ଉପକୂଳ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭୁବନେଶ୍ୱର ସମେତ ଦେଶର ୩୦ଟି ପ୍ରମୁଖ ସହର ଆତଙ୍କବାଦୀମାନଙ୍କ ଟାର୍ଗେଟ ଥିବା କେନ୍ଦ୍ର ଗୋଇନ୍ଦା ସଂସ୍ଥା ବୁଧବାର ସୂଚନା ଦେବା ପରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି ହୋଇଛି। ଭୁବନେଶ୍ୱରକୁ ଟାର୍ଗେଟରେ ଥିବା ନେଇ କୌଣସି ସୂଚନା ନ ଥିବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଉଛି। ଅପରପକ୍ଷରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ପୋଲିସର ଯେଭଳି ସୁରକ୍ଷା ବ୍ୟବସ୍ଥା ରହିଛି ତାହା କୌଣସି ପ୍ରକାର ଆକ୍ରମଣକୁ ସମ୍ମୁଖୀନ ହେବାରେ ସଫଳ ହୋଇ ନ ପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆତଙ୍କବାଦୀ ଟାର୍ଗେଟ ନେଇ ଗୋଇନ୍ଦା ସୂଚନା ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରିବର୍ତ୍ତେ ପୋଲିସ ଏବେ ମୋ ସରକାର କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନତା କରିବାରେ ବ୍ୟସ୍ତ ରହୁଛି। ଏକଥା ଖୋଦ୍‌ ଉପକୂଳବର୍ତ୍ତୀ ଅଞ୍ଚଳର ଏକ ଥାନାର ମୁଖିଆ କହିଛନ୍ତି। ଆମ ରାଜ୍ୟର ସୁଦୀର୍ଘ ୪୮୫କିମି ଲମ୍ବର ଉପକୂଳର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ଉଠିଛି। ରାଜ୍ୟର ସାମୁଦ୍ରିକ ସୀମା କେତେମାତ୍ରାରେ ସୁରକ୍ଷିତ ସେ ସମ୍ପର୍କରେ ଗତ କିଛିଦିନ ତଳେ ଧରିତ୍ରୀରେ ଏକ ସବିଶେଷ ତଥ୍ୟ ପ୍ରକାଶ ପାଇଥିଲା। ରାଜ୍ୟର ୭ ଉପକୂଳବର୍ତ୍ତୀ ଜିଲାରେ ୧୮ଟି ସାମୁଦ୍ରିକ ଥାନାରେ ଆବଶ୍ୟକ ଭିତ୍ତିଭୂମି ଓ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ରହିଥିବା ଜାଣିବାକୁ ମିଳିଛି। ଏପରି କି ଆବଶ୍ୟକ ଅସ୍ତ୍ରଶସ୍ତ୍ର, ସ୍ପିଡ୍‌ ବୋଟ, ଉପକୂଳରେ ଜେଟିର ନିର୍ମାଣର ମଧ୍ୟ ଘୋର ଅଭାବ ରହିଛି। ଯାହାର ଫାଇଦା ଉଠାଇ ଅନେକ ସମୟରେ ଅନୁପ୍ରବେଶ ଓ ଚୋରା କାରବାର ମଧ୍ୟ ଚାଲିଛି। ଏପରି କି ଅନେକ ସମୟରେ ସମୁଦ୍ର ଭିତରେ ସ୍ପିଡ୍‌ ବୋଟ ଓ ଟ୍ରଲରରେ ବାଂଲାଦେଶ ସମେତ ବିଭିନ୍ନ ଦେଶର ମତ୍ସ୍ୟଜୀବୀମାନେ ବୁଲୁଛନ୍ତି। ମାଛ ଧରିବାକୁ ସମୁଦ୍ର ଭିତରକୁ ମାସମାସ ଧରି ଓଡ଼ିଆ ମତ୍ସ୍ୟଜୀବୀ ଯିବା ସମୟରେ ସେମାନଙ୍କର ଅନ୍ୟ ଦେଶର ମତ୍ସ୍ୟଜୀବୀଙ୍କ ସହ ଭେଟ ହେଉଛି। ଢିଲା ସୁରକ୍ଷା ବ୍ୟବସ୍ଥା ସହ କଟକଣା ରହୁ ନ ଥିବାରୁ ସାମୁଦ୍ରିକ ପଥରେ ବାଂଲାଦେଶରୁ ବ୍ରାଉନ୍‌ସୁଗାର ଚୋରା କାରବାର ହେଉଛି। ନିକଟରେ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ଡିଲର ସେକ୍‌ ରାଜା ଗିରଫ ହେବା ପରେ ଏହି ଘଟଣା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ଅଣଦେଖା ନ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ଆବଶ୍ୟକ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ପରିମାଣର ପୋଲିସ କର୍ମଚାରୀ ନିୟୋଜିତ କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ପୂର୍ବତନ ପୋଲିସ ମହାନିର୍ଦ୍ଦେଶ ବି. ବି. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri