ଉଦ୍ଧବଙ୍କ ଚୌକିରେ କରୋନା ଗ୍ରହଣ

ମୁମ୍ବାଇ,୯ା୪: ମହାରାଷ୍ଟ୍ରରେ ଗୋଟିଏ ପଟେ ଲକ୍‌ଡାଉନ୍‌ ଅବଧି ବଢ଼ାଇବାର ସଙ୍କେତ ମିଳୁଥିବାବେଳେ ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚୌକି ଉପରେ ସଙ୍କଟର କଳାବାଦଲ ଘନେଇବାରେ ଲାଗିଛି। ଉଦ୍ଧବ ମହାରାଷ୍ଟ୍ରର କୌଣସି ସଦନର ସଦସ୍ୟ ହୋଇ ନ ଥିବାବେଳେ ତାଙ୍କ କାର୍ଯ୍ୟକାଳକୁ ମେ ୨୮ରେ ୬ ମାସ ପୂରା ହେଉଛି। ଏଭଳି ସ୍ଥିତିରେ ଏବେ ନିର୍ବାଚନ ହେବାର କୌଣସି ସମ୍ଭାବନା ନ ଥିବାରୁ ଉଦ୍ଧବଙ୍କ ସାମ୍ନାରେ ଚୌକି ବଞ୍ଚାଇବା ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
କରୋନାରେ ଦେଶର ସର୍ବାଧିକ ସଂକ୍ରମଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ରାଜ୍ୟର ୯୩୦ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ବିଧାନ ପରିଷଦ ବା ଏମ୍‌ଏଲ୍‌ସି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ମଧ୍ୟରୁ କୌଣସି ସଦନର ସଦସ୍ୟ ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ଏବେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ଉଦ୍ଧବଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୬୪ (୪) ଅନୁସାରେ ୬ ମାସ ମଧ୍ୟରେ ଅର୍ଥାତ୍‌ ମେ ୨୮ ସୁଦ୍ଧା ଯେକୌଣସି ଗୃହର ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡ଼ିବ। ବିଧାନସଭାକୁ ନିର୍ବାଚିତ ହେବା ପାଇଁ ତାଙ୍କ ଦଳର କେହି ଜଣେ ବିଧାୟକ ଇସ୍ତଫା ଦେଲେ ସମ୍ପୃକ୍ତ ଆସନରେ ନିର୍ବାଚନ କମିଶନ ମେ ୨୯ର ୪୫ ଦିନ ପୂର୍ବରୁ ଉପନିର୍ବାଚନ କରାଇବେ। ତେବେ ବିଧାନସଭାରେ ତାଙ୍କ ଦଳର ସ୍ଥିତିକୁ ଦେଖି ଉଦ୍ଧବ କୌଣସି ବିଧାୟକଙ୍କୁ ଇସ୍ତଫା ଦେବାକୁ କହି ନ ପାରନ୍ତି। ଏପରି ସ୍ଥଳେ ସେ ବିଧାନ ପରିଷଦକୁ ଯିବାକୁ ଚାହିଁବେ। ଏଥିଲାଗି ନିର୍ବାଚନ କମିଶନଙ୍କୁ ମାତ୍ର ୧୫ ଦିନ ପୂର୍ବରୁ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ। ବିଧାନ ପରିଷଦର ୯ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨୪ରେ ଶେଷ ହେଉଛି। ଏହି ୯ ଏମ୍‌ଏଲ୍‌ସି ଆସନରେ ନିର୍ବାଚନ ହେବାର ଥିଲା, ଯାହାକୁ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଫଳରେ ଉଦ୍ଧବଙ୍କ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଉପରେ ନିର୍ଭରକରେ। ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ଦୁଇଟି ଏମ୍‌ଏଲ୍‌ସି ଆସନ ଖାଲିପଡ଼ିଛି। ସେଥିରୁ ଗୋଟିଏ ଆସନ ପାଇଁ ଉଦ୍ଧବଙ୍କ ନାମକୁ ରାଜ୍ୟ ସରକାର ସୁପାରିସ କରିପାରନ୍ତି। ରାଜ୍ୟପାଳ ସେଥିରେ ସହମତ ହେଲେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ବଞ୍ଚତ୍ୟିବ। ଅନ୍ୟ ବିକଳ୍ପଟି ହେଉଛି ସେ ୬ ମାସ ଅବଧି ପୂରିବା ପୂର୍ବରୁ ଇସ୍ତଫା ଦେବେ। ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଫଳରେ ବିଧାନ ପରିଷଦ ସଦସ୍ୟତା ପାଇଁ ତାଙ୍କୁ ପୁଣି ୬ ମାସ ସମୟ ମିଳିଯିବ। ତେବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଶିବସେନା ଅଧ୍ୟକ୍ଷ କେଉଁ ବିକଳ୍ପକୁ ଆପଣାଉଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri