ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ବଢ଼ୁଛି ଅସନ୍ତୋଷ: ଅର୍ଥ ମଞ୍ଜୁର ସତ୍ତ୍ୱେ ହେଉନି ଭିତ୍ତିଭୂମି ବିକାଶ

ଆଠମଲ୍ଲିକ,୨୫ା୧୨(ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡରେ ଦୀର୍ଘଦିନ ହେବ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଉପଖଣ୍ଡ ଡାକ୍ତରଖାନାଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯାଏ ସବୁଠି ପୁଳା ପୁଳା ପଦବୀ ଖାଲି ପଡ଼ିଛି। କୋଟି କୋଟି ଟଙ୍କା ମଞ୍ଜୁର ହୋଇସାରିଥିଲେ ବି ଭିତ୍ତିଭୂମିର ବିକାଶ ପାଇଁ ପ୍ରଶାସନ ଜାଗା ଯୋଗାଇ ପାରୁ ନାହିଁ। ଫଳରେ ଉପଖଣ୍ଡ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
୧୯୧୮ରେ ସ୍ଥାପିତ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଶଯ୍ୟା ସଂଖ୍ୟା ୪୮। ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ସମେତ ଏଠାରେ ୧୬ଟି ଡାକ୍ତର ପଦବୀ ରହିଛି। ଏହା ଉପରେ ଆଠମଲ୍ଲିକ ସହର ଓ ବ୍ଲକର ୨୪ ପଞ୍ଚାୟତ ଏବଂ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ଅଭାବରୁ ଏହି ଡାକ୍ତରଖାନା ପ୍ରତି ରୋଗୀଙ୍କ ଆସ୍ଥା ତୁଟିବାରେ ଲାଗିଛି। ୧୬ ଜଣଙ୍କ ସ୍ଥାନରେ ମାତ୍ର ୭ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଶଲ୍ୟ, ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଚକ୍ଷୁ, ରଶ୍ମିରଞ୍ଜନ ଆଦି ବିଭାଗରେ ପଦବୀ ଖାଲି ପଡ଼ିଛି। ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଫେବୃୟାରୀ ୧୫ଠାରୁ ଲମ୍ବା ଛୁଟିରେ ରହିଛନ୍ତି। ସେହିଭଳି ୪ଟି ବରିଷ୍ଠ ଚିକିତ୍ସା ଅଧିକାରୀ ପଦବୀ ମଧ୍ୟରୁ ମାତ୍ର ଗୋଟିଏରେ ଅଧିକାରୀ ଅଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ବେଳେ ସାମାନ୍ୟ ରୋଗ ପାଇଁ ରୋଗୀଙ୍କୁ ଏଠାରୁ ଅନ୍ୟତ୍ର ରେଫର କରିଦିଆଯାଉଛି। ୭ ଷ୍ଟାପ୍‌ ନର୍ସ ପଦବୀରୁ ୩ଟି ଖାଲି ପଡ଼ିଛି। ୧୦ ଜଣ ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ ୩ଟିରେ କେହି ନାହାନ୍ତି। ହେଲ୍‌ଥୱାର୍କର ପଦବୀ ଖାଲି ପଡିଥିବା ବେଳେ ୪ ଜଣ ଝାଡୁଦାରଙ୍କ ମଧ୍ୟରୁ ୨ ଜଣ ନାହାନ୍ତି। ୨ଟି କିରାଣି ପଦବୀରୁ ଜଣେ ଅଛନ୍ତି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟମିଶନର ୫ ଜଣ ଷ୍ଟାଫନର୍ସଙ୍କ ମଧ୍ୟରୁ ୩ଟି ଖାଲି ପଡ଼ିଛି। ଲାବୋ୍ରଟୋରୀ ଟେକ୍ନିସିଆନ ୨ଟିରୁ ଗୋଟିଏ ଖାଲି। ଏହାଛଡା ଏଠାରେ ନିୟୋଜିତ ଜଣେ ମାତ୍ର ରେଡିଓଗ୍ରାଫରଙ୍କୁ ଏଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେଶନରେ ପଠାଯାଇଛି। ଡାକ୍ତରଖାନାର ଏକ୍ସ-ରେ ମେଶିନ୍‌ ଅଚଳ ହୋଇପଡିଥିବା ବେଳେ ଶବ ସଂରକ୍ଷଣ ଗୃହ ନାହିଁ। ଫଳରେ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ସେହି ବେଡ୍‌ରେ ହିଁ ପକାଇ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ଏହି ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ ୨୦୧୭-୧୮ରେ ଅର୍ଥ ମଞ୍ଜୁର ହୋଇଥିଲା। ଡାକ୍ତର ଓ କର୍ମଚାରୀଙ୍କ ବାସଗୃହ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ନଂ. ୨୭୪୮୪, ତା- ୨୭ା୧୦ା୨୦୧୮ରେ ୯ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ପ୍ରଶାସନ ଉପଯୁକ୍ତ ଜାଗା ଦେଇ ନ ପାରିବାରୁ ଭିତ୍ତିଭୂମିର ବିକାଶ ହୋଇପାରି ନାହିଁ। ସେହିପରି ୫୦ ଶଯ୍ୟା ବିଶିଷ୍ଟ (ଇନଡୋର) ଅନ୍ତେବାସୀ ଗୃହ ନିର୍ମାଣ ପାଇଁ ୨.୫୦ କୋଟି ଟଙ୍କା ଗତ ୨୦୧୭-୧୮ ମସିହାରୁ ଆସିଛି। କିନ୍ତୁ ଏଥିପାଇଁ ବି ଜାଗା ମିଳୁନି ବୋଲି ଏନ୍‌ଆର୍‌ଏଚ୍‌ଏମ୍‌ କନିଷ୍ଠ ଯନ୍ତ୍ରୀ କହିଛନ୍ତି। କେବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ, ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଠାକୁରଗଡ, ପାଇକସାହି, ପତାକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅନୁରୂପ ଅବସ୍ଥା ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଅନୁଗୋଳ ସିଡିଏମଓ ଅମରେନ୍ଦ୍ର ନାଥ ମହାନ୍ତି କହିଛନ୍ତି, ସମସ୍ୟାର ଅନୁଧ୍ୟାନ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଜମି ଯୋଗାଣ ହୋଇପାରି ନ ଥିବା ସମ୍ପର୍କରେ ସ୍ଥାନୀୟ ତହସିଲଦାର ଅଶୋକ ଦେହୁରୀ କହିଛନ୍ତି, ଡାକ୍ତରଖାନା ନିକଟରେ ଆବଶ୍ୟକ ଜମି ନାହିଁ। ତେବେ ଡାକ୍ତରଖାନା ଠାରୁ ୪ କି.ମି. ମଧ୍ୟରେ ତହସିଲ ପକ୍ଷରୁ ଏନ୍‌ଏସି ଅଞ୍ଚଳରେ ଜମି ଯୋଗାଇ ଦିଆଯାଇ ପାରିବ। ତେବେ ଡାକ୍ତରଖାନା ଠାରୁ ମାତ୍ର ୫୦୦ ମିଟର ଦୂର ସର୍କିଟ୍‌ ହାଉସ୍‌ ପଛପାଖରେ ସରକାରଙ୍କ ୩ ଏକର ୬୮ ଡିସିମିଲ ଜମି ବହୁ ବର୍ଷ ଧରି ପଡିରହିଥିବା ବେଳେ ଏହି ଜମିକୁ କାହିଁକି ବ୍ୟବହାର କରାଯାଉନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri