Posted inଜାତୀୟ

ଋଣଭାର ଯୋଗୁ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ପିଢ଼ି

ଚଣ୍ଡିଗଡ଼,୧୨।୯: ସରକାର ଚାଷୀଙ୍କ ଋଣଭାର କମାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ହେଲେ ଯୋଜନା ସବୁ ବାଟବଣା ହେଉଛି। ଫଳରେ ଋଣ ଭାର ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏଥିଯୋଗୁ ଏବେ ଗୋଟିଏ ପରିବାରର ୩ ପିଢ଼ି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପଞ୍ଜାବର ବରନାଲାର ଭଟୋଲା ଗାଁରେ ୪୦ ବର୍ଷ ତଳେ କରାଯାଇଥିବା ଋଣର ପରିଶୋଧ କରି ନ ପାରିବାରୁ ପରିବାରର ଜଣେ ୨୨ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ଋଣ ବରନାଲା ପରିବାରର ଗୋଟିଏ ନୁହଁ ବରଂ ୩ ପିଢ଼ିର ପୁରୁଷଙ୍କ ଜୀବନ ନେଇସାରିଛି। ପୂର୍ବରୁ ସେ ଋଣ ପରିଶୋଧ କରିପାରି ନ ଥିବାରୁ ଜେଜେଙ୍କ ବାପା, ଓ ତାଙ୍କ ଭାଇ, ଜେଜେ ଓ ବାପା ଆତ୍ମହତ୍ୟା କରିଥିଲେ। ଏବେ ତାଙ୍କ ପୁଅ ଲଭପ୍ରୀତ ଆତ୍ମହତ୍ୟା କରିଛନ୍ତି। ଉକ୍ତ ପରିବାରରେ ଏବେ କେବଳ ମହିଳା ରହିଯାଇଛନ୍ତି। ସେହିପରି ପରିବାରର ପୂର୍ବ ପୁରୁଷ ସାହୁକାର ଠାରୁ ୬ଲକ୍ଷ ଓ ବ୍ୟାଙ୍କରୁ ୨ଲକ୍ଷ ଟଙ୍କାର ଋଣ ନେଇଥିଲେ। ତେବେ ୩ ପିଢ଼ି ନେଇଥିବା ଋଣ ସମୟ ହିସାବରେ ବଢ଼ି ବଢ଼ି ୮.୫୭ଲକ୍ଷ ଟଙ୍କାକୁ ପହଞ୍ଚିଛି। ଯାହାକୁ ଏବେ ପର୍ଯ୍ୟନ୍ତ ଏହି ପରିବାର ପରିଶୋଧ କରିପାରି ନାହାନ୍ତି। ପଞ୍ଜାବ ସରକାର ରାଜ୍ୟରେ ୫ ଲକ୍ଷ ଟଙ୍କା ଋଣ ଛାଡ଼ ପାଇଁ ଯୋଜନା କରିଥିବା ବେଳେ ଏହି ପରିବାରର ମାତ୍ର ୫୭ ହଜାର ଟଙ୍କା ଛାଡ଼ ହୋଇଥିଲା। ରାଜ୍ୟରେ କୃଷକମାନଙ୍କର ଆତ୍ମହତ୍ୟା ରୋକିବାରେ ପଞ୍ଜାବ ସରକାରଙ୍କ ଋଣ ଛାଡ଼ ଯୋଜନା ବିଫଳ ହୋଇଛି। ଏହି ଯୋଜନା ଆରମ୍ଭ ହେବା ପରଠାରୁ ୬୦ରୁ ଅଧିକ କୃଷକ ଆତ୍ମହତ୍ୟା କଲେଣି ବୋଲି ଅକାଳି ଦଳର ନେତା ସତନାମ ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ଯୁଦ୍ଧବିରତିକୁ ନେଇ ଖାମେନେଇଙ୍କ ବଡ଼ ବୟାନ, କହିଲେ ଟ୍ରମ୍ପ…

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି । ଏହି ସମୟରେ,…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri