ଉପବାସରେ କୁଟୀରଶିଳ୍ପ କାରିଗର

କୃଷ୍ଣପ୍ରସାଦ,୧୮ା୪(ଡି.ଏନ.ଏ.): କୁଟୀରଶିଳ୍ପ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଲକ୍‌ଡାଉନ ଯୋଗୁ ଶିଳ୍ପୀ ପରିବାର ଆଜି ଭୋକ ଉପବାସରେ ଦିନ କାଟୁଛନ୍ତି। ଏଭଳି ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡଅଁଳ ପଞ୍ଚାୟତ ହରିଜନସାହିରେ। ସାହିରେ ୩୦ ପରିବାର ବାସ କରନ୍ତି। ସେମାନେ ସକାଳୁ ଉଠି କିଆ ଗଛ ବଣ ବୁଲି ତାର ଚେର ସଂଗ୍ରହ କରିଥାନ୍ତି। ସେହି ଚେରରେ ଟୋକେଇ, କୁଲା, ଫୁଲ ଚାଙ୍ଗୁଡି ତିଆରି କରିଥାନ୍ତି। ସେହିଭଳି ଖଜୁରି ଗଛର ପତ୍ର ଆଣି ସେଥିରେ ଝାଡୁ, ଫୁଲଦାନୀ ଆଦି ତିଆରି କରନ୍ତି। ତାହାକୁ ଗଁାକୁ ଗଁା ବୁଲି ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି। କିଆ ଚେରରେ ତିଆରି ସାମଗ୍ରୀର ଚାହିଦା ଖୁବ୍‌ ଭଲ। ଦେଖିବା ପାଇଁ ବେତ ତିଆରି ଜିନିଷ ଭଳି ସୁନ୍ଦର। ଏହା ଅଳ୍ପ ଦାମରେ ବି ମିଳିଥାଏ। ତେଣୁ ଗ୍ରାହକମାନଙ୍କ ଚାହିଦା ରହିଥାଏ। ସେମାନେ ପୁରୀ ସହର, ସମୁଦ୍ର କୂଳ, ଗଞ୍ଜାମ ଜିଲା, ଖୋର୍ଦ୍ଧା ଜିଲା ବାଲୁଗଁା, ବାଣପୁର, କଟକ, ନୟାଗଡକୁ ପ୍ରସ୍ତୁତ ସାମଗ୍ରୀ ନେଇ ବିକ୍ରି କରି ରୋଜଗାର କରନ୍ତି। କେତେଜଣ ବ୍ୟବସାୟୀ ଘରକୁ ଆସି ବହୁ ପରିମାଣରେ ସାମଗ୍ରୀ କିଣି ନେଇ ରାଜ୍ୟ ବାହାରେ ବ୍ୟବସାୟ କରିଥାନ୍ତି। କରୋନା ପାଇଁ ଲକ୍‌ଡାଉନ ପରେ ସେମାନେ ଆଉ ଘରୁ ବାହାରି ପାରୁନାହାନ୍ତି କି ବ୍ୟବସାୟୀମାନେ ମଧ୍ୟ ଆସି ପାରୁନାହାନ୍ତି। ଜେମା ନାୟକ କୁହନ୍ତି, ପ୍ରତିବର୍ଷ ବିଷୁବ ସଂକ୍ରାନ୍ତିରେ ଓଡ଼ିଶାର ୨ୟ ବାଲିଯାତ୍ରା କୃଷ୍ଣପ୍ରସାଦ ବ୍ଲକ ଦେଉଳପଡା ପଣାଯାତ୍ରାରେ ସେମାନେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ବିକ୍ରି କରିଥାନ୍ତି। ସେହି ଉଦ୍ଦେଶ୍ୟରେ ସମସ୍ତ ପରିବାର ବହୁସଂଖ୍ୟାରେ ସାମଗ୍ରୀ ତିଆରି କରି ରଖିଛନ୍ତି। ହେଲେ କରୋନା ପାଇଁ ଯାତ୍ରା ବନ୍ଦ ହେଲା। ସେମାନେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତିଆରି କରିଥିବା ସାମଗ୍ରୀ ବିକ୍ରି କରି ନ ପାରି ଘରେ ରଖିଛନ୍ତି। ସରକାର ଦେଇଥିବା ୧ ହଜାର ଟଙ୍କା ୫ ଦିନରେ ସରିଗଲା। ଏବେ ସେମାନେ ଖାଇବେ କ’ଣ ସେହି ଚିନ୍ତା ଘରିଛି। ସରକାର ସେମାନଙ୍କୁ ଗଁ। ଗଁ। ବୁଲି ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଯାହାଦ୍ୱାରା କୁଟୀର ଶିଳ୍ପର ବିକାଶ ହେବ ଏବଂ ସେମାନଙ୍କ ପରିବାରଙ୍କୁ ମୁହଁରେ ମୁଠାଏ ଖାଦ୍ୟ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri