Posted inଖେଳ

ଉଦୀୟମାନ ତାରକା ଲକ୍ଷ୍ୟ

ଜୁନିୟର ସ୍ତରରେ ବେଶ୍‌ ସଫଳତା ହାସଲ କରିଥିବା ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ସିନିୟର ସର୍କିଟରେ ମଧ୍ୟ ଭଲ ଆରମ୍ଭ କରିଛନ୍ତି। କେତୋଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତି ସେ ବିଶ୍ୱ ର଼୍ୟାଙ୍କିଙ୍ଗରେ ଉନ୍ନତି କରିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ୫୦ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି…

ଭାରତୀୟ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ଏବେ ଜଣେ ଉଦୀୟମାନ ତାରକା ଭାବେ ଉଭା ହୋଇଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ଜୁନିୟର ସ୍ତରରେ ବେଶ୍‌ ସଫଳତା ଅର୍ଜନ କରିସାରିବା ପରେ ଏବେ ସିନିୟର ପ୍ରତିଯୋଗିତାରେ ପାଦ ଦେଇଛନ୍ତି। କିଛିଦିନ ତଳେ ସେ ଡଚ୍‌ ଓପନ ଟାଇଟଲ ହାସଲ କରି ନିଜ ଦକ୍ଷତା ଓ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଟାଇଟଲ ମୁକାବିଲାରେ ସେ ଜାପାନର ୟୁସୁକ ଓନୋଡେରାଙ୍କୁ ୧୫- ୨୧,୨୧-୧୪, ୨୧-୧୫ରେ ପରାସ୍ତ କରି କ୍ୟାରିୟରର ପ୍ରଥମ ବିଡବ୍ଲ୍ୟଏଫ୍‌ ଓ୍ବାଲର୍‌ଡ ଟୁର ଟାଇଟଲ ହାସଲ କରିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୭୨ତମ ସ୍ଥାନରେ ଥିବା ଲକ୍ଷ୍ୟ ଗତ ମାସରେ ବେଲଜିଆନ ଓପନ ଟାଇଟଲ ଜିତିଥିଲେ। ସେ ମଧ୍ୟ ଏସିଆନ ଜୁନିୟର ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିବା ସହ ଯୁବ ଅଲିମ୍ପିକ୍ସ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଗତ ବର୍ଷ ମଧ୍ୟ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଉତ୍ତରାଖଣ୍ଡର ଆଲମୋରାରେ ୨୦୦୧ ଅଗଷ୍ଟ ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ୟ ଏକ ବ୍ୟାଡମିଣ୍ଟନ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଡି. ସେନ ଭାରତୀୟ ଦଳର କୋଚ ହିସାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ଭାଇ ଚିରାଗ ସେନ୍‌ ମଧ୍ୟ ଜଣେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି। ତେଣୁ ସେ ସ୍ବତଃ ପ୍ରବୃତ୍ତ ଭାବେ ବ୍ୟାଡମିଣ୍ଟନକୁ ନିଜ ପସନ୍ଦର କ୍ରୀଡ଼ା ଭାବେ ଚୟନ କରିଥିଲେ। ପ୍ରକାଶ ପାଦୁକନ ବ୍ୟାଡମିଣ୍ଟନ ଏକାଡେମୀରେ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଖୁବ୍‌ କମ୍‌ ବୟସରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୨୦୧୬ରେ ଜୁନିୟର ବ୍ୟାଡମିଣ୍ଟନ ସର୍କିଟ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୨୦୧୭ ଫେବୃୟାରୀରେ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ର଼୍ୟାଙ୍କିଙ୍ଗ୍‌ରେ ସେ ୧ ନମ୍ବର ସ୍ଥାନ ହାସଲ କରିଥିଲେ। ସେ ମଧ୍ୟ ସିନିୟରସ୍ତର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ୨୦୧୬ରେ ସେ ଇଣ୍ଡିଆନ ଅନ୍ତର୍ଜାତୀୟ ସିରିଜ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ୨୦୧୭ରେ ମଧ୍ୟ ସେ ଏହି ସଫଳତା ଦୋହରାଇଥିଲେ। ଏହି ବର୍ଷ ସେ ବୁଲଗେରିଆନ ଓପନ ଟାଟା ଓପନ ଇଣ୍ଟରନ୍ୟାଶନାଲରେ ରନର୍ସଅପ୍‌ ହୋଇଥିଲେ। ୨୦୧୮ରେ କିନ୍ତୁ ସେ ଏହି ଟୁର୍ନାମେଣ୍ଟରେ ଟାଇଟଲ ଜିତିଥିଲେ। ଚଳିତ ୨୦୧୯ରେ ସେ ଗୋଟିଏ ବଡ଼ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିବାବେଳେ ଗୋଟିଏରେ ରନର୍ସଅପ ହୋଇଥିଲେ। ବେଲଜିଆନ ଇଣ୍ଟରନ୍ୟାଶନାଲ ଟାଇଟଲ ହାସଲ କରିଥିଲେ ମଧ୍ୟ ପଲିସ୍‌ ଓପନରେ ରନର୍ସଅପ୍‌ ବିବେଚିତ ହୋଇଥିଲେ। ୫ ଫୁଟ୍‌ ୧୦ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଲକ୍ଷ୍ୟ ଡାହଣହାତୀ ଖେଳାଳି। କୋଚ୍‌ ବିମଲ କୁମାର, ପ୍ରକାଶ ପାଡୁକନ ଓ ଡି.କେ. ସେନଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଲକ୍ଷ୍ୟ ଭବିଷ୍ୟତରେ ଜଣେ ବଡ଼ ତାରକା ହେବେ ବୋଲି ଆଶା କରାଯାଉଛି। ଲକ୍ଷ୍ୟ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫୨ ତମ ସ୍ଥାନରେ ରହିଛନ୍ତି। ପିତା ତଥା ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ) କୋଚ୍‌ ଡି.କେ. ସେନଙ୍କଠାରୁ ସେ ପ୍ରଥମେ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୫୦ରେ ସ୍ଥାନ ହାସଲ କରିବେ ବୋଲି ତାଙ୍କ ପିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri