ଉପବାସରେ କୁଟୀରଶିଳ୍ପ କାରିଗର

କୃଷ୍ଣପ୍ରସାଦ,୧୮ା୪(ଡି.ଏନ.ଏ.): କୁଟୀରଶିଳ୍ପ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଲକ୍‌ଡାଉନ ଯୋଗୁ ଶିଳ୍ପୀ ପରିବାର ଆଜି ଭୋକ ଉପବାସରେ ଦିନ କାଟୁଛନ୍ତି। ଏଭଳି ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡଅଁଳ ପଞ୍ଚାୟତ ହରିଜନସାହିରେ। ସାହିରେ ୩୦ ପରିବାର ବାସ କରନ୍ତି। ସେମାନେ ସକାଳୁ ଉଠି କିଆ ଗଛ ବଣ ବୁଲି ତାର ଚେର ସଂଗ୍ରହ କରିଥାନ୍ତି। ସେହି ଚେରରେ ଟୋକେଇ, କୁଲା, ଫୁଲ ଚାଙ୍ଗୁଡି ତିଆରି କରିଥାନ୍ତି। ସେହିଭଳି ଖଜୁରି ଗଛର ପତ୍ର ଆଣି ସେଥିରେ ଝାଡୁ, ଫୁଲଦାନୀ ଆଦି ତିଆରି କରନ୍ତି। ତାହାକୁ ଗଁାକୁ ଗଁା ବୁଲି ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି। କିଆ ଚେରରେ ତିଆରି ସାମଗ୍ରୀର ଚାହିଦା ଖୁବ୍‌ ଭଲ। ଦେଖିବା ପାଇଁ ବେତ ତିଆରି ଜିନିଷ ଭଳି ସୁନ୍ଦର। ଏହା ଅଳ୍ପ ଦାମରେ ବି ମିଳିଥାଏ। ତେଣୁ ଗ୍ରାହକମାନଙ୍କ ଚାହିଦା ରହିଥାଏ। ସେମାନେ ପୁରୀ ସହର, ସମୁଦ୍ର କୂଳ, ଗଞ୍ଜାମ ଜିଲା, ଖୋର୍ଦ୍ଧା ଜିଲା ବାଲୁଗଁା, ବାଣପୁର, କଟକ, ନୟାଗଡକୁ ପ୍ରସ୍ତୁତ ସାମଗ୍ରୀ ନେଇ ବିକ୍ରି କରି ରୋଜଗାର କରନ୍ତି। କେତେଜଣ ବ୍ୟବସାୟୀ ଘରକୁ ଆସି ବହୁ ପରିମାଣରେ ସାମଗ୍ରୀ କିଣି ନେଇ ରାଜ୍ୟ ବାହାରେ ବ୍ୟବସାୟ କରିଥାନ୍ତି। କରୋନା ପାଇଁ ଲକ୍‌ଡାଉନ ପରେ ସେମାନେ ଆଉ ଘରୁ ବାହାରି ପାରୁନାହାନ୍ତି କି ବ୍ୟବସାୟୀମାନେ ମଧ୍ୟ ଆସି ପାରୁନାହାନ୍ତି। ଜେମା ନାୟକ କୁହନ୍ତି, ପ୍ରତିବର୍ଷ ବିଷୁବ ସଂକ୍ରାନ୍ତିରେ ଓଡ଼ିଶାର ୨ୟ ବାଲିଯାତ୍ରା କୃଷ୍ଣପ୍ରସାଦ ବ୍ଲକ ଦେଉଳପଡା ପଣାଯାତ୍ରାରେ ସେମାନେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ବିକ୍ରି କରିଥାନ୍ତି। ସେହି ଉଦ୍ଦେଶ୍ୟରେ ସମସ୍ତ ପରିବାର ବହୁସଂଖ୍ୟାରେ ସାମଗ୍ରୀ ତିଆରି କରି ରଖିଛନ୍ତି। ହେଲେ କରୋନା ପାଇଁ ଯାତ୍ରା ବନ୍ଦ ହେଲା। ସେମାନେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତିଆରି କରିଥିବା ସାମଗ୍ରୀ ବିକ୍ରି କରି ନ ପାରି ଘରେ ରଖିଛନ୍ତି। ସରକାର ଦେଇଥିବା ୧ ହଜାର ଟଙ୍କା ୫ ଦିନରେ ସରିଗଲା। ଏବେ ସେମାନେ ଖାଇବେ କ’ଣ ସେହି ଚିନ୍ତା ଘରିଛି। ସରକାର ସେମାନଙ୍କୁ ଗଁ। ଗଁ। ବୁଲି ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଯାହାଦ୍ୱାରା କୁଟୀର ଶିଳ୍ପର ବିକାଶ ହେବ ଏବଂ ସେମାନଙ୍କ ପରିବାରଙ୍କୁ ମୁହଁରେ ମୁଠାଏ ଖାଦ୍ୟ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri