧରୁଥିବାରୁ ଆଉଟିଂ ଓ କ୍ୟାମ୍ପକୁ ଗଲାବେଳେ ଏହା ଅଧିକ କାମ ଦେବ। ଘର ଭିତରେ ବି ଏହାକୁ ଏକ କ୍ଲୋସେଟ୍‌ ବା ଆଲମାରୀ ଭାବେ ବ୍ୟବହାର କରିପାରିବେ। ଏହି ବିରାଟକାୟ ବ୍ୟାକ୍‌ପ୍ୟାକ୍‌ର ମୂଲ୍ୟ ୨୩୦ ଡଲାରରୁ ଊର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri