ଋଣ ପରିମାଣ ନିୟନ୍ତ୍ରଣାଧୀନ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଋଣ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି। ଋଣର ପରିମାଣ ନେଇ କୌଣସି ସଦସ୍ୟଙ୍କୁ ଚିନ୍ତା କରିବା ଉଚିତ ନୁହେଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର କହିଛନ୍ତି। ବିଧାନସଭାର ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ବକ୍ତବ୍ୟ ରଖି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂଜାରୀ ଗତ ୧୮ ତାରିଖରେ ୧,୫୦,୦୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ଏହା ଉପରେ ସାଧାରଣ ଆଲୋଚନା ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଲୋଚନାର ପ୍ରଥମ ଦିନ ନଷ୍ଟ ହୋଇଥିଲା। ଅପରପକ୍ଷରେ ଏହାର ପରବର୍ତ୍ତୀ ଦୁଇ ଦିନ ଆଲୋଚନା ସମ୍ଭବ ହୋଇଥିଲା।
ଅର୍ଥମନ୍ତ୍ରୀ ନିରଞ୍ଜନ କହିଥିଲେ ଯେ, ରାଜ୍ୟର ସକଳ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୫ ପ୍ରତିଶତ ଋଣ କରାଯାଇପାରିବ। ସେହିପରି ସୁଧ ଦେୟ ଏବଂ ରାଜସ୍ବ ଆଦାୟ ଅନୁପାତ ୧୫ ପ୍ରତିଶତ ରହିବ। ଅଭିଲେଖାକାର ୨୦୧୮-୧୯ ଆର୍ଥିକ ବର୍ଷକୁ ସମୀକ୍ଷା କରି ଋଣର ପରିମାଣ ଜିଏସ୍‌ଡିପିର ୧୬.୫ ପ୍ରତିଶତ ରହିଥିବା ମତ ଦେଇଥିଲେ। ୨୦୨୦-୨୧ ବର୍ଷ ପାଇଁ ହେବାକୁ ଥିବା ଋଣ କୌଣସି ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିବ ନାହିଁ। ପୂର୍ବାପେକ୍ଷା ବଜେଟ୍‌କୁ ଡିଜିଟାଲାଇଜେଶନ୍‌ କରାଯାଇଥିବା ଅର୍ଥମନ୍ତ୍ରୀ କହିଥିଲେ। ସେହିପରି ବଜେଟ୍‌ ଆଲୋଚନା ସମୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦେଇଥିବା କେତେକ ତଥ୍ୟ କାଳ୍ପନିକ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ରାଜ୍ୟକୁ ଦରମା ବାବଦକୁ ୨୮,୦୮୩ କୋଟି ଟଙ୍କା, ପେନସନ୍‌ ବାବଦକୁ ୧୫,୯୦୦ କୋଟି ଏବଂ ସୁଧ ବାବଦକୁ ୭୧୬୦ କୋଟି ଟଙ୍କା ଦିଆଯାଉଛି। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କେତେକ ପ୍ରଶ୍ନର ଉତ୍ତର ମଧ୍ୟ ପୂଜାରୀ ରଖିଥିଲେ। ସେ କହିଥିଲେ ଜିଏସ୍‌ଡିପି ସହ ତୁଳନା କଲେ ଶିକ୍ଷା ବଜେଟ୍‌ କମ୍‌ ପରି ଲାଗୁଛି। ହେଲେ ଏହା ବାସ୍ତବରେ ହ୍ରାସ ପାଇନାହିଁ। ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୦୧୯-୨୦ ପାଇଁ ୧୬,୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୨୦୨୦-୨୧ ପାଇଁ ୧୭,୪୫୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଉଚ୍ଚଶିକ୍ଷାରେ ୨୩୭୫ କୋଟି ତୁଳନାରେ ୨୪୦୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବ୍ୟୟବରାଦ ଆଖିଦୃଶିଆ ହୋଇଥିବା ମନ୍ତ୍ରୀ କହିଥିଲେ। ଅର୍ଥ କମିଶନ ରାଜ୍ୟର ଆର୍ଥିକ ସ୍ଥିତି ନେଇ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ହେଲେ ସେହି ଆଧାରରେ ଅନୁଦାନ କେନ୍ଦ୍ର ସରକାରଙ୍କ ପାଖରୁ ମିଳୁ ନାହିଁ। ମୂଳ ତଥା ପ୍ରାରମ୍ଭିକ ଆକଳନରୁ ପ୍ରାୟ ୧୮ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଜଳସେଚନ କ୍ଷେତ୍ରରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଥିବା ମନ୍ତ୍ରୀ କହିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଦଳ ସନ୍ତୁଷ୍ଟ ହୋଇ ନ ଥିଲେ। ମନ୍ତ୍ରୀଙ୍କ ପୂର୍ଣ୍ଣାଙ୍ଗ ଉତ୍ତର ସମାପ୍ତ ହେବା ପୂର୍ବରୁ ଭାଜପା ଏବଂ କଂଗ୍ରେସ ସଭ୍ୟ କକ୍ଷ ତ୍ୟାଗ କରିଥିଲେ।
ବୁଧବାର ହୋଇଥିବା ଆଲୋଚନାରେ ନରସିଂହ କହିଥିଲେ ଯେ, ଲୋୟର ସୁକତେଲ ପ୍ରକଳ୍ପ ତୁରନ୍ତ ସମାପ୍ତ କରାଯାଉ। କେନ୍ଦ୍ର ଯଦି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରୁନାହିଁ, ତେବେ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରନ୍ତୁ। ରାଜ୍ୟରେ ସ୍କୁଲ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଉଦବେଗଜନକ। ରାଜ୍ୟରେ ବେକାରି ହାର ସର୍ବାଧିକ ହେବା ଦୁର୍ଭାଗ୍ୟଜନକ। ଆଞ୍ଚଳିକ ବୈଷମ୍ୟବାଦ ଦୂର କରିବା ପାଇଁ ସରକାର ଚେଷ୍ଟା କରିବା ଉଚିତ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟବିଧି ସମ୍ପର୍କରେ ମଧ୍ୟ ନରସିଂହ ଆଲୋଚନା କରିଥିଲେ। ସେହିପରି ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ବହୁ ଶିଳ୍ପ ସଂସ୍ଥା ରାଜ୍ୟ ଛାଡିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା ଦ୍ୱାରା କିଛି ଲାଭ ହୋଇନାହିଁ। ହକି ବିଶ୍ୱକପ୍‌ ଏବଂ ଷ୍ଟାଡିୟମ୍‌ ନିର୍ମାଣରେ ଦୁର୍ନୀତି ହୋଇଛି। ଏହାର ତଦନ୍ତ ହେଲେ ଏକାଧିକ ଆଇଏଏସ୍‌ ଅଧିକାରୀଙ୍କ ମୁଖା ଖୋଲିବ। ତେଣୁ ସରକାର ଏହାର ଇଡି କିମ୍ବା ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦିଅନ୍ତୁ। କେନ୍ଦ୍ର ସରକାର ୮ ଯୋଜନାର ଅନୁଦାନ ହ୍ରାସ କରିଛନ୍ତି। ରାଜ୍ୟ ସରକାର ଆଖୁ ଏବଂ କପା ଚାଷ ପ୍ରତି ଗୁରୁତ୍ୱ ଦିଅନ୍ତୁ। କୋରାପୁଟ ଜିଲାର ଗୁପ୍ତେଶ୍ୱର ପୀଠକୁ ବିକଶିତ କରାଯାଉ ବୋଲି ତାରା ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଦେବ, ସତ୍ୟ ନାରାୟଣ ପ୍ରଧାନ, ମୋହନ ମାଝି, ଅଶ୍ୱିନୀ ପାତ୍ର, ଲତିକା ପ୍ରଧାନ, ଭାସ୍କର ମଢେଇ, ମୁକେଶ ପାଲ,ଗଣେଶ ରାମ ସିଂଖୁଣ୍ଟିଆ ଏବଂ ନବଚରଣ ମାଝି ପ୍ରମୁଖ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri