Posted inଜାତୀୟ

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୨୦ ଘର ଭାସିଗଲା, ୧୮ ନିଖୋଜ

ଡେରାଡୁନ,୧୯ା୮ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ବାଦଲଫଟା ବର୍ଷା ଫଳରେ ରବିବାର ଟୋନ୍ସ ନଦୀରେ ବନ୍ୟା ଆସି ୨୦ ଘର ଭାସିଯିବା ସହ ୧୮ ଜଣଙ୍କର ପତ୍ତା ମିଳୁନାହିଁ। କିଛିଦିନ ହେଲା ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଟୋନ୍ସ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବା ସହ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ୍‌ ଉତ୍ତରକାଶୀ ଜିଲାପାଳ ଓ ବିପର୍ଯ୍ୟୟ ପରିଚାଳନା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିପନ୍ନମାନଙ୍କୁ ରିଲିଫ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଇଣ୍ଡୋ-ତିବେତାନ୍‌ ସୀମା ପୋଲିସ (ଆଇଟିବିପି) ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ସାମିଲ ହୋଇଛନ୍ତି। ତେବେ ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ଘଟଣାସ୍ଥଳରେ ପହଞ୍ଚତ୍ବା ଉଦ୍ଧାରକାରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି।
ଭୂସ୍ଖଳନ ପରେ ରାଜ୍ୟର ପ୍ରମୁଖ ସଡକ ଗଙ୍ଗୋତ୍ରୀ ରାଜପଥକୁ ବନ୍ଦ କରିଦିଆଯାଇଛି। ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଲୋକମାନେ ଅଟକି ରହିଛନ୍ତି। ସୋମବାର ସ୍କୁଲ ଛୁଟି କରିବାକୁ ପ୍ରଶାସନ ସବୁ ଜିଲାକୁ ନିର୍ଦ୍ଦେଶ ଦେଇଛି। ବର୍ଷା ଆଉ ୩ ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ୯୦୦ ଲୋକ ପ୍ରାଣହରାଇବା ସହ ୫୭୦୦ ନିଖୋଜ ଥିବା ସରକାରୀ ଭାବେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri