ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି, ଅଂଶଗ୍ରହଣକରିବେ ୩୨ ପରେଡ ଦଳ

ଅମରପାଲି, ୨୩।୭(ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ମୈତ୍ରିସଦନଠାରେ ସୋମବାର ଅପରାହ୍ନରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଉପଜିଲାପାଳ ସୁବ୍ରତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତହସିଲଦାର ଖଦାଳ ପାତ୍ର, ଏସଡିପିଓ ଧିରୋଜ ଚୌପଦାର, ଆରଓ ଅମୂଲ୍ୟ ସାହୁ ଓ ବୀରମହାରାଜପୁର ସୂଚନା ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତୀ ପଣ୍ଡା ମଞ୍ଚାସୀନ ଥିଲେ । ଆଗାମୀ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସରେ ୩୨ଟି ପରେଡ ଦଳ ଅଂଶଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଉକ୍ତ ଦଳଗୁଡିକ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ତିନିଦିନ ଧରି ପରେଡ ଅଭ୍ୟାସ କରିବେ। ଏଥିପାଇଁ ପୂର୍ବରୁ ଉପଖଣ୍ଡର ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତର୍କ, କୁଇଜ, ରଙ୍ଗୋଲି ଆଦି ପ୍ରତିଯୋଗିତା କରାଯିବ। ସେମାନଙ୍କୁ ସ୍ବାଧୀନତା ଦିବସ ଦିବସରେ ପୁରସ୍କୃତ କରାଯିବ। ଏହା ସହିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଜଣେ ଛାତ୍ରୀ ଓ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥି ସହିତ ପରେଡରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଦଳଗୁଡିକୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଠାରେ ସ୍ଥାନୀୟ ଉପଜିଲାପାଳ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡରେ ଅଭିଭାବକ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନା ପାଇଁ ସମସ୍ତ ସ୍କୁଲ ଓ କଲେଜର ଖେଳ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷକ ସହଯୋଗ କରିବେ। ଏହା ସହିତ ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବେ। ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପଖଣ୍ଡୀୟ ସାମ୍ବାଦିକ ସଂଘ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ, ଶିକ୍ଷାବିତ ଭୂଷଣ ପାତ୍ର, ପୂର୍ବତନ ଡିଏଲସି ଡ. ପ୍ରଫୁଲ୍ଲ ପାତ୍ର, ଆଇଆଇସି ପ୍ରଭା ଧନ, ଏବିଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ, ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ, ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକ ଓ ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri