Posted inଖେଳ

ଏଆରଆରସିରେ ପଏଣ୍ଟ ଜିତିଲେ ରାଜୀବ

ଭୁବନେଶ୍ୱର, ୨୭।୯(ସ୍ପୋଟର୍‌ସ ବ୍ୟୁରୋ)- ମାଲେସିଆର ସେପଙ୍ଗ ଇଣ୍ଟରନ୍ୟାଶନାଲ ସର୍କିଟରେ ଅନୁଷ୍ଠିତ ଏସିଆନ ରୋଡ ରେସିଂ ଚାମ୍ପିୟନଶିପ(ଏଆରଆରସି)ର ଚୂଡ଼ାନ୍ତ ତଥା ଷଷ୍ଠ ପର୍ଯ୍ୟାୟ ରେସରେ ଇଡିମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକ ରାଜୀବ ସେଥୁ ଭାରତ ପାଇଁ ପଏଣ୍ଟ ଜିତିଛନ୍ତି। ଏପି ୨୫୦ ଶ୍ରେଣୀରେ ରାଜୀବ ୧ ପଏଣ୍ଟ ହାସଲ କରିଛନ୍ତି। ଦୁର୍ଘଟଣା ଜନିତ ଆହତ ସମସ୍ୟା ସତ୍ତ୍ୱେ ରାଜୀବ ଟପ୍‌-୧୫ ଭିତରେ ରେସ ଶେଷକରି ଏହି ସଫଳତା ପାଇଛନ୍ତି। ଏହାକୁ ମିଶାଇ ସେ ଅଷ୍ଟମ ଥର ପାଇଁ କୌଣସି ରେସରେ ଟପ୍‌-୧୫ରେ ସ୍ଥାନ ପାଇଛନ୍ତି। ଏହି ଟିମ୍‌ର ଅନ୍ୟତମ ଚାଳକ ୧୮ ବର୍ଷୀୟ ସେନ୍ଥିଲ କୁମାର ନିଜର ଶ୍ରେଷ୍ଠ ଲ୍ୟାପ ସମୟ ହାସଲ କରିଛନ୍ତି। ୨୨ତମ ସ୍ଥାନରୁ ରେସ୍‌ ଆରମ୍ଭ କରିଥିବା ସେନ୍ଥିଲ ୧୭ତମ ସ୍ଥାନରେ ରହି ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri