Posted inଫୁରସତ

ଏ ଜନ୍ମରେ ସରିଲାନି ସଙ୍ଗୀତର ଶିକ୍ଷା- ଶ୍ୟାମାମଣି ଦେବୀ

ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ନିଜର ସୁଲଳିତ କଣ୍ଠରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ଉତ୍କଳୀୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶ୍ୟାମାମଣି ଦେବୀଙ୍କ ଅବଦାନ ଅତୁଳନୀୟ। ଯେଉଁଥିପାଇଁ ସେ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଭୟ ଓଡ଼ିଶୀ ଓ ହିନ୍ଦୁସ୍ତାନୀ ସଙ୍ଗୀତରେ ପାରଙ୍ଗମ ଶ୍ୟାମାମଣିଙ୍କ ଜନ୍ମ ୧୯୩୮ ମସିହା କଟକ ଜିଲାର ସୁବର୍ଣ୍ଣପୁର ଗ୍ରାମରେ। ପିତା ରାଜେନ୍ଦ୍ର ମୋହନ ପଟ୍ଟନାୟକ ଓ ମା’ ନିଶାମଣି ଦେବୀ। ବଡ଼ବାପା ଥିଲେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ। ଏକ ଆଭିଜାତ୍ୟ କଳାକାର ପରିବାର ଥିଲା ତାଙ୍କର। ଖୁବ୍‌ ଛୋଟଦିନୁ ସେ ଥିଲେ ସଙ୍ଗୀତର ପୂଜାରିଣୀ। ଶ୍ୟାମାମଣି କୁହନ୍ତି, ‘ଏକ ସଙ୍ଗୀତମୟ ପରିବେଶ ଥିଲା ଆମଘର। ପ୍ରତ୍ୟେକ ଦିନ ସକାଳେ ଓ ସାରେ ଭଜନ କୀର୍ତ୍ତନ ଆୟୋଜନ ହୁଏ; ଯେଉଁଥିରେ ଆମ ପରିବାରର ପ୍ରତି ସଦସ୍ୟ ଯୋଗଦିଅନ୍ତି। ପାଞ୍ଚ ଛଅ ବର୍ଷ ବୟସରେ ଭଜନ ଶୁଣିବା ସହ ଗ୍ରାମଫୋନ ରେକର୍ଡରୁ ଗୀତ ଶୁଣି ମୋର ସଙ୍ଗୀତ ପ୍ରତି ଆଗ୍ରହ ସୃଷ୍ଟି ହେଲା। ପ୍ରଚଣ୍ଡ ଇଚ୍ଛା ଶକ୍ତି ମଧ୍ୟରେ ବାଧା ସାଜିଲା ସେ ବେଳର ରକ୍ଷଣଶୀଳ ସମାଜ। ସେତେବେଳେ ଝିଅଟିର ଗୀତ ଗାଇବା ଓ ନାଚିବାକୁ ଲୋକେ ଭଲ ଚକ୍ଷୁରେ ଦେଖୁ ନ ଥିଲେ। ବହୁ ବାଧାବିଘ୍ନ ଓ ଅନ୍ତରାୟକୁ ସାମ୍ନା କରିବାକୁ ପଡ଼ିଲା ମୋତେ। ମୁଁ କିନ୍ତୁ ଅଟଳ ରହିଲି ମୋ ଜିଦ୍‌ରେ। ଲକ୍ଷ୍ୟ କେବଳ ଗୋଟିଏ, ସଙ୍ଗୀତରେ ଉଚ୍ଚ ଶିକ୍ଷା ଲାଭ କରିବା। ସମାଜର ବିରୋଧ ସତ୍ତ୍ୱେ, ପାରିବାରିକ ପ୍ରେରଣା ଯୋଗୁ କଟକ ଆସି ରେଭେନ୍ସା ଗଲର୍‌ସ ହାଇସ୍କୁଲରେ ନାମ ଲେଖାଇଲି। ଏହାର କିଛିଦିନ ପରେ ଗୁରୁ ସ୍ବର୍ଗତ କୁଣ୍ଡଳାଦି ନାରାୟଣ ରାଓଙ୍କଠାରୁ କଟକସ୍ଥିତ ନ୍ୟାଶନାଲ ମ୍ୟୁଜିକ୍‌ ଆସୋସିଏଶନରେ ସଙ୍ଗୀତ ଶିକ୍ଷା କଲି।’ ୧୯୫୦ ମସିହାରେ ଅଲ୍‌ ଇଣ୍ଡିଆ ରେଡିଓରେ ଶିଶୁ କଳାକାର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ୟାମାମଣି ଦେବୀଙ୍କୁ ୧୯୫୪ ମସିହାରେ ନିୟମିତ କଳାକାର ଭାବେ ସ୍ବୀକୃତି ମିଳିଥିଲା। ପୁରୁଣା ଦିନର ଅଭୁଲା ସ୍ମୃତି ମନେପକାଇ ସେ କୁହନ୍ତି, ‘ସେତେବେଳେ ପ୍ରତି ଗୀତ ପାଇଁ ଆମକୁ ପାଞ୍ଚୋଟି ଚକୋଲେଟ ମିଳୁଥିଲା। ମୋ ସଙ୍ଗୀତ ଶିକ୍ଷା ପଛରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ସର୍ବଦା ସ୍ମରଣୀୟ। ପ୍ରତିଭାକୁ ସମ୍ମାନ ଦେବା ତାଙ୍କର ଏକ ମହତ୍‌ ଗୁଣ। ୧୯୬୦ ମସିହାରେ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା ପାଇଁ ମୁଁ ମୁମ୍ବାଇ ଚାଲିଗଲି। ଓଡ଼ିଶାରୁ ଫୋନ୍‌ କରି ମୋ ଗୁରୁଜୀଙ୍କୁ ପଚାରି ବୁଝନ୍ତି ବିଜୁବାବୁ (ମେରି ବଚୀ କୈସି ହେ)। ତେବେ ମୁମ୍ବାଇରେ ଭାରତର ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫେସର ବି.ଆର. ନବରଙ୍ଗ ଓ ପ୍ରଫେସର ବି.ଆର. ଦେଓଧରଙ୍କ ପାଖରେ ଆରମ୍ଭ ହୋଇଥିଲା ମୋର ହିନ୍ଦୁସ୍ତାନୀ କ୍ଲାସିକାଲ୍‌ ସଙ୍ଗୀତ ଶିକ୍ଷା। ମୋତେ ଛଅ ବର୍ଷ ବୟସରେ କବି ‘କାଳିଦାସ’ ଚଳଚ୍ଚିତ୍ରର ‘ଶାମଭାଇ ଘନଶ୍ୟାମ ନା ଆୟେ’ ଗୀତଟି ମୋ ମନକୁ ବେଶ୍‌ ଛୁଇଁଥିଲା; ଯାହାକୁ ସ୍ବର ସମ୍ରାଜ୍ଞୀ ଲତାଜୀ ଗାଇଥିଲେ। ଖୁବ୍‌ ଛୋଟଦିନୁ ନିଜ ହୃଦୟରେ ମା’ ସରସ୍ବତୀଙ୍କ ସ୍ଥାନ ଦେଇଥିଲି ତାଙ୍କୁ। ସ୍ବପ୍ନ ଥିଲା କେବେ ଦିନେ ତାଙ୍କ ସହ ମିଶି ଆଶିଷ ଆଣିବି। ପ୍ରତିଦିନ ଟ୍ୟୁଶନ ସାରି ଫେରିବା ବେଳେ ପେଡର୍‌ ରୋଡସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଛିଡ଼ା ହୋଇ ଲତାଜୀଙ୍କ ସଙ୍ଗୀତ ଅଭ୍ୟାସ ଶୁଣିଥାଏ। ଓଃ କି ମଧୁର ସେ ସ୍ବର। ଆଜି ବି ମନେପଡ଼ିଲେ ଭାବବିହ୍ବଳ ହୋଇଯାଏ ମୁଁ। ଏପରି ଅନେକ ସ୍ବର ମୁଁ ଶୁଣି ଶୁଣି ଶିଖିଯାଇଛି। ଏପରି ଦିନେ ମୋତେ ସୌଭାଗ୍ୟ ମିଳିଲା, ହଠାତ୍‌ ଗୁରୁଜୀଙ୍କ ସହ ଲତାଜୀଙ୍କ ଘରେ ପହଞ୍ଚିଥିଲି, ତାଙ୍କ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ। ପ୍ରଥମ ଦେଖାରୁ ଆନନ୍ଦର ଲୁହ ଝରିଥିଲା। ଆଦର ଯତ୍ନରେ କୋଳେଇ ନେଲେ ମୋତେ। ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ମୁହୂର୍ତ୍ତ ଥିଲା ସେ ସମୟ। ମୋ ଆଖିରୁ ଲୁହ ପୋଛି, ମୋତେ ମୁମ୍ବାଇରେ ରହିବାର ଅନୁମତି ଦେଇଥିଲେ। ମୁଁ ମଧ୍ୟ ସ୍ଥିର କରିଥିଲି ରହିବା ପାଇଁ, କିନ୍ତୁ ତାହା ହୋଇପାରିଲା ନାହିଁ। ବଡ଼ବାପାଙ୍କ ଅନୁମତି କ୍ରମେ ମୁଁ ମୋ ଜନ୍ମ ମାଟିକୁ ଫେରିଆସିଲି।’ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ଲୋକପ୍ରିୟ କରିବାରେ ଶ୍ୟାମାମଣି ଦେବୀଙ୍କ ଅବଦାନ ଅତୁଳନୀୟ। ଓଡ଼ିଶୀ ସଙ୍ଗୀତର ବିକାଶ ପାଇଁ ସେ ଫେରିଆସିଲେ ଓଡ଼ିଶା। ଜାରି ରହିଲା ସଙ୍ଗୀତ ଶିକ୍ଷା। କଟକ କଳା ବିକାଶ କେନ୍ଦ୍ରର ପ୍ରିନ୍ସିପାଲ୍‌, ଓଡ଼ିଶୀ ଗବେଷଣା କେନ୍ଦ୍ର, ଅଲଇଣ୍ଡିଆ ରେଡିଓ ଓ ସଙ୍ଗୀତ ନାଟକ ଏକାଡେମୀରେ ବହୁବର୍ଷ କାର୍ଯ୍ୟ ତୁଲାଇଥିବା ଏହି ସ୍ବର ସାଧିକା କୁହନ୍ତି-ନୂତନ ଶିଳ୍ପୀମାନେ ପ୍ରଥମେ ଓଡ଼ିଶା ଓ ଓଡ଼ିଶୀ ସଙ୍ଗୀତକୁ ଭଲପାଇବା ଉଚିତ। ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଶ୍ୟାମାମଣି ଦେବୀ ରାଜ୍ୟ ତଥା ଜାତୀୟ ସ୍ତରରେ ବହୁବାର ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ତନ୍ମଧ୍ୟରେ ସମ୍ମାନଜନକ ସାରଳା ସମ୍ମାନ, ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କଠାରୁ ସମ୍ମାନ, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କଠାରୁ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଆୱାର୍ଡ , କବିଚନ୍ଦ୍ର ଆୱାର୍ଡ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଆୱାର୍ଡ, ଘୁଙ୍ଗୁର ସମ୍ମାନ ଇତ୍ୟାଦି ପ୍ରମୁଖ ଅଟେ। ୧୯୬୦ ଦଶକରେ ନୂଆବୋଉ, ଶ୍ରୀକୃଷ୍ଣ ରସଲୀଳା, ଦସ୍ୟୁରତ୍ନାକର ପରି ବହୁ ସଫଳ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ଶ୍ୟାମାମଣି ଦେବୀ ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିପାରିନାହାନ୍ତି। ପୁଣେସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଓଡ଼ିଶାର ଏହି ଅନନ୍ୟ ସ୍ବର ସାଧିକା କେବଳ ଓଡ଼ିଆ ନୁହେଁ, ଗୁଜରାଟୀ, ମରାଠୀ, ହିନ୍ଦୀ ଓ ବଙ୍ଗାଳୀ ଭାଷାରେ ଗାୟନକରି କୋଟି କୋଟି ଶ୍ରୋତାଙ୍କ ଭଲପାଇବା ସାଉଁଟିଛନ୍ତି। ଏକଦା ବମ୍ବେ ରେଡିଓରେ ସ୍ଥାୟୀ କଳାକାରର ସ୍ବୀକୃତି ପାଇଥିବା ଶ୍ୟାମାମଣି ଦେବୀ ୮୨ ବର୍ଷ ବୟସରେ ମଧ୍ୟ ନିଜର ସଙ୍ଗୀତ ସାଧନା ଜାରି ରଖିଛନ୍ତି। ଶାରୀରିକ ଅସୁସ୍ଥତା ହାର ମାନିଛି, ସଙ୍ଗୀତ ହିଁ ବଞ୍ଚିବାର ରାହା ଦେଖେଇଛି ତାଙ୍କୁ। ଏ ଜୀବନରେ କେବଳ ଗୋଟିଏ ଅବସୋସ ରହିଗଲା। ମୁଁ ଅଧିକା କିଛି ଶିଖିପାରିଲିନି। ପ୍ରବଳ ଇଚ୍ଛା ଶକ୍ତି ଅଛି ମୋ ମନରେ। ବହୁତ କିଛି ଶିଖିବାକୁ ଇଚ୍ଛା ରଖିଥିଲି; ଯାହା ଏ ଜନ୍ମରେ ସମ୍ଭବ ନୁହେଁ। ମୁଁ ପୁନଃ ଜନ୍ମ ନେଇ କେବଳ ଶିଖିବାକୁ ଚାହୁଁଛି ବୋଲି କୁହନ୍ତି ଶ୍ୟାମାମଣି ଦେବୀ।
-ପ୍ରିୟମ୍ବଦା ରଥ(ହାଇଦ୍ରାବାଦ)


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri