ଉତ୍ସାହିତ କରେ ପ୍ରଶଂସକଙ୍କ ଭଲପାଇବା

ଗତବର୍ଷ ଜୁନ ମାସରେ ରାଜସ୍ଥାନରେ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା ଲଭ ଚୋଖା’ର ଶୁଟିଂ ହେଉଥାଏ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ରାଜସ୍ଥାନରେ ମୋଟ ୬ ଦିନର ଶୁଟିଂ ଦିନ ଧାର୍ଯ୍ୟ ହୋଇଥିଲା। ଭୋର ୫ଟାରୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଥାଏ। ଏଣୁ ଭୋର ୩ଟାରୁ ଉଠିବାକୁ ପଡ଼େ। ପ୍ରସ୍ତୁତ ହୋଇ ଗାଡ଼ିରେ ବସି ଶୁଟିଂ ଅଞ୍ଚଳକୁ ଯାଉ। ହେଲେ ସେଠାରେ ଖରା, ଗରମ ଓ ଖାଇବା ପିଇବାରେ ଯେଉଁ ଅସୁବିଧା ହୋଇଥିଲା ତାହା କେବେ ଭୁଲି ପାରିବିନି ବୋଲି ଅଭିନେତ୍ରୀ ସନମୀରା ନାଗେଶ କହିଛନ୍ତି। ପ୍ରଥମତଃ ସେଠାକାର ଖାଦ୍ୟ ଆମ ପାଇଁ ରୁଚିକର ହୋଇ ପାରି ନ ଥିଲା। ଏହାଛଡ଼ା ଦିନ ସମୟରେ ଯେଉଁ ଖରା ହୁଏ ସେଥିରେ ବାହାରକୁ ବାହାରିବା ସମ୍ଭବ ହେଉ ନ ଥାଏ। ସେଠାରେ ଥିବା ଏକ ସ୍ଥାନ ମାର୍ବଲ ଡମ୍ପିଂ ୟାର୍ଡରେ ଗୋଟିଏ ଗୀତର ଶୁଟିଂ ଥାଏ। ଖରା ଓ ମାର୍ବଲର ପ୍ରତିଫଳନ ଯୋଗୁ ଚଷମା ପିନ୍ଧାଇ ଶୁଟିଂ ଶେଷ କରାଯାଇଥିଲା। ଏହା ଥିଲା ସନମୀରାଙ୍କ ଶୁଟି ଅନୁଭୂତି। ହେଲେ ପ୍ରଶଂସକଙ୍କୁ ନେଇ ତାଙ୍କର ରହିଛି ଏକ ଅଲଗା ଅନୁଭୂତି। ଏ ସମ୍ପର୍କରେ ସେ କହିଥିଲେ ଯେ, ଜଣେ ପ୍ରଶଂସକ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ତାଙ୍କ ଆଖିରେ ଖୁସିର ଲୁହ ଝରାଇ ଦେଇଥିଲା। କାରଣ ତାଙ୍କ ନାମକୁ ସ୍ବାଗତିକା ସାହୁ ନାମ୍ନୀ ଜଣେ ଯୁବତୀ ନିଜ ହାତରେ ଟାଟୁ କରିବା ସହ ତାହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଅଳ୍ପ ଦିନର ଅଭିନୟ କ୍ୟାରିୟରରେ ତାଙ୍କୁ ଏତେ ଭଲପାଇବା ମିଳିବ ବୋଲି ସେ କେବେ ଭାବି ନ ଥିଲେ। ହେଲେ ସ୍ବାଗତିକାଙ୍କ ଭିଡିଓ ତାଙ୍କ କ୍ୟାରିୟରରେ ଆଗକୁ ନେବାକୁ ଉତ୍ସାହିତ କରିବ ବୋଲି ସନମୀରା କହିଛନ୍ତି।


ଆଲୋ ମୋର କଣ୍ଢେଇ, ଆକାଶେ କି ରଙ୍ଗ ଲାଗିଲା, ଶପଥ, ସୁନା ଚଢ଼େଇ ମୋ ରୁପା ଚଢ଼େଇ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ସନମୀରା ଓଡ଼ିଆ ସିନେଜଗତରେ ଏବେ ଜଣେ ଆଗଧାଡ଼ିର ନାୟିକା। ତେବେ ସନମୀରାଙ୍କ ନାମକୁ ନେଇ ସବୁବେଳେ ଦର୍ଶକ ତଥା ସିନେପ୍ରେମୀ ଦ୍ୱନ୍ଦ୍ୱରେ ରୁହନ୍ତି। ତାଙ୍କ ପିତାଙ୍କ ନାମ ପ୍ରକାଶ ଚନ୍ଦ୍ର ସାହୁ ଓ ମା’ଙ୍କ ନାମ ବୈଜୟନ୍ତୀ ଦାସ ହୋଇଥିବାବେଳେ ସନମୀରାଙ୍କ ସାଙ୍ଗିଆ ହେଉଛି ନାଗେଶ। ଏଣୁ ସନମୀରା ଓଡ଼ିଆ ନୁହେଁ ବୋଲି ଚର୍ଚ୍ଚା ହୁଏ। ହେଲେ ନାଗସ୍ୟ ଗୋତ୍ର ଯୋଗୁ ସେ ନାଗେଶ ସାଙ୍ଗିଆ ରଖିଛନ୍ତି ବୋଲି ଜଣାଇଛନ୍ତି। ବାରିପଦାରେ ରହୁଥିବା ସନମୀରା ଏବେ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରୀ।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri