ଋଣ ପରିମାଣ ନିୟନ୍ତ୍ରଣାଧୀନ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଋଣ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି। ଋଣର ପରିମାଣ ନେଇ କୌଣସି ସଦସ୍ୟଙ୍କୁ ଚିନ୍ତା କରିବା ଉଚିତ ନୁହେଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର କହିଛନ୍ତି। ବିଧାନସଭାର ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ବକ୍ତବ୍ୟ ରଖି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂଜାରୀ ଗତ ୧୮ ତାରିଖରେ ୧,୫୦,୦୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ଏହା ଉପରେ ସାଧାରଣ ଆଲୋଚନା ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଲୋଚନାର ପ୍ରଥମ ଦିନ ନଷ୍ଟ ହୋଇଥିଲା। ଅପରପକ୍ଷରେ ଏହାର ପରବର୍ତ୍ତୀ ଦୁଇ ଦିନ ଆଲୋଚନା ସମ୍ଭବ ହୋଇଥିଲା।
ଅର୍ଥମନ୍ତ୍ରୀ ନିରଞ୍ଜନ କହିଥିଲେ ଯେ, ରାଜ୍ୟର ସକଳ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୫ ପ୍ରତିଶତ ଋଣ କରାଯାଇପାରିବ। ସେହିପରି ସୁଧ ଦେୟ ଏବଂ ରାଜସ୍ବ ଆଦାୟ ଅନୁପାତ ୧୫ ପ୍ରତିଶତ ରହିବ। ଅଭିଲେଖାକାର ୨୦୧୮-୧୯ ଆର୍ଥିକ ବର୍ଷକୁ ସମୀକ୍ଷା କରି ଋଣର ପରିମାଣ ଜିଏସ୍‌ଡିପିର ୧୬.୫ ପ୍ରତିଶତ ରହିଥିବା ମତ ଦେଇଥିଲେ। ୨୦୨୦-୨୧ ବର୍ଷ ପାଇଁ ହେବାକୁ ଥିବା ଋଣ କୌଣସି ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିବ ନାହିଁ। ପୂର୍ବାପେକ୍ଷା ବଜେଟ୍‌କୁ ଡିଜିଟାଲାଇଜେଶନ୍‌ କରାଯାଇଥିବା ଅର୍ଥମନ୍ତ୍ରୀ କହିଥିଲେ। ସେହିପରି ବଜେଟ୍‌ ଆଲୋଚନା ସମୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦେଇଥିବା କେତେକ ତଥ୍ୟ କାଳ୍ପନିକ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ରାଜ୍ୟକୁ ଦରମା ବାବଦକୁ ୨୮,୦୮୩ କୋଟି ଟଙ୍କା, ପେନସନ୍‌ ବାବଦକୁ ୧୫,୯୦୦ କୋଟି ଏବଂ ସୁଧ ବାବଦକୁ ୭୧୬୦ କୋଟି ଟଙ୍କା ଦିଆଯାଉଛି। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କେତେକ ପ୍ରଶ୍ନର ଉତ୍ତର ମଧ୍ୟ ପୂଜାରୀ ରଖିଥିଲେ। ସେ କହିଥିଲେ ଜିଏସ୍‌ଡିପି ସହ ତୁଳନା କଲେ ଶିକ୍ଷା ବଜେଟ୍‌ କମ୍‌ ପରି ଲାଗୁଛି। ହେଲେ ଏହା ବାସ୍ତବରେ ହ୍ରାସ ପାଇନାହିଁ। ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୦୧୯-୨୦ ପାଇଁ ୧୬,୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୨୦୨୦-୨୧ ପାଇଁ ୧୭,୪୫୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଉଚ୍ଚଶିକ୍ଷାରେ ୨୩୭୫ କୋଟି ତୁଳନାରେ ୨୪୦୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବ୍ୟୟବରାଦ ଆଖିଦୃଶିଆ ହୋଇଥିବା ମନ୍ତ୍ରୀ କହିଥିଲେ। ଅର୍ଥ କମିଶନ ରାଜ୍ୟର ଆର୍ଥିକ ସ୍ଥିତି ନେଇ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ହେଲେ ସେହି ଆଧାରରେ ଅନୁଦାନ କେନ୍ଦ୍ର ସରକାରଙ୍କ ପାଖରୁ ମିଳୁ ନାହିଁ। ମୂଳ ତଥା ପ୍ରାରମ୍ଭିକ ଆକଳନରୁ ପ୍ରାୟ ୧୮ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଜଳସେଚନ କ୍ଷେତ୍ରରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଥିବା ମନ୍ତ୍ରୀ କହିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଦଳ ସନ୍ତୁଷ୍ଟ ହୋଇ ନ ଥିଲେ। ମନ୍ତ୍ରୀଙ୍କ ପୂର୍ଣ୍ଣାଙ୍ଗ ଉତ୍ତର ସମାପ୍ତ ହେବା ପୂର୍ବରୁ ଭାଜପା ଏବଂ କଂଗ୍ରେସ ସଭ୍ୟ କକ୍ଷ ତ୍ୟାଗ କରିଥିଲେ।
ବୁଧବାର ହୋଇଥିବା ଆଲୋଚନାରେ ନରସିଂହ କହିଥିଲେ ଯେ, ଲୋୟର ସୁକତେଲ ପ୍ରକଳ୍ପ ତୁରନ୍ତ ସମାପ୍ତ କରାଯାଉ। କେନ୍ଦ୍ର ଯଦି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରୁନାହିଁ, ତେବେ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରନ୍ତୁ। ରାଜ୍ୟରେ ସ୍କୁଲ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଉଦବେଗଜନକ। ରାଜ୍ୟରେ ବେକାରି ହାର ସର୍ବାଧିକ ହେବା ଦୁର୍ଭାଗ୍ୟଜନକ। ଆଞ୍ଚଳିକ ବୈଷମ୍ୟବାଦ ଦୂର କରିବା ପାଇଁ ସରକାର ଚେଷ୍ଟା କରିବା ଉଚିତ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟବିଧି ସମ୍ପର୍କରେ ମଧ୍ୟ ନରସିଂହ ଆଲୋଚନା କରିଥିଲେ। ସେହିପରି ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ବହୁ ଶିଳ୍ପ ସଂସ୍ଥା ରାଜ୍ୟ ଛାଡିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା ଦ୍ୱାରା କିଛି ଲାଭ ହୋଇନାହିଁ। ହକି ବିଶ୍ୱକପ୍‌ ଏବଂ ଷ୍ଟାଡିୟମ୍‌ ନିର୍ମାଣରେ ଦୁର୍ନୀତି ହୋଇଛି। ଏହାର ତଦନ୍ତ ହେଲେ ଏକାଧିକ ଆଇଏଏସ୍‌ ଅଧିକାରୀଙ୍କ ମୁଖା ଖୋଲିବ। ତେଣୁ ସରକାର ଏହାର ଇଡି କିମ୍ବା ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦିଅନ୍ତୁ। କେନ୍ଦ୍ର ସରକାର ୮ ଯୋଜନାର ଅନୁଦାନ ହ୍ରାସ କରିଛନ୍ତି। ରାଜ୍ୟ ସରକାର ଆଖୁ ଏବଂ କପା ଚାଷ ପ୍ରତି ଗୁରୁତ୍ୱ ଦିଅନ୍ତୁ। କୋରାପୁଟ ଜିଲାର ଗୁପ୍ତେଶ୍ୱର ପୀଠକୁ ବିକଶିତ କରାଯାଉ ବୋଲି ତାରା ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଦେବ, ସତ୍ୟ ନାରାୟଣ ପ୍ରଧାନ, ମୋହନ ମାଝି, ଅଶ୍ୱିନୀ ପାତ୍ର, ଲତିକା ପ୍ରଧାନ, ଭାସ୍କର ମଢେଇ, ମୁକେଶ ପାଲ,ଗଣେଶ ରାମ ସିଂଖୁଣ୍ଟିଆ ଏବଂ ନବଚରଣ ମାଝି ପ୍ରମୁଖ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri