ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍‌ନି ଅଫିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ପାଳନ ଉତ୍ସବ। ୨୪ ତାରିଖରେ ଆଲୁମିନି ମିଟ୍‌ ହେବ। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବାବେଳେ ଶନିବାର ପ୍ରସ୍ତୁତି ବୈଠକ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌କେସିଜି ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଥିବା ବିଶ୍ୱବିଦ୍ୟାଳୟର ୫ଶହରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ର ଏକାଠି ହୋଇଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ନେତା ଓ ମନ୍ତ୍ରୀ ଉପସ୍ଥିତ ରହି ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ସେମାନେ ପୁରାତନ ଛାତ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି ଅଭିହିତ କରିବା ସହ ସ୍ବତନ୍ତ୍ର ଭାବେ ଆଲୁମ୍‌ନି ଅଫିସ୍‌କୁ ଉଦ୍‌ଘାଟନ କରିଥିଲେ।

ବୈଠକରେ ଉପସ୍ଥିତ ଥିବା ପୁରାତନ ଛାତ୍ରଙ୍କ ମଧ୍ୟରେ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ବଡ଼ଚଣା ବିଧାୟକ ଅମର ଶତପଥୀ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସୁଦର୍ଶନ ଘଡେଇ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇ, ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଏମ୍‌ପି ବୀରଭଦ୍ର ସିଂ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ରାଜାରାମ ଶତପଥୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ତଥା ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ, ପୃଥ୍ବୀରାଜ ହରିଚନ୍ଦନ, ତନ୍ମୟ ସ୍ବାଇଁ, ପ୍ରକାଶ ତ୍ରିପାଠୀ, ରାଜେଶରାଜ ସ୍ବାଇଁ, ମହେଶ ପ୍ରସାଦ ପ୍ରମୁଖ ନିଜର ବକ୍ତବ୍ୟ ରଖିଥଲେ। ପ୍ଲାଟିନମ୍‌ ଜୁବିଲି ଓ ଆଲୁମ୍‌ନି ମିଟ୍‌ ପାଇଁ ଖର୍ଚ୍ଚ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ସ୍ମରଣିକା ପୁସ୍ତିକାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ, ଗର୍ବଗୌରବର ଘଟଣାବଳୀ ଆଦି ଗୁରୁତ୍ୱବହନ କରିବ। ଏହା ୧୦୦୦ ପୃଷ୍ଠାରୁ ଅଧିକ ହୋଇଥିବାରୁ ଇ-ସୋଭେନିୟର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖରେ ଅଭିଭାବକଙ୍କୁ ନିମନ୍ତ୍ରଣ କରାଯାଇ ବିଶ୍ୱବିଦ୍ୟାଳୟର ପାଠପଢ଼ା ଓ ପରିବେଶ ସଂକ୍ରାନ୍ତରେ ପ୍ରସ୍ତାବ ଗ୍ରହଣ କରାଯିବ। ସେମାନେ କ୍ୟାମ୍ପସ ପରିସର ହଷ୍ଟେଲ ଓ କ୍ଲାସ୍‌ରୁମ୍‌ ବୁଲି ଦେଖିବେ। ୨୭ ତାରିଖ ପ୍ରତିଷ୍ଠା ଦିବସରେ ଯେପରି ସମସ୍ତ ପୁରାତନ ଛାତ୍ରୀଛାତ୍ର ଉପସ୍ଥିତ ରହିବେ ସେଥିପାଇଁ ସମସ୍ତେ ଉଦ୍ୟମ କରିବାକୁ ଶିକ୍ଷାମନ୍ତ୍ରୀ ସାହୁ ଆହ୍ବାନ ଦେଇଥିଲେ। ପୁରାତନ ଛାତ୍ରୀଛାତ୍ରଙ୍କ ଯୋଗଦାନ ପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ (https://utkal.university)ରେ ଆକାଉଣ୍ଟ ଖୋଲାଯାଇଛି। ସେମାନେ ଉକ୍ତ ସାଇଟ୍‌ରେ ରେଜିଷ୍ଟ୍ରେଶନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…

ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri