Posted inଜାତୀୟ

ଉତ୍ତର-ପୂର୍ବରେ ନାଗରିକତ୍ୱ ବିଲ୍‌ ନିଆଁ: ପୋଲିସ ଗୁଳିରେ ୨ ମୃତ

ଗୁଆହାଟୀ/ନୂଆଦିଲ୍ଲୀ,୧୩।୧୨(ପି.ଟି./ଆଇଏଏନ୍‌ଏସ୍‌):ନାଗରିକତ୍ୱ ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆସାମରେ ଗୁରୁବାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଗୁଆହାଟୀରେ ପୋଲିସର ଗୁଳିମାଡ଼ରେ ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଜଣେ ବିଧାୟକଙ୍କ ବାସଭବନ ସମେତ କେତେକ ଅଫିସ ଓ ଯାନବାହନରେ ନିଆଁ ଲଗାଇଦେବା ସହ ଆସୋମ ଗଣ ପରିଷଦ(ଏଜିପି) ଅଫିସରେ ଭଙ୍ଗାରୁଜା କରିଛନ୍ତି। ମୋବାଇଲ, ଇଣ୍ଟରନେଟ ସେବା ଉପରେ ଜାରି କଟକଣା ବଳବତ୍ତର ରହିଛି। ସେହିପରି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଓ ବିମାନ ଚଳାଚଳକୁ ବନ୍ଦ କରାଯାଇଛି। ଗୁଆହାଟୀ ପୋଲିସ କମିଶନରଙ୍କୁ ହଟାଇ ଦିଆଯାଇଥିବାବେଳେ ରାଜ୍ୟର ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଅଣାୟତ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମୁତୟନ ହୋଇଥିବା ସେନା ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଓ ରାଜ୍ୟପାଳ ଜଗଦୀଶ ମୁଖୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। କୌଣସି ପ୍ରକାର ଉତ୍ତେଜନାମୂଳକ କାର୍ଯ୍ୟକ୍ରମ ପ୍ରସାରଣ ନ କରିବା ପାଇଁ ଟିଭି ଚ୍ୟାନେଲଗୁଡ଼ିକ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। ଇତିମଧ୍ୟରେ ନାଗରିକତ୍ୱ ବିଲ୍‌କୁ ନେଇ ଆସାମବାସୀ ଚିନ୍ତା କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସନା ଦେଇଛନ୍ତି। ବିଲ୍‌ ବିରୋଧରେ ବାମପନ୍ଥୀ ଦଳଗୁଡ଼ିକ ଆସନ୍ତା ୧୯ରେ ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛନ୍ତି। ବିକ୍ଷୋଭ ଓ ଆନ୍ଦୋଳନ ଚାଲିଥିବାବେଳେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମୋମେନ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅସାଦୁଜ୍ଜାମନ୍‌ ଖାନ୍‌ ତାଙ୍କର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି।
ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ସୋମବାର ଲୋକ ସଭାରେ ଗୃହୀତ ହେବା ପରେ ବୁଧବାର ରାଜ୍ୟ ସଭା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା। ଗୁରୁବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ସେପଟେ ବିଲ୍‌କୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କ୍ରମାଗତ ଚାରି ଦିନ ଧରି ବିଭିନ୍ନ ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଓ ଏନ୍‌ଜିଓ ପକ୍ଷରୁ ବିରୋଧ କରାଯାଇଛି। ଆସାମରେ ବିକ୍ଷୋଭକାରୀମାନେ ବୁଧବାର ରାତିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଅମାନ୍ୟ କରିଥିଲେ। ଏହି ଆନ୍ଦୋଳନ ଗୁରୁବାର ଉଗ୍ରରୂପ ଧାରଣ କରିଛି। ଗୁଆହାଟୀରେ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏଏସ୍‌ୟୁ) ବିକ୍ଷୋଭ ଡାକରା ଦେଇଥିବାବେଳେ କୃଷକ ମୁକ୍ତି ସଂଗ୍ରାମ ସମିତି ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲା। ହେଲେ ବିକ୍ଷୋଭକାରୀମାନେ ଚାବୁଆରେ ବିଧାୟକ ବିନୋଦ ହଜାରିକାଙ୍କ ଘରେ ନିଆଁ ଲଗାଇଦେଇଥିଲେ। ଏହାସହ ସେମାନେ ସର୍କଲ ଅଫିସ ଏବଂ କେତେକ ଯାନବାହନକୁ ଭଙ୍ଗାରୁଜା କରିଛନ୍ତି। ଗୁଆହାଟୀର ଲାଲୁଙ୍ଗ୍‌ ଗାଓଁରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇଥିଲା। ଏଥିରେ ଘଟଣାସ୍ଥଳରେ ଜଣେ ଟଳିପଡ଼ିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ତାଙ୍କୁ ଗୁଆହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦିବ୍ରୁଗଡ଼ ବସ୍‌ ଟର୍ମିନସ୍‌କୁ ବିକ୍ଷୋଭକାରୀ ଜାଳି ଦେଇଛନ୍ତି। ବୟନଶିଳ୍ପ ମନ୍ତ୍ରୀ ରଞ୍ଜିତ ଦତ୍ତାଙ୍କ ସୋନପତସ୍ଥିତ ବାସଭବନ ଉପରେ ମଧ୍ୟ ବିକ୍ଷୋଭକାରୀ ଆକ୍ରମଣ କରିଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗୁଆହାଟୀରେ ସେନା ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଗୁଜବଜନିତ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି ପୂର୍ବରୁ ମୋବାଇଲ୍‌, ଇଣ୍ଟରନେଟ ସେବା ଉପରେ ଜାରି ରହିଥିବା କଟକଣାକୁ ଗୁରୁବାର ମଧ୍ୟାହ୍ନ ୧୨ଟାରୁ ଆହୁରି ୪୮ ଘଣ୍ଟା ପାଇଁ ବଳବତ୍ତର ରଖାଯାଇଛି। ଗୂୁଆହାଟୀ ପୋଲିସ କମିଶନରଙ୍କୁ ପଦରୁ ହଟାଇଦିଆଯାଇଛି। ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦ ଗୁପ୍ତାଙ୍କୁ ରାଜଧାନୀର ପୋଲିସ ମୁଖ୍ୟ ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ମୁକେଶ ଅଗ୍ରଓ୍ବାଲଙ୍କ ସମେତ ବହୁ ଅଧିକାରୀଙ୍କୁ ବଦଳି କରାଯାଇଛି। ମୁକେଶଙ୍କ ସ୍ଥାନରେ ଜି.ପି. ସିଂଙ୍କୁ ଅବସ୍ଥାପିତ କରାଯାଇଛି।
ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ଗୁଆହାଟୀ ଓ ଦିବ୍ରୁଗଡ଼ରୁ ଅନେକ ବିମାନର ଚଳାଚଳକୁ ବନ୍ଦ କରିଦିଆଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ଗୁଆହାଟୀରୁ କୋଲକାତାକୁ ବିମାନ ଚଳାଚଳ ବନ୍ଦ କରିଥିବା ଏନ୍‌ଏସ୍‌ସିବିଆଇ ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି। ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ୍‌ ଜେଟ୍‌ ଏବଂ ଗୋ ଏୟାରର ବିମାନଗୁଡ଼ିକର ଚଳାଚଳ ସ୍ଥଗିତ ରଖାଯାଇଛି।
ସେହିପରି ଆସାମର ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସେବାକୁ ମଧ୍ୟ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆସାମରୁ ତ୍ରିପୁରା ମଧ୍ୟରେ ସବୁ ଟ୍ରେନ୍‌କୁ ବନ୍ଦ କରାଯାଇଥିବା ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲଓ୍ବେର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଯାତାୟାତରେ ଅସୁବିଧା ଯୋଗୁ ବହୁସଂଖ୍ୟକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଗୁଆହାଟୀ ଓ କାମାକ୍ଷା ରେଳଷ୍ଟେଶନରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଆସାମ ଓ ତ୍ରିପୁରାର ରେଳଷ୍ଟେଶନଗୁଡ଼ିକରେ ମୁତୟନ ପାଇଁ ୧୨ କମ୍ପାନୀ ରେଲଓ୍ବେ ପ୍ରୋଟେକ୍ସନ ସ୍ପେଶାଲ ଫୋସ୍‌(ଆର୍‌ପିଏସ୍‌ଏଫ୍‌) ଯବାନଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ପଠାଯାଇଥିବା ନୂଆଦିଲ୍ଲୀରେ ଏହି ସୁରକ୍ଷା ସଂସ୍ଥାର ମହାନିର୍ଦ୍ଦେଶକ ଅରୁଣ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri