Posted inଫୁରସତ

ଉତ୍ତର କୋରିଆ

ପୂର୍ବ ଏସୀୟ ଦେଶ ଉତ୍ତର କୋରିଆ, ଯାହାକି ଅଫିସିଆଲି ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ କୋରିଆ (ଡିପିଆର୍‌କେ) ଭାବେ ଜଣାଶୁଣା। ଏହି ଦେଶରେ କିଛି ଏଭଳି ଅଜବ ଘଟଣା ଦେଖିବାକୁ ମିଳେ, ଯାହା ସମ୍ପର୍କରେ ଜାଣିବା ଲାଗି ସଭିଙ୍କ ମନରେ ଉତ୍ସୁକତା ଦେଖାଦେଇଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଏଭଳି କିଛି ତଥ୍ୟ…

ଦେଶ ସେଠାରେ ଥିବା କିମ୍‌ ପରିବାର ଦ୍ୱାରା ପରିଚାଳତ ହୋଇଥାଏ। ବର୍ତ୍ତମାନ ଦେଶର ଶାସନ ଦାୟିତ୍ୱ ତୁଲାଉଛନ୍ତି କିମ୍‌ ଜଙ୍ଗ-ଉନ୍‌।
ଏହା ପୃଥିବୀର ଏକ ଗରିବ ରାଷ୍ଟ୍ର, ଯେଉଁଠାରେ ଅନେକ ଲୋକ ପୁଷ୍ଟିହୀନତାର ଶିକାର ହୋଇଥା’ନ୍ତି।
ଏହି ଦେଶରେ ଇଣ୍ଟରନେଟ୍‌ ବ୍ୟବହାର କରିବା ମନା। ଅଳ୍ପ କେତେଜଣଙ୍କୁ କେତେକ ସରକାରୀ ଓ୍ବେବ୍‌ସାଇଟ୍‌ ବ୍ୟବହାର କରିବା ପାଇଁ ଅନୁମତି ରହିଛି।
ଏହି ଦେଶ ପୃଥିବୀର ସବୁଠୁ ଭିନ୍ନ ରହୁଥିବା ଦେଶ। କେବଳ କେତେକ ବ୍ୟବସାୟିକ ସମ୍ପର୍କ ବ୍ୟତୀତ ଏଠାକାର ବାସିନ୍ଦାଙ୍କୁ ଅନ୍ୟ ଦେଶକୁ ଯିବା ସମ୍ପୂର୍ଣ୍ଣ ମନା। ବାହାରକୁ ଯିବାକୁ ହେଲେ ସରକାରଙ୍କ ଅନୁମତି ନିହାତି ଆବଶ୍ୟକ।
ଏହି ଦେଶରେ ଖୁବ୍‌ ଶକ୍ତ ମିଲିଟାରୀ ବ୍ୟବସ୍ଥା ରହିଛି। ଏଠାରେ ପୃଥିବୀର ସର୍ବାଧିକ ସଂଖ୍ୟକ ସ୍ଥାୟୀ ସେନାବାହିନୀ ରହିଛନ୍ତି।
ଏହି ଦେଶର ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ରହିଛି ସବୁଠୁ ଉଚ୍ଚତମ କୋଠା ୧୦୭୯ ଫୁଟ୍‌ ଉଚ୍ଚତା ବିଶଷ୍ଟ ର୍ୟୁଗ୍‌ୟୋଙ୍ଗ୍‌ ହୋଟେଲ୍‌। ୧୯୮୭ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଦେଶର ଦୁର୍ବଳ ଆର୍ଥତ୍କ ସ୍ଥିତି ପାଇଁ ଏହା ଏବେବି ଅସମ୍ପୂର୍ଣ୍ଣ ହୋଇ ଭୂତକୋଠି ଭଳି ପଡ଼ିରହିଛି। ୧୦୫ ମହଲା ବିଶିଷ୍ଟ ଏହି ବିଲ୍ଡିଂକୁ ସବୁଠୁ ଖାଲି ଉଚ୍ଚତମ ବିଲ୍ଡିଂ ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନିତ କରାଯାଇଛି।
ଏହି ଦେଶର ମହିଳାଙ୍କୁ ମାତ୍ର ୧୫ ପ୍ରକାର ଷ୍ଟାଇଲ୍‌ରେ ବାଳ କାଟିବାର ଅନୁମତି ରହିଛି। ଏହା ବ୍ୟତୀତ କେହି ଅନ୍ୟ ଷ୍ଟାଇଲ୍‌ରେ କାଟିଲେ ଆଇନ ଉଲ୍ଲଂଘନ କରିବା ଅପରାଧରେ ଗିରଫ କରାଯାଇଥାଏ। ସେହିପରି ଯୁବତୀମାନଙ୍କୁ କେବଳ ଛୋଟ ହେୟାରଷ୍ଟାଇଲ୍‌ ରଖିବାର ଅନୁମତି ରହିଛି।
ଏହି ଦେଶରେ ବ୍ଲୁ ଜିନ୍ସ ପିନ୍ଧିବା ଅପରାଧ।
ଏଠାରେ ମାନବାଧିକାର ଉଲ୍ଲଂଘନ ପାଇଁ ତିନି ପିଢ଼ିଙ୍କୁ ଦଣ୍ଡିତ କରିବା ସବୁଠୁ କଠୋର ଦଣ୍ଡ। ବିଭିନ୍ନ ଦଣ୍ଡ ମଧ୍ୟରୁ ଏହି ଦଣ୍ଡରେ ଯଦି କେହି ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯାଆନ୍ତି, ତେବେ ତାଙ୍କ ତିନି ପିଢ଼ିଙ୍କୁ ମଧ୍ୟ ଜେଲରେ ଜୀବନ କାଟିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri