ଉତ୍‌ଖନନ ପରେ ଭୁଲିଗଲେ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):କେବଳ ଉପକୂଳ ନୁହେଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଘଟିଥିଲା। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଆଦିି ଜିଲାରେ ବୌଦ୍ଧ ଧର୍ମାବଲମ୍ବୀ ବସବାସ କରିବା ସହ ବୁଦ୍ଧଙ୍କ ମୂର୍ତ୍ତି ପୂଜାର୍ଚ୍ଚନା କରୁଥିଲେ। ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଉତ୍‌ଖନନ ଶାଖା ଏଭଳି ତଥ୍ୟ ହାସଲ କରିଥିଲା। ତେବେ ପ୍ରଚାର ପ୍ରସାର ଅଭାବରେ ଏ ସବୁ ତଥ୍ୟ ଲୋକଲୋଚନକୁ ଆସିପାରି ନାହିଁ। ଉଦାହରଣସ୍ବରୂପ ଅନୁଗୋଳ ଜିଲା ତାଳଚେର ନିକଟ ଝଡ଼ଇମ୍ବା ଗ୍ରାମରେ ଉତ୍‌ଖନନ କରିବା ପରେ କିଛି କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା, ଯାହା ଆଜି ମଧ୍ୟ ଲୁକ୍କାୟିତ ଅବସ୍ଥାରେ ରହିଛି। କାରଣ ଉତ୍‌ଖନନ କରି ଏଏସ୍‌ଆଇ ନିଜର କାମ ସାରି ଦେଇଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ପ୍ରଚାର ପ୍ରସାର ନ କରି ହାତ ବାନ୍ଧି ବସିଛି। ତେବେ ୯୦ ଦଶକ ଓ ପରବର୍ତ୍ତୀ ସମୟରେ ଲଳିତଗିରି, ଉଦୟଗିରି, ରତ୍ନଗିରି ଏବଂ ଲାଙ୍ଗୁଡ଼ିରେ ଉତ୍‌ଖନନ ପରେ ଏହାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବା ସହ ଏହାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏବେ ଏଏସ୍‌ଆଇ ଦ୍ୱାରା ଉତ୍‌ଖନନ ପରେ ବିଭାଗ କୌଣସି ପ୍ରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିନାହିଁ।

କେବଳ ବୌଦ୍ଧ କୀର୍ତ୍ତିରାଜି ନୁହେଁ, ଓଡ଼ିଶାର ଅନେକ ସ୍ଥାନରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଓ ଶିଳାଲେଖ ମିଳିଥିଲେ ମଧ୍ୟ ସେଗୁଡ଼ିକର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ବିଭାଗର ନିଘା ନାହିଁ। ଯାହାର ପ୍ରମୁଖ ଉଦାହରଣ ହେଉଛି ରାଜଧାନୀ ଉପକଣ୍ଠରେ ଥିବା ଶିଶୁପାଳଗଡ଼। ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀ ମଧ୍ୟରେ ଗଢ଼ିଉଠିଥିବା ଶିଶୁପାଳଗଡ଼ରେ ପୁରାତନ ସଭ୍ୟତାର ସନ୍ଧାନ ମିଳିଥିଲେ ମଧ୍ୟ ତାହାର ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହି ଐତିହ୍ୟ ସହର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ଏଠାର କୀର୍ତ୍ତିରାଜି କ୍ରମାଗତ ଧ୍ୱଂସ ହେବାରେ ଲାଗିଛି। ଯେଉଁଠି ତାମିଲନାଡ଼ୁରେ ଥିବା ମାମଲ୍ଲାପୁରମ୍‌ ଭଳି ସହର ଏହାର ପୁରାତନ କୀର୍ତ୍ତିରାଜିକୁ ବିଶ୍ୱ ଦରବାରରେ ଉପସ୍ଥାପନ କରି ଲକ୍ଷାଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେଠାରେ ଖୋଦ୍‌ ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଏତିହ୍ୟସ୍ଥଳୀ କିନ୍ତୁ ପର୍ଯ୍ୟଟକଙ୍କ ଅଗୋଚରରେ ରହିଯାଉଛି।
ଓଡ଼ିଶାରେ ବୌଦ୍ଧ ଐତିହ୍ୟସ୍ଥଳୀର ବ୍ୟାପକ ଉପସ୍ଥିତି
ଓଡ଼ିଶାର ରାଧାନଗର, ତାମ୍ପଡା, ଅସୁରଗଡ଼ ଓ ବୁଢ଼ୀଗଡ଼ରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ, ଶିଳାଲେଖ ଓ ସଂରକ୍ଷଣରୁ ବୌଦ୍ଧ ଧର୍ମ ସମ୍ପର୍କରେ ବ୍ୟାପକ ତଥ୍ୟ ମିଳିଥିଲା। ଅରାଗଡ଼, ଧଉଳି ଓ ଗଞ୍ଜାମର ଜଉଗଡ଼ରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ ତଥା ବୌଦ୍ଧମୂର୍ତ୍ତି, ତାମ୍ର ମୁଦ୍ରା, ଶିଳାଲେଖ ଆଦିରୁ ଓଡ଼ିଶାର ସହରୀ ସଭ୍ୟତା ଖ୍ରୀଷ୍ଟପୂର୍ବ ୪ ଶହ ଶତବ୍ଦୀରୁ ଗଢ଼ି ଉଠିଥିବା ସୂଚନା ମିଳିଛି। ଓଡ଼ିଶାରେ ସହରୀ ସଭ୍ୟତା ଗଢ଼ିି ଉଠିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୌଦ୍ଧ ଧର୍ମ। ତତ୍‌କାଳୀନ ସମୟରେ ବୌଦ୍ଧ ଧର୍ମ ଏସିଆରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଫଳରେ ଏହି ଅଞ୍ଚଳ ମଧ୍ୟରେ ବୌଦ୍ଧସ୍ଥଳୀମାନ ଗଢ଼ି ଉଠିଥିଲା। ବୌଦ୍ଧ ସନ୍ନ୍ୟାସୀମାନେ ଧର୍ମର ପ୍ରଚାର ପ୍ରସାର କରିବାସହ ବସତି ସ୍ଥାପନ କରିଥିଲେ। ଏହାର ପ୍ରଭାବରେ ସେଠାରେ ଧୀରେ ଧୀରେ ବାଣିଜି୍ୟକ କାରବାର ଗଢ଼ି ଉଠୁଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ତଥା ବୌଦ୍ଧ ଗବେଷକମାନେ ମତପ୍ରକାଶ କରିଛନ୍ତି।
ଚନ୍ଦକା-ଡମପଡ଼ାରେ ପୁରାତନ ଶିଳାଲିପି
ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ପୁରାତନ ଶିଳାଲିପିର ସନ୍ଧାନ ମିଳିଥିଲା। ୩ମାସ ଧରି ଏଏସ୍‌ଆଇ ଅଧିକାରୀମାନେ ଏହି ଅଞ୍ଚଳରେ ଅନୁଧ୍ୟାନ କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ଜଙ୍ଗଲ ଓ ପରିବେଶ ବିଭାଗକୁ ଦେଇଥିଲେ। ତେବେ ଏହାପରେ ମଧ୍ୟ ଉକ୍ତ ସ୍ଥାନକୁ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରିବାକୁ ପଦକ୍ଷେପ ନିଆଗଲା ନାହିଁ।

ଅସୁରଗଡ଼ରେ ୨୩୦୦ବର୍ଷ ପ୍ରାଚୀନ ସଭ୍ୟତାର ଉପସ୍ଥିତି
କଳାହାଣ୍ଡି ଜିଲା ନର୍ଲା ନିକଟସ୍ଥ ଅସୁରଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ସମୟରେ ୨୩୦୦ ବର୍ଷ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ଦେଖିବାକୁ ମିଳିଥିଲା। ଶିଶୁପାଳଗଡ଼ଠାରୁ ମଧ୍ୟ ଏହା ପ୍ରାଚୀନ ସଭ୍ୟତା ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଅସୁରଗଡ଼ ଉତ୍‌ଖନନସ୍ଥଳୀରୁ ମୌର୍ଯ୍ୟ ସାମ୍ରାଜ୍ୟ ସମୟର ୫ଟି ରୌପ୍ୟମୁଦ୍ରା ଆବିଷ୍କୃତ ହୋଇଥିଲା। ମୌର୍ଯ୍ୟ ବଂଶର ସମସାମୟିକ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଥିବାବେଳେ ଏଠାରୁ ୭ଟି ଗୋଲାକାର, ଅର୍ଦ୍ଧ ବୃତ୍ତାକାର, ଆୟତାକାର ଘର ଆବିଷ୍କାର କରାଯାଇଥିଲା। ସେହିପରି ଲୌହଚକ୍ର ଓ ଦୁଇଟି ଲୌହ ତୀର ସହିତ ଗୋଡ଼ମୁଦି, ମୋତି, ଜାସ୍‌ପର, କାନଫୁଲ, ଆଦି ମଧ୍ୟ ଉତ୍‌ଖନନ ବେଳେ ମିଳିଥିଲା। ମାତ୍ର ଉତ୍‌ଖନନ ପରେ କିନ୍ତୁ ଏହି ଅଞ୍ଚଳର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦିଆଗଲା ନାହିଁ।

ଭାରତୀହୁଡାର ସୂର୍ଯ୍ୟ ଉପାସନା ପରମ୍ପରା

୩ ହଜାର ବର୍ଷ ପୂର୍ବରୁ ଓଡ଼ିଶାରେ ସୂର୍ଯ୍ୟ ଉପାସନା ରହିଆସିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାରେ ସୂର୍ଯ୍ୟ ଉପାସନା ପରମ୍ପରାକୁ ପ୍ରମାଣ କରୁଥିବାବେଳେ ଏହା ନିର୍ମାଣ ହେବାର ବହୁ ପୂର୍ବରୁ କିନ୍ତୁ ଏଠାରେ ଲୋକେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରୁଥିଲେ। ପ୍ରାଚୀ ନଦୀ ଅବବାହିକାରେ ଯେବେଠାରୁ ମନୁଷ୍ୟ ସଭ୍ୟତା ଆରମ୍ଭ ହୋଇଥିଲା ସେଠାକାର ଆଦିମ ଅଧିବାସୀମାନେ ସୂର୍ଯ୍ୟଙ୍କୁ ପୂଜା କରିଆସୁଥିଲେ। କେବଳ ଏତିକି ନୁହେଁ ଚନ୍ଦ୍ରଭାଗାରେ ଏବେ ଯେଉଁ ପ୍ରସିଦ୍ଧ ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହେଉଛି ତାହା ସେହି ସମୟରୁ ହୋଇଆସୁଥିବା ଅନୁମାନ କରାଯାଉଛି। ଖ୍ରୀଷ୍ଟପୂର୍ବ ୧୦୯୯ ବେଳକୁ ଓଡ଼ିଶାରେ ସୂର୍ଯ୍ୟ ଉପାସନା ହେଉଥିବା ନେଇ ଏଏସ୍‌ଆଇକୁ ବୈଜ୍ଞାନିକ ପ୍ରମାଣ ମିଳିଥିଲା। ନିଆଳ ନିକଟ ପ୍ରାଚୀ ନଦୀ କୂଳ ଭାରତୀହୁଡାରେ କରାଯାଇଥିବା ଉତ୍‌ଖନନରୁ ଏଏସ୍‌ଆଇକୁ ବହୁ ବିରଳ ସାମଗ୍ରୀର ସନ୍ଧାନ ମିଳିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଲୋକ ଆଢ଼ୁଆଳରେ ରହିଯାଇଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri