Posted inଫୁରସତ

ଏଇ ତ ପ୍ରେମ

ସତରେ ପ୍ରେମ ଶାଶ୍ୱତ। କେତେବେଳେ କିଏ ମନରେ ଘର କରିଯାଏ ତାହା କହି ହୁଏନା। ଏଥିରେ ଜାତି, ରଙ୍ଗ, ରୂପ ବି ଦେଖାଯାଏନା। ଠିକ୍‌ ଯେମିତି ଆରିଜୋନାର ସୁନ୍ଦରୀ ମିଣ୍ଡି ନିସ୍‌ ପ୍ରେମ କରି ବିବାହ କରିଛନ୍ତି ୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ସିନ୍‌ ଷ୍ଟିଫେନସନ୍‌ଙ୍କୁ। ଯିଏକି ଅଷ୍ଟିଓଜେନେସିସ୍‌ ଇମ୍‌ପରଫେକ୍ଟା ନାମକ ରୋଗରେ ଆକ୍ରାନ୍ତ। ଏହି ରୋଗ ପାଇଁ ତାଙ୍କ ଶରୀରର ଉଚ୍ଚତା ବୃଦ୍ଧି ହୋଇପାରିନାହିଁ। ତାଙ୍କ ହାଡ ବହୁତ ଦୁର୍ବଳ, ତେଣୁ ସହଜରେ ତାହା ଭାଙ୍ଗିଯାଏ। ୧୮ ବର୍ଷ ବୟସ ସୁଦ୍ଧା ତାଙ୍କର ୨୦୦ ହାଡ ଭାଙ୍ଗି ସାରିଥିଲା। ଏବେ ସେ ହ୍ବିଲ ଚେୟାର୍‌ରେ ଜୀବନ ବିତାଉଛନ୍ତି ଓ ଜଣେ ମୋଟିଭେଶନାଲ ସ୍ପିକର୍‌ ଭାବେ କାମ କରନ୍ତି। ଧନସମ୍ପତ୍ତିର ଅଭାବ ନାହିଁ ତାଙ୍କ ପାଖରେ। ମିଣ୍ଡି ଓ ସିନ୍‌ଙ୍କର ଦେଖା ୨୦୦୯ରେ ଏକ ସାଙ୍ଗ ଜରିଆରେ ହୋଇଥିଲା। ପ୍ରଥମ ଦେଖାରେ ଦୁହିଁଙ୍କର ପ୍ରେମ ହୋଇଥିଲା। ଏହି ସମ୍ପର୍କକୁ ନେଇ ବହୁ ଲୋକ ବହୁ କଥା କହିଥିଲେ। ଅନେକେ କହିଲେ ମିଣ୍ଡି ସିନ୍‌ଙ୍କୁ ନୁହେଁ ତାଙ୍କ ସମ୍ପତ୍ତିକୁ ଭଲ ପାଆନ୍ତି। କିନ୍ତୁ ଏହା ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରି ନ ଥିଲା। ୨୦୧୨ ସେପ୍ଟେମ୍ବର ୧୪ରେ ସେମାନେ ବିବାହ କଲେ। ଅନେକେ କହନ୍ତି ଦୁହିଁଙ୍କ ମଧ୍ୟରେ ଦାମ୍ପତ୍ୟ ସମ୍ପର୍କ ସ୍ବାଭାବିକ ହୋଇ ନ ଥିବ। କିନ୍ତୁ ମିଣ୍ଡି କହନ୍ତି, ‘ସିନ୍‌ ଭିନ୍ନକ୍ଷମ ହୋଇଥିଲେ ହେଁ ଶାରୀରିକ ସମ୍ପର୍କ କ୍ଷେତ୍ରରେ ଅନ୍ୟ ପୁରୁଷଙ୍କଠାରୁ କମ୍‌ ନୁହନ୍ତି।’ ଏବେ ଏହି ଦମ୍ପତି ଆରିଜୋନାର ସ୍କଟ୍ସଡେଲ୍‌ରେ ସୁଖୀ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri