Posted inଜାତୀୟ

ଉଦ୍ଧବଙ୍କ ଆଗରେ ୫ ଆହ୍ବାନ: ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ରଖିବାକୁ ହେବ ସନ୍ତୁଳନ !

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମ୍ମୁଖରେ ୫ଟି ମୁଖ୍ୟ ଆହ୍ବାନ ଦେଖାଦେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଥମ ଆହ୍ବାନଟି ହେଉଛି ନିଜ ଘର ସମ୍ଭାଳିବା ଦାୟିତ୍ୱ। ଯଦି ୩ ଦଳିଆ ମେଣ୍ଟରେ କୌଣସି କାରଣରୁ ଫାଟ ଦେଖାଦେବ। ତେବେ ସରକାରଙ୍କ ଆଗରେ ବଡ଼ ସମସ୍ୟା ସୃଷ୍ଟି ହେବ। ଏହାଦ୍ୱାରା ମହାରାଷ୍ଟ୍ରରେ କର୍ନାଟକର ପୁନରାବୃତ୍ତି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ସେହିପରି ଦ୍ୱିତୀୟ ସମସ୍ୟା ହେଉଛି ଭିନ୍ନ ଭିନ୍ନ ଚିନ୍ତାଧାରା ରଖୁଥିବା ଦଳମଧ୍ୟରେ ସମନ୍ବୟ ରଖିବା। ଏହା ସରକାର ତଥା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତୃତୀୟ ଆହ୍ବାନ ହେଉଛି ମେଣ୍ଟ ସରକାର ପରବର୍ତ୍ତୀ ନିର୍ବାଚନରେ କିଭଳି ଆସନ ଭାଗବଣ୍ଟା ଫର୍ମୂଲା ଗ୍ରହଣ କରିବ। ଏହା ଉପରେ ୩ ଦଳର ରାଜନୈତିକ ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଅପରପକ୍ଷରେ ସରକାର ଚଳାଇବା ଚତୁର୍ଥ ଆହ୍ବାନ ଭାବେ ଉଦ୍ଧବଙ୍କ ସମ୍ମୁଖରେ ରହିବ। କେଉଁ ପ୍ରକାର କମନ୍‌ ମିନିମମ୍‌ ପ୍ରୋଗ୍ରାମ୍‌କୁ ମେଣ୍ଟରେ ଗ୍ରହଣ କରାଯିବ ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମେଣ୍ଟ ସଦସ୍ୟଙ୍କ ଅହଂ ଭାବ ପଞ୍ଚମ ସମସ୍ୟା ଭାବେ ଉଦ୍ଧବଙ୍କ ଆଗରେ ଉଭା ହେବାର ଆଶଙ୍କା ବି ରହିଛି। ମେଣ୍ଟରେ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ପୃଥ୍ବୀରାଜ ଚୌହ୍ବାନ, ଅଶୋକ ଚୌହ୍ବାନ, ଏନ୍‌ସିପିର ଶରଦ ପାଓ୍ବାର ଆଦି ବରିଷ୍ଠ ସଦସ୍ୟ ରହିଛନ୍ତି। ବରିଷ୍ଠ ନେତାଙ୍କ ଚିନ୍ତାଧାରା ସହିତ ଉଦ୍ଧବଙ୍କ ଚିନ୍ତାଧାରା ମଧ୍ୟରେ ତାଳମେଳ ରହିବା ଏକାନ୍ତ ଜରୁରୀ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri