Posted inଫୁରସତ

ଏଇ ତ ପ୍ରେମ

ସତରେ ପ୍ରେମ ଶାଶ୍ୱତ। କେତେବେଳେ କିଏ ମନରେ ଘର କରିଯାଏ ତାହା କହି ହୁଏନା। ଏଥିରେ ଜାତି, ରଙ୍ଗ, ରୂପ ବି ଦେଖାଯାଏନା। ଠିକ୍‌ ଯେମିତି ଆରିଜୋନାର ସୁନ୍ଦରୀ ମିଣ୍ଡି ନିସ୍‌ ପ୍ରେମ କରି ବିବାହ କରିଛନ୍ତି ୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ସିନ୍‌ ଷ୍ଟିଫେନସନ୍‌ଙ୍କୁ। ଯିଏକି ଅଷ୍ଟିଓଜେନେସିସ୍‌ ଇମ୍‌ପରଫେକ୍ଟା ନାମକ ରୋଗରେ ଆକ୍ରାନ୍ତ। ଏହି ରୋଗ ପାଇଁ ତାଙ୍କ ଶରୀରର ଉଚ୍ଚତା ବୃଦ୍ଧି ହୋଇପାରିନାହିଁ। ତାଙ୍କ ହାଡ ବହୁତ ଦୁର୍ବଳ, ତେଣୁ ସହଜରେ ତାହା ଭାଙ୍ଗିଯାଏ। ୧୮ ବର୍ଷ ବୟସ ସୁଦ୍ଧା ତାଙ୍କର ୨୦୦ ହାଡ ଭାଙ୍ଗି ସାରିଥିଲା। ଏବେ ସେ ହ୍ବିଲ ଚେୟାର୍‌ରେ ଜୀବନ ବିତାଉଛନ୍ତି ଓ ଜଣେ ମୋଟିଭେଶନାଲ ସ୍ପିକର୍‌ ଭାବେ କାମ କରନ୍ତି। ଧନସମ୍ପତ୍ତିର ଅଭାବ ନାହିଁ ତାଙ୍କ ପାଖରେ। ମିଣ୍ଡି ଓ ସିନ୍‌ଙ୍କର ଦେଖା ୨୦୦୯ରେ ଏକ ସାଙ୍ଗ ଜରିଆରେ ହୋଇଥିଲା। ପ୍ରଥମ ଦେଖାରେ ଦୁହିଁଙ୍କର ପ୍ରେମ ହୋଇଥିଲା। ଏହି ସମ୍ପର୍କକୁ ନେଇ ବହୁ ଲୋକ ବହୁ କଥା କହିଥିଲେ। ଅନେକେ କହିଲେ ମିଣ୍ଡି ସିନ୍‌ଙ୍କୁ ନୁହେଁ ତାଙ୍କ ସମ୍ପତ୍ତିକୁ ଭଲ ପାଆନ୍ତି। କିନ୍ତୁ ଏହା ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରି ନ ଥିଲା। ୨୦୧୨ ସେପ୍ଟେମ୍ବର ୧୪ରେ ସେମାନେ ବିବାହ କଲେ। ଅନେକେ କହନ୍ତି ଦୁହିଁଙ୍କ ମଧ୍ୟରେ ଦାମ୍ପତ୍ୟ ସମ୍ପର୍କ ସ୍ବାଭାବିକ ହୋଇ ନ ଥିବ। କିନ୍ତୁ ମିଣ୍ଡି କହନ୍ତି, ‘ସିନ୍‌ ଭିନ୍ନକ୍ଷମ ହୋଇଥିଲେ ହେଁ ଶାରୀରିକ ସମ୍ପର୍କ କ୍ଷେତ୍ରରେ ଅନ୍ୟ ପୁରୁଷଙ୍କଠାରୁ କମ୍‌ ନୁହନ୍ତି।’ ଏବେ ଏହି ଦମ୍ପତି ଆରିଜୋନାର ସ୍କଟ୍ସଡେଲ୍‌ରେ ସୁଖୀ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri